ଚାଷୀଙ୍କ ଉପରେ କରୋନା ଚଡ଼କ: ଜମିରେ ସଢୁଛି ପନିପରିବା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଚଡ଼କ ଚାଷୀ, ମୂଲିଆ ଓ କୃଷି ଶ୍ରମିକଙ୍କ ଉପରେ ଅଧିକ ପଡ଼ିଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟିଆ ସଟ୍‌ଡାଉନ ଯୋଗୁ ଗମନାଗମନରେ କଟକଣା ଲାଗିଛି। ଫଳରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ବାହାରକୁ ରପ୍ତାନୀ ହୋଇପାରୁନି। ଯେଉଁଥି ପାଇଁ ବଜାରରେ ଖାଉଟି ଅଧିକ ଦରରେ କିଣୁଥିବାବେଳେ ଚାଷୀମାନେ କ୍ଷତି ସହୁଥିବା ଗଞ୍ଜାମ ବ୍ଲକର କଣ୍ଟାପଡ଼ା ଗାଁର ଚାଷୀ ଝଡ଼ିଆ ପ୍ରଧାନ ଓ ମୋହନ ପ୍ରଧାନ କହିଛନ୍ତି। ବେପାରୀ ନ ଆସିବା ଓ ବାହାରକୁ ପଠା ନ ଯିବାରୁ ଟମାଟୋ ପଚି ସଢ଼ି ନଷ୍ଟ ହେଲାଣି। ଗଛରେ ବାଇଗଣ ପାଚି ହଳଦିଆ ପଡ଼ିଗଲାଣି। ବିକ୍ରିବଟା ସମସ୍ୟା ଯୋଗୁ ଚାଷୀ ଆଉ ଗଛରୁ ଏହା ତୋଳୁ ନ ଥିବା ଛତ୍ରପୁର ବ୍ଲକ ପୁଳିଙ୍ଗି ଗାଁର କୁନା ଦାଶ କହିଛନ୍ତି। ପୂର୍ବରୁ କିଲୋ ପିଛା କଞ୍ଚା ଲଙ୍କା ୫ ଟଙ୍କା ରେ ବିକିବାକୁ ବାଧ୍ୟ ହେଉଥିଲେ ଚାଷୀ। ଏବେ ତୋଳିବା ଖର୍ଚ୍ଚ ବାହାରୁ ନ ଥିବାରୁ ପନିପରିବା ଗଛରେ ରହି ପାଚିଲାଣି। ଯାହାର କ୍ଷତି ସହିବାକୁ ପଡୁଥିବା ରୁକୁଣି ଗାଁର ଭିକାରି ଦାଶ କହିଛନ୍ତି । ସେହିପରି ବଉଳଗାଁ, ମହନାଦପୁର, ବଡ଼ମାଧପୁର, ବରଙ୍ଗ, ସିଂଗିପୁର, ପୋଟଲାମପୁର, ପୋଡ଼ାପଦର, ହଂସପୁର ଆଦି ଗାଁରେ ପନିପରିବା, ଲଙ୍କାଚାଷ କରି ଚାଷୀ ଦୁର୍ଦ୍ଦଶାରେ ପଡ଼ିଯାଇଛନ୍ତି। ଚାଷୀମାନଙ୍କର ସମସ୍ୟା ସମାଧାନ କରିବାକୁ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri