ଚାଉଳ ମିଳୁଛି, ହିତାଧିକାରୀ ଜାଣିନାହାନ୍ତି : ଲୁଟି ନେଉଛନ୍ତି ରିଟେଲର

ଜଗତ୍‌ସିଂହପୁର ଅଫିସ,୨୩ା୭: ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗରିବ ପରିବାରକୁ ଚାଉଳ, କିରୋସିନ ଆଦି ସାମଗ୍ରୀ ପ୍ରଦାନ ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ପରିତାପର ବିଷୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏସବୁ ସାମଗ୍ରୀ ପହଞ୍ଚତ୍ପାରୁନାହିଁ। କେତେକ କ୍ଷେତ୍ରରେ ଗରିବ ହିତାଧିକାରୀଙ୍କ ନାମରେ ଚାଉଳ ଉଠୁଥିଲେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି। ରିଟେଲରଙ୍କଠାରୁ ଆରମ୍ଭ କରି ଧନିକ ଶ୍ରେଣୀର ବ୍ୟକ୍ତି ଓ ବିଭାଗୀୟ କର୍ମଚାରୀମାନେ ଏସବୁ ଲୁଟି ନେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ ଜଣାପଡୁନାହିଁ। ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଗ୍ରାମରେ ଏଭଳି ଏକ ଘଟଣା ନଜରକୁ ଆସିବା ପରେ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ମମତା ସ୍ବାଇଁଙ୍କ ପରିବାର ଏକ ସାଧାରଣ ଖଟିଖିଆ ପରିବାର। ତାଙ୍କ ସ୍ବାମୀ ପ୍ରମୋଦ ସ୍ବାଇଁ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମମତା ରାଶନ କାର୍ଡ ପାଇଥିଲେ। ଏଥିରେ ପରିବାରର ୩ ଜଣଙ୍କୁ ମାସିକ ୧୫ କେଜି ଚାଉଳ ମିଳୁଥିଲା। ୭ମାସ ପରେ ହଠାତ୍‌ ୨୦୧୬ ଜୁଲାଇରେ ତାଙ୍କ ରାଶନ କାର୍ଡ କଟିଯାଇଥିବା କହି ରିଟେଲର ଚାଉଳ ଦେଇ ନ ଥିଲେ। ଏହାର ଦୀର୍ଘ ୩ ବର୍ଷ ପରେ ସୌଭାଗ୍ୟ ବସତଃ ଜଣେ ହିତାକାଂକ୍ଷୀ ତାଙ୍କୁ ନଁା କଟିଛି କି ନାହିଁ ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ସରକାରୀ ପୋର୍ଟାଲ ଅନୁଧ୍ୟାନ କରିବା ପରେ ତାଙ୍କ ନଁା ଅନ୍ତ୍ୟୋଦୟ ଯୋଜନାରେ ରହିଥିବା ଜଣାପଡିଥିଲା। କେବଳ ସେତିକି ନୁହେଁ ତାଙ୍କ ନାମରେ ପ୍ରତି ମାସରେ ୩୫ କେଜି ଚାଉଳ ଉଠାଯାଉଛି। ଏହା ଜାଣିବା ପରେ ସମ୍ପୃକ୍ତ ରିଟେଲରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଏହା ପରେ ସେ ଢିଙ୍କିଆ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁଙ୍କୁ ଲିଖିତ ଭାବେ ଜଣାଇବା ସହ ଶନିବାର ଏରସମା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଡିଓ ତଦନ୍ତ କରି ପଦକ୍ଷେପ ନେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ମମତା ନୁହନ୍ତି, ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ପ୍ରତି ଏଭଳି ଅନ୍ୟାୟ କରାଯାଉଥିବା ଅଭିଯୋଗ ହେଉଛି। ଯେଉଁମାନଙ୍କୁ ଚାଉଳ ଦିଆଯାଉଛି, ସେମାନଙ୍କୁ ନିର୍ଦ୍ଧାରିତ ଚାଉଳରୁ ୫୦୦ ଗ୍ରାମ୍‌ କମ୍‌ ଦିଆଯାଉଛି। ଢିଙ୍କିଆର ସୁଷମା ଦାଶ ନାମକ ଜଣେ ବିଧବାଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରୁ କାଟି ଦିଆଯାଇଛି। ଏହି ବ୍ଲକର ଗୋବିନ୍ଦପୁର, ଢିଙ୍କିଆ ଆଦି ଗ୍ରାମର ଅନେକ ହିତାଧିକାରୀଙ୍କୁ ମାସାଧିକ କାଳ ହେବ କିରୋସିନ ଦିଆଯାଇନି। ଯେଉଁମାନଙ୍କୁ ଦିଆଯାଉଛି ତାହା ମଧ୍ୟ ନିର୍ଦ୍ଧାରିତ ପରିମାଣର ନୁହେଁ। ଏସବୁ କିରୋସିନ କଳାବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ବେହେରାଙ୍କୁ ପଚାରିବାରେ ଏହା ଉପରେ ତଦନ୍ତ ପାଇଁ ଆକାଉଣ୍ଟ୍‌ସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି କହିଛନ୍ତି ଯେ, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ। ତେବେ ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri