Posted inଖେଳ

ଚାଇନାରେ କ୍ରିକେଟ ଲାଗି ରହିଛି ଗୋଟିଏ ଘାସ ପିଚ୍‌

ସାଙ୍ଘାଇ,୯।୮(ଏଏଫ୍‌ପି)- ଚାଇନାରେ ପ୍ରାୟ ନାଗରିକଙ୍କୁ କ୍ରିକେଟ କ୍ରୀଡ଼ା ବିଷୟରେ ଜଣାନାହିଁ। ୧.୪ ବିଲିୟନ ଜନସଂଖ୍ୟାଙ୍କ ଲାଗି ଗୋଟିଏ ଘାସ ପିଚ୍‌ ରହିଛି। ଏବେ ସେମାନେ ଫୁଟ୍‌ବଲ ପିଚ୍‌ରେ ପ୍ଲାଷ୍ଟିକ୍‌ ଉଇକେଟ ସହ ଖେଳିବା ଆରମ୍ଭ କରିଛନ୍ତି। ସେଠାରେ କ୍ରିକେଟ ଲାଗି ରହିଛି ସୀମିତ ସୁଯୋଗ ଓ ସୁବିଧା, ଯାହାକି ଦଳର ପ୍ରଦର୍ଶନରୁ ବାରି ହୋଇ ପଡ଼ୁଛି। କ୍ରିକେଟ ଇତିହାସରେ ସର୍ବନିମ୍ନ ସ୍କୋରରେ ଅଲଆଉଟ ହୋଇ ଚାଇନା ବିଶ୍ୱରେ ଚର୍ଚ୍ଚାକୁ ଆସୁଛି। ଏଥିଯୋଗୁ ଦେଶରେ କ୍ରିକେଟର ବିକାଶ ହୋଇପାରୁ ନାହିଁ। ୨୦୧୭ରେ ଜାତୀୟ ପୁରୁଷ ଦଳ ବିଶ୍ୱ କ୍ରିକେଟ ଲିଗ୍‌ ଫାଇନାଲରେ ସୌଦି ଆରବ ବିପକ୍ଷରେ ୨୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଉ ଚଳିତ ବର୍ଷ ଜାନୁୟାରୀରେ ମହିଳା ଦଳ ୟୁଏଇ ବିପକ୍ଷରେ ୧୪ରେ ସୀମିତ ରହି ଚର୍ଚ୍ଚାକୁ ଆସିଥିଲା। ଦେଶରେ କ୍ରକେଟ ପ୍ରଶଂସକ ମଧ୍ୟ ନାହାନ୍ତି। ଦେଶରେ ଘାସ ପିଚ୍‌ର ଅଭାବ ରହିଛି। କେବଳ ଗୋଟିଏ ଘାସ ଯୁକ୍ତ ପିଚ୍‌ ରହିଛି, ଯାହାକି ଗୁଆଙ୍ଗଝୌଠାରୁ ୧,୫୦୦ କିମି ଦୂର। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରିପୋର୍ଟ ଅନୁଯାୟୀ, ଚାଇନାରେ ୮୦ ହଜାର ଲୋକ କ୍ରିକେଟ ଖେଳୁଛନ୍ତି। ଏମାନଙ୍କ ମଧ୍ୟରେ ମୋଟ ସଂଖ୍ୟାର ଅଧା ମହିଳା ଓ ବାଳିକା ରହିଛନ୍ତି। ବିଶ୍ୱର ଦ୍ୱିତୀୟ ବୃହତ୍‌ ଇକୋନୋମି ଦେଶ ଚାଇନାରେ କ୍ରିକେଟର ଉନ୍ନତି ଦିଗରେ ଆଇସିସି କାର୍ଯ୍ୟ କରୁଛି। କିନ୍ତୁ ବର୍ତ୍ତମାନ ସେଠାରେ କ୍ରିକେଟ ଖେଳୁଥିବା ଲୋକଙ୍କ ସଂଖ୍ୟା ଦେଶର ଜନସଂଖ୍ୟା ତୁଳନାରେ କିଛି ନୁହେଁ। କ୍ରୀଡ଼ାର ଉନ୍ନତି ଲାଗି ଦେଶରେ କାର୍ଯ୍ୟ କରୁଥିବା ହୁଆଙ୍ଗ ଝୋ ବିଶ୍ୱାସ କରନ୍ତି ଯେ, ଆଗାମୀ ଭବିଷ୍ୟତରେ ଚାଇନା ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିପାରିବ। ସେ ୨୦୧୦ ଓ ୨୦୧୪ ଏସିଆନ୍‌ ଗେମ୍ସରେ ଅଂଶଗ୍ରହଣ କରିଥିବା ଚାଇନା ଦଳର ସଦସ୍ୟ ଥିଲେ। ୨୦୧୮ ସଂସ୍କରଣରେ କ୍ରିକେଟକୁ ସ୍ଥାନ ମିଳି ନ ଥିଲା। ପରବର୍ତ୍ତୀ ୨୦୨୨ ସଂସ୍କରଣରେ କ୍ରିକେଟ ପୁଣି ଫେରିବାକୁ ଯାଉଛି। ଉଲ୍ଲେଖଥାଉ କି, ୧୮୫୮ରେ ଚାଇନାରେ ପ୍ରଥମ କ୍ରିକେଟ ମ୍ୟାଚ୍‌ ଖେଳାଯାଇଥିଲା, ଯେଉଁଥିରେ ବ୍ରିଟିଶ ନାଭି ଓ ସାଙ୍ଘାଇର ଏକ ଦଳ ପରସ୍ପରକୁ ଭେଟିଥିଲେ। ଏହାପରେ ବ୍ରିଟିଶ ଅଷ୍ଟ୍ରେଲିଆ, ଦକ୍ଷିଣ ଏସିଆ, କାରିବିଅନ ଓ ହଂକଂ ଭଳି ଦେଶରେ କ୍ରିକେଟର ବିକାଶ ଦିଗରେ କାର୍ଯ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା ପରଠାରୁ,…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri