ଚାଲିଚାଲି ଗ୍ରାମକୁ ଫେରୁଛନ୍ତି ଶହ ଶହ ଶ୍ରମିକ

ଠାକୁରମୁଣ୍ଡା,୩୦।୩(ଡି.ଏନ୍‌.ଏ.): ରାଜ୍ୟର ବିଭିନ୍ନ ସ୍ଥାନକୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିବା ଲୋକେ ଏବେ ଚାଲି ଚାଲି ଘରକୁ ଫେରୁଥିବାର ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ସମେତ ସୀମାନ୍ତ କେନ୍ଦୁଝର ଜିଲା ଗୟଳମୁଣ୍ଡା ମୋନହୋରପୁର,ପଣସଡିହା ପଞ୍ଚାୟତରୁ ଯାଇ କଟକ, ପୁରୀ, ଯାଜପୁର, ଭଦ୍ରକ ଜିଲାରେ କାମ କରୁଥିବା ଶ୍ରମିକମାନଙ୍କର ଲକ୍‌ଡାଉନ୍‌ ପରେ କାମଧନ୍ଦା ବନ୍ଦ ହୋଇଯିବାରୁ ଘରକୁ ଫେରିଆସୁଛନ୍ତି। ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ପିଲାଛୁଆ ଧରି ଆସବାବପତ୍ର ମୁଣ୍ଡାଇ ରାସ୍ତାରେ ଚାଲିଚାଲି ଘରମୁହଁା ହୋଇଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା କରଞ୍ଜିଆ ବ୍ଲକ କେନ୍ଦୁମୁଣ୍ଡି ଅଞ୍ଚଳର ପିଲାଛୁଆ ମିଶାଇ ୩୫ ଜଣ ଚାଲି ଚାଲି ୧୫୦ କିମି ଆସି ଆନନ୍ଦପୁର ନିକଟ ବାଙ୍କିଡ଼ିରେ ଆଶ୍ରୟ ନେଇଥିବା ବେଳେ ରବିବାର ଆନନ୍ଦପୁର ପ୍ରଶାସନ ସେମାନଙ୍କୁ ଗାଡ଼ି ଯୋଗେ ଆଣି ଠାକୁରମୁଣ୍ଡାଠାରେ ଛାଡ଼ିଥିଲା। ପରେ ସେମାନେ ଘରକୁ ଯାଇଥିଲେ। ସେହିପରି ଯାଜପୁର ଜିଲା ଅଦମପୁର ଅଞ୍ଚଳରେ ବାଦାମ ଚାଷରେ ନିୟୋଜିତ ଥିବା ସୀମାନ୍ତ ଗୟଳମୁଣ୍ଡା ଗ୍ରାମପଞ୍ଚାୟତର ୨୦ଜଣ ପୁରୁଷ,୩୦ ଜଣ ମହିଳା,୧୫ଜଣ ପିଲାଙ୍କୁ ମିଶାଇ ୬୫ ଜଣ ଶ୍ରମିକ ସୋମବାର ୧୦୦ କିମିରୁ ଊଦ୍ଧର୍‌ବ ରାସ୍ତା ଦିନ ରାତି ଚାଲି ଚାଲି ଆସି ଘରେ ପହଞ୍ଚିବା ଥିବା ଜଣାଯାଇଛି। ଶହ ଶହ ସଂଖ୍ୟାରେ ଶ୍ରମିକ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିବାର ଦେଖିବାକୁ ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri