ଚିତ୍ରକୋଣ୍ଡାରେ ମାଟ୍ରିକ ବୋର୍ଡ ପରୀକ୍ଷା କେନ୍ଦ୍ର କରିବାକୁ ଦାବି

ଚିତ୍ରକୋଣ୍ଡା,୨୫ା୧୨/(ଡି.ଏନ.ଏ.): ଫେବୃଆରୀ ୧୯ରୁ ମାର୍ଚ୍ଚ-୨ ଯାଏ ମାଟ୍ରିକ ପରୀକ୍ଷା ହେବାକୁ ଘୋଷଣା ମଙ୍ଗଳବାର ଘୋଷଣା କରାଯାଇଛି। ଏହାପରଠାରୁ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ବିଦ୍ୟାଳୟର ପରୀକ୍ଷାକେନ୍ଦ୍ର କେଉଁଠି ହେବ ସେନେଇ ଛାତ୍ରୀଛାତ୍ରଙ୍କ ଉତ୍ସୁକତା ପ୍ରକାଶ ପାଇଛି। ପ୍ରତିବର୍ଷ ଏହି ପରୀକ୍ଷା ସମୟରେ ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ଚିତ୍ରକୋଣ୍ଡା ଆସି ଭଡାଘର ନେଇ ନିଜେ ରୋଷେଇ ଖାଇ ପରୀକ୍ଷା ଦେଇଥାନ୍ତି। ଯେଉଁମାନେ ଭଡା ଗାଡି କରି ପରୀକ୍ଷାକେନ୍ଦ୍ର ଚିତ୍ରକୋଣ୍ଡା ଯିବାକୁ ବାହାରନ୍ତି ସେମାନେ ସକାଳ ୭ଟାରୁ ବାହାରବାକୁ ପଡେ। ପରୀକ୍ଷା କିପରି ଭଲ କରିବେ ସେନେଇ ଛାତ୍ରୀଛାତ୍ରଙ୍କ ଯେତିକି ଚିନ୍ତା ନ ଥାଏ, କୋଉଠି ରହିବୁ, କଣ ଖାଇବୁ, କୋଉଥିରେ ଯିବୁ ଏବଂ କେତେବେଳେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବୁ ଏଭଳି ଅନେକ ଚିନ୍ତା ଥାଏ। ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୧୮ଟି ପଞ୍ଚାୟତଗୁଡ଼ିକରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ମାଟ୍ରିକ ଛାତ୍ରୀଛାତ୍ରଙ୍କ ମାଟ୍ରିକ ପରୀକ୍ଷା କେନ୍ଦ୍ର ବାଲିମେଳା, ଗୁମା, ଖଇରପୁଟ ଓ କୋରୁକୋଣ୍ଡlସ୍ଥିତ ବିଦ୍ୟାଳୟରେ ପଡେ। ଏହି ବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ରଙ୍କ ପରୀକ୍ଷାକେନ୍ଦ୍ର ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଡାଏଟେ ବିଦ୍ୟାଳୟରେରେ କରିବାକୁ ଅଭିଭାବକମାଦେ ଦାବି କରିଛନ୍ତି। ଅନ୍ୟତ୍ର ପରୀକ୍ଷା କେନ୍ଦ୍ର ପଡୁଥିବାରୁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରୀଛାତ୍ରମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ୩୦/୪୦ କିମି ଦୂର ଅତିକ୍ରମ କରି ପରୀକ୍ଷା ଦେବାକୁ ଯିବା ବେଳେ ସେମାନେ ଏକପ୍ରକାର ମାନସିକ ଚାପରେ ରହୁଛନ୍ତି। ବିଦ୍ୟାଳୟଠାରୁ ୧୦ କିଲୋମିଟର ମଧ୍ୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରିବା ନିୟମ ଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri