ଚାଷୀଙ୍କ ଦୁଃଖ

ଅଧିକ ଧାନ ଉତ୍ପାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାର ଚାଷୀଙ୍କ ଦୁଃଖ, ଦୁର୍ଦ୍ଦଶା ମଧ୍ୟ କମ୍‌ ନୁହେଁ। ଅନାବୃଷ୍ଟି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ କେତେବେଳେ ମରୁଡ଼ି ତ ଆଉକେବେ ମାଟିଆ ଗୁଣ୍ଡି(ଚକଡ଼ା) ଭଳି ରୋଗପୋକ ଉପଦ୍ରବ ଯୋଗୁ ଜିଲାର ଚାଷୀଙ୍କ ସୁନାର ଧାନ ଫସଲ ଧୂଳିସାତ୍‌ ହୋଇଯାଇଥିବା ନଜିର ରହିଛି। ତେବେ ସେଭଳି ପରିସ୍ଥିତିକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଇପାରେ, ମାତ୍ର ସରକାରୀ କଳରେ ବିଭିନ୍ନ ଅବ୍ୟବସ୍ଥା ଯୋଗୁ ଏଠାକାର ଚାଷୀଙ୍କ ଜୀବନ ଦୁର୍ବିଷହ ହୋଇ ପଡ଼ୁଛି। ଧାନବିକ୍ରି ପାଇଁ ଚାଷୀ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେଉ ଥିବାବେଳେ ବିକ୍ରିଧାନର ପ୍ରାପ୍ୟ ପାଇଁ ହଇରାଣ ହେବାକୁ ପଡ଼ୁଛି। ଜିଲାର ଚାଷୀମାନେ ଏଭଳି ଅନେକ ସମସ୍ୟାରେ ଛନ୍ଦି ହୋଇଛନ୍ତି। ସରସରା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଅଧୀନରେ ରହିଥିବା ୭୫ଜଣ ଚାଷୀ ୨୦୧୯ ରବିରେ ବିକିଥିବା ୩୫୯୦.୦୮ କୁଇଣ୍ଟାଲ ଧାନର ପ୍ରାପ୍ୟରାଶି ବାବଦକୁ ୬୨ଲକ୍ଷ ୮୨ହଜାର ୬୪୦ଟଙ୍କା ପାଇପାରି ନାହାନ୍ତି। ଅନ୍‌ଲାଇନ ନୁହେଁ ଅଫ୍‌ଲାଇନ୍‌ରେ ତତ୍କାଳୀନ ସମ୍ପାଦକ ସେହି ଧାନସବୁ କିଣିଥିବା ଯୋଗୁ ସେଭଳି ପରିସ୍ଥିତି ଉପୁଜିଥିବା ଏବଂ ସେଥିପାଇଁ ତତ୍କାଳୀନ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିଲା ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ତେବେ ଘଟଣାର କିଛିଦିନ ପରେ ସମ୍ପୃକ୍ତ ସମ୍ପାଦକଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇ ତାଙ୍କୁ ଅନ୍ୟ ଏକ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ହେଲେ ଚାଷୀମାନେ ସେହି ବିକ୍ରିଧାନର ପ୍ରାପ୍ୟରାଶି ପାଇଁ ଏପର୍ଯ୍ୟନ୍ତ ବାରଦୁଆର ବୁଲୁଛନ୍ତି। ଚାଷୀଙ୍କ ନାମ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥାରେ ମଧ୍ୟ ଅନୁରୂପ ସମସ୍ୟା। ଅନେକ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇଥିବାବେଳେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଯିବା ଯୋଗୁ ଟୋକନ ଥିବା ସତ୍ତ୍ବେ ଅନେକ ଚାଷୀ ଧାନ ବିକି ପାରି ନାହାନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାକୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ସରକାର ଘୋଷଣା କରିଛନ୍ତି ସତ, କିନ୍ତୁ ଧାନ କିଣାବିକା ପାଇଁ ଉଦ୍ଦିଷ୍ଟ ଅନ୍‌ଲାଇନ ବ୍ୟବସ୍ଥା ଅଫ୍‌ଲାଇନ ରହିଥିବା ଯୋଗୁ ତାହା ଘୋଷଣାରେ ହିଁ ରହି ଯାଇଛି। ପଞ୍ଜୀକରଣରୁ ବାଦ୍‌ ଦିଆଯାଇଥିବା ଯୋଗୁ ଲଖମରା ଅଞ୍ଚଳର ୩୦୮ଜଣ ଚାଷୀ ଗତ ଖରିଫରେ ଅମଳ ଧାନକୁ ଏପର୍ଯ୍ୟନ୍ତ ବିକ୍ରି କରି ପାରିନାହାନ୍ତି। ସେହିପରି ତୋରା ପ୍ୟାକ୍ସ ଅଧୀନରେ ପତିତ, ବର୍ଚ୍ଛା ଜମିରେ ଧାନଚାଷ ହେଉଥିବାବେଳେ ସେହି କିସମକୁ ପଞ୍ଜୀକରଣରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ମଧ୍ୟ ଅମଳ ଧାନ ବିକ୍ରିରୁ ବଞ୍ଚିତ ରହୁଛନ୍ତି। ଅନ୍ୟପଟେ ନାମ ପଞ୍ଜୀକରଣ ବେଳେ ଗଭୀର ନଳକୂପ, ବିଦ୍ୟୁତ୍‌ ବିଲକୁ ନେଇ ଚାଷୀ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁଚାଷୀଙ୍କ ଗୋଟିଏ ଗଭୀର ନଳକୂପ ରହିଛି, ଅଧିକ ଜମି ଥିଲେ ମଧ୍ୟ ପଞ୍ଜୀକରଣରେ ମାତ୍ର ଅଢ଼େଇ ଏକର ଜମିକୁ ଉଲ୍ଲେଖିତ କରାଯାଉଛି। ସେହିପରି ନୂଆ ବିଦ୍ୟୁତ୍‌ ବିଲ ପଇଠ ନ କଲେ ସେଭଳି ଚାଷୀଙ୍କୁ ବି ସେଥିରୁ ବାଦ୍‌ ଦିଆଯାଉଛି। ମୋଟାମୋଟି କହିବାକୁ ଗଲେ, ଚାଷ କାମ ଯାହାର, କେତେ ସୁଖ ତାହାର ଉକ୍ତିଟି ବର୍ତ୍ତମାନ ପରିସ୍ଥିତିରେ ସମ୍ପୂର୍ଣ୍ଣ ଓଲଟା ହୋଇଛି। ଆଉ ସୁଖ ବଦଳରେ ଚାଷୀଙ୍କ ଦୁଃଖ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri