ଚାଷୀକୁଁ ସବ୍‌ସିଡିରେ ଦିଆଯିବା ଉଷୋକଷା

ବିଜେପୁର, ୧୦।୮ (ଡି.ଏନ୍‌.ଏ.):ବରଗଡ ଜିଲା ବିଜେପୁର ଅଂଚଲ୍‌ରେ ମୁଗ୍‌ଫଲି ଫସଲରେ ରୋଗ୍‌ପୋକ୍‌ ଲାଗି ଚାଷୀ ଅଥାଥାଲି ହେଇଯାଉଥିଲେ। ଯେତେ ଉଷୋକଷା ଝିଁଟ୍‌ଲେ ବି କାମ୍‌ ନାଇଁ କରୁଥିବାର ଅଭିଯୋଗ୍‌ ହେଇଥିଲା। ଇ ବାବ୍‌ଦେ ଗଲା ବୁଧବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ମୁଗ୍‌ଫଲି ଫସଲରେ ରୋଗ୍‌ପୋକ: କାମ୍‌ ନାଇଁଦେବାର ଉଷୋ, ଚିନ୍‌ତାରେ ଚାଷୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟନାକେ ଗୁରୁତ୍‌ ଦେଇଥିଲା କୃଷି ବିଭାଗ। ଶୁକୁର୍‌ବାର ଜିଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀକଁର ମଂଗୁଆଲଥି ଥାନୀୟ କୃଷି ବିଭାଗର ଅଧିକାରୀମାନେ ଟି. ଗଣ୍ଡପାଲିର କନ୍‌ଡ଼ିହି ଗାଁକେ ପରିଦରଶନରେ ଯାଇଥିଲେ। ମୁଗ୍‌ଫଲି ଫସଲରେ ଲାଖ୍‌ପୋକ ଲାଗିଥିବା କୃଷି ଅଧିକାରୀମାନେ ଦେଖ୍‌ବାକେ ପାଇଥିଲେ। ସବ୍‌ସିଡିରେ ଅଧା ଦାମ୍‌ଥି ଉଷୋକଷା ଯୁଗେଇ ଦିଆଯିବା। ହପ୍‌ତାକ ଦିନେ ଲେଖଁା ଗଁାକେ ଭିଏଡବ୍ଲୁ ବୁଲି ଆସି ଚାଷୀମାନକୁ ଚାଷବାସ୍‌ ଉପରେ ପରାମଶ୍‌ ଦେବେ। ଇ ଗଁାରେ ବନିହା ଚାଷୀ ପନିପରିବା ଫସଲ କରି ପେଟ ପାଲୁଛନ୍‌। ସେଥିରଲାଗି ବିନା ପଏସାରେ ଜୈବିକ୍‌ ଚାଷ୍‌ କରବାକେ ଚାଷୀ ଭାଇମାନକୁଁ ସବୁ ପରକାର ସୁବିଧା ଯୁଗେଇ ଦିଆଯିବା। କମିହା ଚାଷୀକୁଁ କୃଷି ତାଲିମ ଶିବିରମାନକୁ ନିଉତା ଦିଆଯିବା। ସରକାରକଁର ଭିନେ ଭିନେ ଯୋଜନାରେ ଚାଷୀ ଭାଇମାନକୁ ସାମିଲ କରାଯିବାର ଦିଗେ ବେବସ୍‌ତା କରାଯିବା ବଲି ବିଭାଗୀୟ କୃଷି ଅଧ୍‌କାରୀମାନେ କଥା ଦେଇଥିବାର ଜନାଯାଇଛେ। ବ୍ଲକ ସହକାରୀ କୃଷି ଅଧ୍‌କାରୀ ଲକ୍ଷ୍ମୀ ପ୍ରସାଦ ପଟେଲ, କଳ୍ପନା ପ୍ରଧାନ, ଭିଏଡବ୍ଲୁ ଏସ. ସେଠ୍‌, ବୀରେନ୍ଦ୍ର ପାଣି ପରମୁଖ୍‌ କୃଷି କରମ୍‌ଚାରୀ ପରିଦରଶନ୍‌ କରିଥିଲେ। ଗଁାରେ ଧାନ୍‌ନୁଁ ପନିପରିବା ଫସଲ ଅଏତ୍‌କା ହେଉଛେ। ହେଲେ ଉଦ୍ୟାନ ବିଭାଗର ଅଧିକାରୀ କି କରମ୍‌ଚାରୀ ଗଁାକେ କେଭେ ନାଇଁ ଆଏବାର। ଯେନ୍‌ଥିରଲାଗି ଉନ୍‌ନତ କୃଷି ପ୍ରଣାଳୀର ଗିଆନ୍‌ କଉଶଲ ପାଏବାରୁ ଚାଷୀମାନେ ବଁଚିତ୍‌ ହେଉଥିବାର ଅଭିଯୋଗ କରିଥିଲେ। ବିଜୟ ସାହୁ, ସୁଶାନ୍ତ ପଟେଲ, ମନବୋଧ ମଲ୍ଲିକ, ଶେଷଦେବ ସାହୁ, ପିଛାଲୁ ସାହୁ, ଅମର ପଟେଲ, ଉଦ୍ଧବ ଭୋଇ, ଛବିଳ ସାହୁ ପରମୁଖ ଚାଷୀ ବିଭାଗୀୟ କୃଷି ଅଧିକାରୀକଁର ସଂଗେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri