ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍‌

ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍‌ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା ଏବଂ ତାହା ସାରା ବିଶ୍ୱକୁ ବ୍ୟାପିଛି। ଏଥିପାଇଁ ଚାଇନାକୁ ଦାୟୀ କରୁଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶ। ଏପରି କି ଚାଇନାକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇସାରିଲେଣି। ଚାଇନାକୁ ବିଭିନ୍ନ ଦେଶରୁ ନିନ୍ଦା କରାଯିବା ସହ ଏକପ୍ରକାର ଘେରିବାକୁ ଉଦ୍ୟମ ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ଜର୍ମାନୀର ଏକ ପ୍ରମୁଖ ଦୈନିକ ଟାବ୍‌ଲଏଡ୍‌ ‘ବିଲ୍‌ଡ’ କରୋନା ସଂକ୍ରମଣ ଯୋଗୁ ଦେଶରେ ହୋଇଥିବା କ୍ଷୟକ୍ଷତି ପାଇଁ ଚାଇନାକୁ ଦାୟୀ କରିଛି। ଏହାସହିତ ଚାଇନା ଉକ୍ତ କ୍ଷତି ଭରଣା କରିବା ପାଇଁ ‘ବିଲ୍‌ଡ’ ପକ୍ଷରୁ ୧୬୫ ବିଲିୟନ ଡଲାର ବା ୧୫୦ ବିିଲିୟନ ୟୁରୋର ଏକ ବିଲ୍‌ ଜାରି କରାଯାଇଛି। ଗତ ବୁଧବାର ଉକ୍ତ ଟାବଲଏଡ୍‌ରେ ‘ଚାଇନା ଆମର କେତେ ଋଣୀ’ ଶୀର୍ଷକ ଏକ ଲେଖା ପ୍ରକାଶ ପାଇଥିଲା। ଜର୍ମାନୀର ପର୍ଯ୍ୟଟନ କ୍ଷେତ୍ରର କ୍ଷତି ପାଇଁ ଉକ୍ତ ଖବରକାଗଜ ୨୭ ବିଲିୟନ ୟୁରୋ ଧାର୍ଯ୍ୟ କରିଛି। ସେହିପରି ଫିିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୭.୨ ବିଲୟନ ୟୁରୋ, କ୍ଷୁଦ୍ର ବ୍ୟବସାୟଗୁଡ଼ିକର କ୍ଷତି ଭରଣା ନିମନ୍ତେ ୫୦ ବିଲିୟନ ୟୁରୋ ଏବଂ ବିମାନ କମ୍ପାନୀ ଲୁଫ୍‌ଥାନ୍ସାର ପ୍ରତି ଘଣ୍ଟାର କ୍ଷତି ଲାଗି ୧ ମିଲିୟନ ୟୁରୋ ଧାର୍ଯ୍ୟ କରିଛି। ଏହି ଲେଖାକୁ ନେଇ ଜର୍ମାନୀରେ ଥିବା ଚାଇନା ଦୂତାବାସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହା ଚାଇନା ବିରୋଧରେ ରାଷ୍ଟ୍ରବାଦ, ଜେନୋଫୋବିଆ(ବିଦେଶୀଙ୍କୁ ଘୃଣା) ଓ ଶତ୍ରୁଭାବର ପ୍ରତିଫଳନ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri