ଚିକିତ୍ସା ପାଇଁ ଡାକ୍ତରଖାନା ନେବାରେ ବିଳମ୍ବ: ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯବାନ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ):  ରାଜ୍ୟକୁ ସୁରକ୍ଷା ଦେଉଥିବା ଜଣେ ଯବାନ ଏବେ ଅସୁରକ୍ଷିତ। ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ଠିକ୍‌ ସମୟରେ ମେଡିକାଲ ନିଆ ନ ଯିବାରୁ ତାଙ୍କ ଜୀବନ ଏବେ ବିପଦରେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ଯବାନଙ୍କ ପ୍ରତି ବିଭାଗୀୟ ଚରମ ଅବହେଳା କରାଯାଇଛି। ଏପରି କି ଦୋଷ ଖସାଇବାକୁ ତାଙ୍କ ପକେଟରେ ଛୁଟି ଦରଖାସ୍ତ ପୂରାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୋମବାର ଯବାନଙ୍କ ବାପା ଓ କେତେଜଣ ସାମାଜିକ କର୍ମୀ ଓଏସ୍‌ଏପି ଏଡିଜି ମନୋଜ ଛାବ୍ରାଙ୍କୁ ଭେଟି ଜଣାଇଛନ୍ତି। ସବୁକଥା ଶୁଣିବା ପରେ ଏଡିଜି ଛାବ୍ରା ଘଟଣାର ତଦନ୍ତ କରି ୩ ସପ୍ତାହରେ ରିପୋର୍ଟ ଦେବାକୁ ଜଣେ କମାଣ୍ଡାଣ୍ଟଙ୍କୁ ନିର୍ଦ୍ଦେଶ ଦେଇଥିବା କୃଷ୍ଣଚନ୍ଦ୍ରଙ୍କ ବାପା ଗଙ୍ଗାଧର କହିଛନ୍ତି।
ଅଭିଯୋଗ ଅନୁସାରେ, କୃଷ୍ଣଚନ୍ଦ୍ରଙ୍କ ଘର କେନ୍ଦୁଝର ଜିଲାରେ ହୋଇଥିବାବେଳେ ସେ ଓଏସ୍‌ଏପି ୨ୟ ବାଟାଲିୟନର ସିପାହୀ ହାବିଲଦାର ଏସ୍‌-୧୬୪ ଭାବେ ରାଉରକେଲାର କାଲ୍‌ଟା ଫାଣ୍ଡିରେ କାର୍ଯ୍ୟରତ ଥିଲେ। ଗତ ମାସ ୩ ତାରିଖ ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ନ ଯାଇ ଛୁଟି ଦରଖାସ୍ତରେ ତାଙ୍କର ସ୍ବାକ୍ଷର କରି ନିଆଯାଇଥିଲା। ବିଳମ୍ବ ଯୋଗୁ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହେବାରୁ ସେ ସେଠାରେ ଅଚେତ ହୋଇ ପଡିଥିଲେ। ୫ ଘଣ୍ଟା ପରେ ତାଙ୍କୁ କେତେଜଣ ଯବାନ କେନ୍ଦୁଝର ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ପରିବାର ଲୋକଙ୍କୁ ଫୋନ୍‌ରେ ଜଣାଇ ଛାଡ଼ି ପଳାଇଥିଲେ। ପରିବାର ଲୋକେ ପହଞ୍ଚତ୍ବା ପରେ ଅଚେତ ଅବସ୍ଥାରେ ପୁଅ କୃଷ୍ଣଚନ୍ଦ୍ରଙ୍କୁ ଦେଖି କଟକ ବଡ଼ ମେଡିକାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିବା ଡାକ୍ତର କହିଥିଲେ। ହେଲେ ସେଠାରେ ଆଇସିୟୁ ଖାଲି ନ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କର ଦେଖାନାହିଁ କି ସହଯୋଗ ବି ମିଳୁନି। ଦୈନିକ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଗଙ୍ଗାଧର ଦିନମଜୁରିଆ ହୋଇଥିବାରୁ ଧାର କରଜ କରି ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ଚିକିତ୍ସା ପାଇଁ ଆଉ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଗଙ୍ଗାଧର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ନିବେଦନ କରିଛନ୍ତି। ଘଟଣାର ତଦନ୍ତ କରାଯାଉ ବୋଲି ଯବାନଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏନେଇ ଓଏସ୍‌ଏପି ଏଡିଜି ଛାବ୍ରାଙ୍କ ସହ ତାଙ୍କ ମୋବାଇଲ୍‌ ଫୋନ୍‌ ନଂ. ୯୪୩୮୯୧୫୯୭୬ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ବନ୍ଦ ଥିଲା। ସୂଚନାଯୋଗ୍ୟ, ପାଖରେ ଟଙ୍କା ନ ଥିବାରୁ ଗଙ୍ଗାଧର ପାଳୁଥିବା କୁକୁଡ଼ା ବିକି ରାଜଧାନୀ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri