Odisha Elections 2024

ଚାଉଳ ମିଳୁଛି, ହିତାଧିକାରୀ ଜାଣିନାହାନ୍ତି : ଲୁଟି ନେଉଛନ୍ତି ରିଟେଲର

ଜଗତ୍‌ସିଂହପୁର ଅଫିସ,୨୩ା୭: ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗରିବ ପରିବାରକୁ ଚାଉଳ, କିରୋସିନ ଆଦି ସାମଗ୍ରୀ ପ୍ରଦାନ ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ପରିତାପର ବିଷୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏସବୁ ସାମଗ୍ରୀ ପହଞ୍ଚତ୍ପାରୁନାହିଁ। କେତେକ କ୍ଷେତ୍ରରେ ଗରିବ ହିତାଧିକାରୀଙ୍କ ନାମରେ ଚାଉଳ ଉଠୁଥିଲେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି। ରିଟେଲରଙ୍କଠାରୁ ଆରମ୍ଭ କରି ଧନିକ ଶ୍ରେଣୀର ବ୍ୟକ୍ତି ଓ ବିଭାଗୀୟ କର୍ମଚାରୀମାନେ ଏସବୁ ଲୁଟି ନେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ ଜଣାପଡୁନାହିଁ। ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଗ୍ରାମରେ ଏଭଳି ଏକ ଘଟଣା ନଜରକୁ ଆସିବା ପରେ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ମମତା ସ୍ବାଇଁଙ୍କ ପରିବାର ଏକ ସାଧାରଣ ଖଟିଖିଆ ପରିବାର। ତାଙ୍କ ସ୍ବାମୀ ପ୍ରମୋଦ ସ୍ବାଇଁ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମମତା ରାଶନ କାର୍ଡ ପାଇଥିଲେ। ଏଥିରେ ପରିବାରର ୩ ଜଣଙ୍କୁ ମାସିକ ୧୫ କେଜି ଚାଉଳ ମିଳୁଥିଲା। ୭ମାସ ପରେ ହଠାତ୍‌ ୨୦୧୬ ଜୁଲାଇରେ ତାଙ୍କ ରାଶନ କାର୍ଡ କଟିଯାଇଥିବା କହି ରିଟେଲର ଚାଉଳ ଦେଇ ନ ଥିଲେ। ଏହାର ଦୀର୍ଘ ୩ ବର୍ଷ ପରେ ସୌଭାଗ୍ୟ ବସତଃ ଜଣେ ହିତାକାଂକ୍ଷୀ ତାଙ୍କୁ ନଁା କଟିଛି କି ନାହିଁ ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ସରକାରୀ ପୋର୍ଟାଲ ଅନୁଧ୍ୟାନ କରିବା ପରେ ତାଙ୍କ ନଁା ଅନ୍ତ୍ୟୋଦୟ ଯୋଜନାରେ ରହିଥିବା ଜଣାପଡିଥିଲା। କେବଳ ସେତିକି ନୁହେଁ ତାଙ୍କ ନାମରେ ପ୍ରତି ମାସରେ ୩୫ କେଜି ଚାଉଳ ଉଠାଯାଉଛି। ଏହା ଜାଣିବା ପରେ ସମ୍ପୃକ୍ତ ରିଟେଲରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଏହା ପରେ ସେ ଢିଙ୍କିଆ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁଙ୍କୁ ଲିଖିତ ଭାବେ ଜଣାଇବା ସହ ଶନିବାର ଏରସମା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଡିଓ ତଦନ୍ତ କରି ପଦକ୍ଷେପ ନେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ମମତା ନୁହନ୍ତି, ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ପ୍ରତି ଏଭଳି ଅନ୍ୟାୟ କରାଯାଉଥିବା ଅଭିଯୋଗ ହେଉଛି। ଯେଉଁମାନଙ୍କୁ ଚାଉଳ ଦିଆଯାଉଛି, ସେମାନଙ୍କୁ ନିର୍ଦ୍ଧାରିତ ଚାଉଳରୁ ୫୦୦ ଗ୍ରାମ୍‌ କମ୍‌ ଦିଆଯାଉଛି। ଢିଙ୍କିଆର ସୁଷମା ଦାଶ ନାମକ ଜଣେ ବିଧବାଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରୁ କାଟି ଦିଆଯାଇଛି। ଏହି ବ୍ଲକର ଗୋବିନ୍ଦପୁର, ଢିଙ୍କିଆ ଆଦି ଗ୍ରାମର ଅନେକ ହିତାଧିକାରୀଙ୍କୁ ମାସାଧିକ କାଳ ହେବ କିରୋସିନ ଦିଆଯାଇନି। ଯେଉଁମାନଙ୍କୁ ଦିଆଯାଉଛି ତାହା ମଧ୍ୟ ନିର୍ଦ୍ଧାରିତ ପରିମାଣର ନୁହେଁ। ଏସବୁ କିରୋସିନ କଳାବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ବେହେରାଙ୍କୁ ପଚାରିବାରେ ଏହା ଉପରେ ତଦନ୍ତ ପାଇଁ ଆକାଉଣ୍ଟ୍‌ସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି କହିଛନ୍ତି ଯେ, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ। ତେବେ ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଲିକୁଦା, ୨୫।୫(ତାପସ ସ୍ବାଇଁ): ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏହି ନିର୍ବାଚନ ମଣ୍ଡଳୀର ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ଦଶବାଟିଆ...

୨୫ରେ ଓଡ଼ିଶା ଆସିବେ ସ୍ମୃତି ଇରାନୀ: ଏହି ସ୍ଥାନରେ କରିବେ ପ୍ରଚାର

କୁଜଙ୍ଗ,୨୪ା୫(ମନୋଜ ପ୍ରଧାନ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭାଜପା ତା’ର ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଭିନ୍ନ ଦଳରୁ ଭିନ୍ନ ଦଳରୁ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। ଏହି...

ବିଜେଡି ସରକାରର ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‌ ଛାଡ଼

ଜଗତ୍‌ସିଂହପୁର, ୨୪ା୫(ପ୍ରମୋଦ କୁମାର ନାୟକ):୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜଗତ୍‌ସିଂହପୁର ଜିଲାରେ ମାରାଥନ ପ୍ରଚାର କରିଛନ୍ତ। ସେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

ଡାକ୍ତର ରହିବା ପାଇଁ କ୍ୱାର୍ଟର୍ସ ନାହିଁ

ପାରାଦୀପ,୧୬ା୫(ଶରତ ରାଉତ)ପାରାଦୀପର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲର ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଛି। କେତେବେଳେ ଡାକ୍ତର ନାହାନ୍ତି ତ...

ଅସରାଏ ବର୍ଷାରେ କୃଷକ ବଜାରରେ ଆଣ୍ଠୁଏ ପାଣି

ଜଗତ୍‌ସିଂହପୁର, ୧୩ା୫(ପ୍ରମୋଦ କୁମାର ନାୟକ): ସ୍ବାଧୀନତାର ୭୭ ବର୍ଷ ପରେ ବି ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ଯେଉଁ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri