ଚାଷୀଙ୍କ ଅଜାଣତରେ ଉଠାଯାଇଛି ଋଣ

ବାହାନଗା, ୧ା୧୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତରେ ଥିବା ସେବା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ କେତେକ ଚାଷୀ ଜିଲାପାଳ ଓ ଭିଜିଲାନ୍ସଠାରେ ଦାବି କରିଛନ୍ତି। ଚାଷୀଙ୍କ ଋଣ ଆକାଉଣ୍ଟରୁ ସେମାନଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କା ଓଭରଡ୍ରାଫ୍ଟ କରାଯାଇ ଟଙ୍କା ହଡ଼ପ କରାଯାଇଥିବା ନଜରକୁ ଆସିଛି। ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ା
ପଣପଣା ସେବା ସମବାୟ ସମିତିରେ ୧ହଜାର ୫ଶହ ଆକାଉଣ୍ଟଧାରୀ ସଭ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୩୦ଜଣ ଋଣ ଆକାଉଣ୍ଟଧାରୀ ା ସମିତିରେ ଥିବା ସମସ୍ତ ସଭ୍ୟ ଓ ଋଣଧାରୀଙ୍କ ଆକାଉଣ୍ଟ ବହି (ପାସ୍‌ବୁକ୍‌) କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ରହିଥାଏ। ଏହାସହିତ ଚେକ୍‌ ବହି ମଧ୍ୟ ସମିତିରେ ରହିଥାଏ। ଯେତେବେଳେ ଋଣ ନେଇଥିବା ଚାଷୀମାନେ ୬ ମାସରେ ଥରେ ଋଣ ପରିଶୋଧ କିମ୍ବା ରିନ୍ୟୁଆଲ କରନ୍ତି ସେତେବେଳେ ସମିତି ସମ୍ପାଦକଙ୍କ କଥାରେ ବ୍ଲାଙ୍କଚେକ୍‌ ବହିରେ ଦସ୍ତଖତ କରି ପଳାଇ ଆସନ୍ତି ା ତାହାର ସୁଯୋଗ ନେଇ ସମିତି କର୍ମଚାରୀମାନେ ଚାଷୀଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗତବର୍ଷ କାଳେନ୍ଦ୍ର ଖିଲାର ନାମକ ଚାଷୀ ୪୦ ହଜାର ଟଙ୍କା ଋଣ କରିଥିଲେ। ଟଙ୍କା ନେବା ପରେ ସମିତି ପକ୍ଷରୁ ତାଙ୍କୁ ବ୍ୟାଙ୍କ ପାସ୍‌ବୁକ, ବ୍ଲାଙ୍କଚେକ୍‌ ଦିଆଯାଇ ନ ଥିଲା। ଏବେ ସେ ସମିତିକୁ ଆସି ବହି ମାଗି ଦେଖିବା ବେଳକୁ ତାଙ୍କ ନାମରେ ସାଢ଼େ ୩ ଲକ୍ଷ ଟଙ୍କା ଋଣ ଉଠାଯାଇଥିବା ଜାଣିବାକୁ ପାଇଛନ୍ତି। ସେହିପରି ମାଳଦା ଗ୍ରାମର ମହିଳା ନିରୁପମା ଯେନା ୧ ବର୍ଷ ତଳେ ୧୮ ହଜାର ଟଙ୍କାର ଚାଷଋଣ କରିଥିଲେ ା ମାତ୍ର ଏବେ ସମିତିରେ ରଖିଥିବା ପାସବୁକ୍‌ ଦେଖିବା ପରେ ତାଙ୍କ ନାମରେ ୧ ଲକ୍ଷ ୩୨ ହଜାର ଟଙ୍କା ଋଣ ହୋଇଥିବା ଜାଣିବାକୁ ପାଇଛନ୍ତି। ସେହିପରି ବାଣୀପ୍ରଭା ଦାସଙ୍କ ନାମରେ ୨୭ ଲକ୍ଷ ୫୨ ହଜାର ଟଙ୍କା ଓଭରଡ୍ରାଫ୍ଟ କରି ଋଣ ଉଠାଯାଇଛି। ସେ କୁହନ୍ତି, ତାଙ୍କର କିଛି ଋଣ ସୋସାଇଟିରେ ନ ଥିଲା ା ସେ ପାସ୍‌ବୁକ୍‌ ମାଗି ଦେଖିବାରୁ ଋଣ ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଏବେ ସେ କ’ଣ କରିବେ କିଛି ଚିନ୍ତା କରିପାରୁନାହାନ୍ତି। ଅନ୍ୟ ଜଣେ ଚାଷୀ କୃଷ୍ଣଚନ୍ଦ୍ର ବେହେରାଙ୍କ ନାମରେ ୧ଲକ୍ଷ ୫୨ ହଜାର ଟଙ୍କାର ଋଣ ଉଠାଯାଇଥିବା ଜଣାପଡିଛି। ସେହିପରି ସୁରେନ୍ଦ୍ର ନାୟକ, ଗଣେଶ ଚନ୍ଦ୍ର ସ, ଦେବେନ୍ଦ୍ର ମହାରଣା, ସୁଶାନ୍ତ କୁମାର ନାୟକ ପ୍ରମୁଖ ହଜାର ହଜାର ସମିତିସଭ୍ୟ ଓ ଋଣଧାରୀଙ୍କ ନାମରେ କୋଟି କୋଟି ଟଙ୍କା ଓଭରଡ୍ରାଫ୍ଟ ମାଧ୍ୟମରେ ଋଣ କରି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ପରେ ବୁଧବାର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସେବା ସମବାୟ ବ୍ୟାଙ୍କର ବାହାନଗା ଶାଖା ପରିଚାଳକ ରମେଶ ଚନ୍ଦ୍ର ରଥ ଓ ଜିଲା ଡିଆର୍‌ସିଏସ୍‌ ପ୍ରଶାନ୍ତ କୁମାର ପତି, ବ୍ୟାଙ୍କ ସମ୍ପାଦକ ଜଳଧର ପଣ୍ଡା ପ୍ରମୁଖ ସେବା ସମବାୟ ସମିତିକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ। ବାହାନଗା ଶାଖା କୋ-ଅପରେଟିଭ ବ୍ୟାଙ୍କର ପରିଚାଳକଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ପରେ ଜଣାପଡ଼ିବ ବୋଲି କହିଥିଲେ। ଚାଷୀମାନଙ୍କୁ ପାସ୍‌ବୁକ୍‌ ସମିତି ତରଫରୁ ଦିଆଯାଉ ନ ଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିଦିନ କେତେକ ଚାଷୀଙ୍କୁ ସେମାନଙ୍କ ପାସ୍‌ବୁକ୍‌ ଦିଆଯାଇଥିଲା। ଶୁକ୍ରବାର ମଧ୍ୟ କେତେକ ଚାଷୀ ସେମାନଙ୍କ ପାସ୍‌ବୁକ୍‌ ନେବା ପାଇଁ ସେବା ସମବାୟ ସମିତିକୁ ଆସିଥିଲେ। ହେଲେ ପାସ୍‌ବୁକ୍‌ ଦିଆ ନ ଯିବାରୁ ଚାଷୀମାନେ ପାଟିତୁଣ୍ଡ କରିବା ସହିତ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ପରେ ଚାଷୀମାନଙ୍କୁ ବୁଝାଶୁଝା କରି ତାଲା ଖୋଲାଯାଇଥିଲା। ଏହାର ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?