Posted inଖେଳ

ଚାଇନା ସାମଗ୍ରୀ ବର୍ଜନ କରିବ ଭାରୋତ୍ତୋଳନ ମହାସଂଘ

ନୂଆଦିଲ୍ଲୀ, ୨୩ା୬ (ପି.ଟି.): ଚାଇନା ତିଆରି ସାମଗ୍ରୀ ତ୍ରୁଟିଯୁକ୍ତ ଦର୍ଶାଇ ଏହାକୁ ବର୍ଜନ କରିବ ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌)। ଗତ ସପ୍ତାହରେ ଇଷ୍ଟର୍ନ ଲଦାଖରେ ଚାଇନା ସୈନ୍ୟଙ୍କ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହେବା ପରେ ମହାସଂଘ ଏହି ପଦକ୍ଷେପ ନେଇଛି। ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଗତବର୍ଷ ଚାଇନିଜ୍‌ କମ୍ପାନୀ ‘ଜେକେସି’ରୁ ବାର୍‌ବେଲ୍ଟ ଏବଂ ଓ୍ବେଟ୍‌ ପ୍ଲେଟ ସମେତ ଚାରୋଟି ଓ୍ବେଟ୍‌ଲିଫ୍ଟିଂ ସେଟ୍‌ ମଗାଇଥିଲା। ଏଥିରେ ତ୍ରୁଟି ଥିବାରୁ ଓ୍ବେଟଲିଫ୍ଟରମାନେ ଏହାକୁ ବ୍ୟବହାର କରିପାରୁ ନାହାନ୍ତି। ମହାସଂଘର ସାଧାରଣ ସମ୍ପାଦକ ସହଦେବ ଯାଦବ କହିଛନ୍ତି, ଆମେ ଚାଇନାର ସମସ୍ତ ପ୍ରକାର ଚାଇନିଜ୍‌ ସାମଗ୍ରୀ ବର୍ଜନ କରିବା ଉଚିତ୍‌। ଚାଇନା ତିଆର କୌଣସି ସାମଗ୍ରୀ ବ୍ୟବହାର ନ କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ। ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଏହାର ନିଷ୍ପତ୍ତି ସମ୍ପର୍କରେ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ)କୁ ଅବଗତ କରିଛି। ଭବିଷ୍ୟତରେ ମଧ୍ୟରେ ଆମେ ଚାଇନା ସେଟ୍‌ ବ୍ୟବହାର କରିବୁ ନାହିଁ। ଭାରତ କିମ୍ବା ଅନ୍ୟ ଦେଶର କମ୍ପାନୀର ସେଟ୍‌ ମଗାଇବୁ। ଜାତୀୟ କୋଚ୍‌ ବିଜୟ ଶର୍ମା କହିଛନ୍ତି ଚଳିତ ମାସ ପ୍ରାରମ୍ଭରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ କୋହଳ ହେବା ପରେ ଭାରୋତ୍ତୋଳକମାନେ ଯେତେବେଳେ ଟ୍ରେନିଂ ଆରମ୍ଭ କଲେ ସେତେବେଳେ ପ୍ଲେଟଗୁଡ଼ିକ ନିମ୍ନମାନର ଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକୁ ବ୍ୟବହାର କରି ହେବ ନାହିଁ। କ୍ୟାମ୍ପରେ ଯୋଗ ଦେଇଥିବା ସମସ୍ତ ଓ୍ବେଟ୍‌ଲିଫ୍ଟର ଚାଇନାକୁ ବିରୋଧ କରୁଛନ୍ତି। ସେମାନେ ଟିକ୍‌ ଟକ୍‌ ଭଳି ଚାଇନିଜ୍‌ ଆପ୍‌ର ବ୍ୟବହାର ବନ୍ଦ କରିଛନ୍ତି। ଏପରିକି ଅନ୍‌ଲାଇନ୍‌ରେ କିଛି ମଗାଇଲେ ସମଗ୍ରୀଟି କେଉଁଠାରେ ତିଆରି ହୋଇଛି ତାହା ଯାଞ୍ଚ କରି ଦେଖୁଛନ୍ତି। ତେବେ ଚାଇନାରୁ କାହିଁକି ଓ୍ବେଟ୍‌ ଲିଫ୍ଟିଂ ସରଞ୍ଜାମ ମଗା ଯାଇଥିଲା ବୋଲି ପଚରାଯିବାରେ ଶର୍ମା କହିଥିଲେ ଟୋକିଓ ଅଲିମ୍ପିକ୍ସରେ ଚାଇନା ସରଞ୍ଜାମ ବ୍ୟବହାର କରିବାକୁଥିବାରୁ ଆମ ଲିଫ୍ଟରମାନେ ଯେପରି ଏଥିସହିତ ଆଗୁଆ ଅଭ୍ୟସ୍ତ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଥିଲୁ। ଅଲିମ୍ପିକ ଟ୍ରେନିଂ ପାଇଁ ବର୍ଷକ ପୂର୍ବେ ଆମେ ଚାଇନାର ୪ ସେଟ୍‌ ମଗାଇଥିଲୁ। ମାତ୍ର ଲକ୍‌ଡାଉନ୍‌ କୋହଳ ପରେ ଟ୍ରେନିଂ ଆରମ୍ଭ ହେବାବେଳେ ଆମେ ଏଗୁଡ଼ିକର ବ୍ୟବହାର କରି ନାହୁଁ। ଚାଇନିଜ ସମଗ୍ରୀକୁ ସମସ୍ତ ଲିଫ୍ଟରମାନେ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି। ଶର୍ମା କହିଛନ୍ତି ଚାଇନାରୁ ଆମେ ପ୍ରଥମ ଥର କ୍ରୀଡ଼ା ସରଞ୍ଜାମ ମଗାଇଥିଲୁ। ଦେଖିଲୁ ତାହା ଅତ୍ୟନ୍ତ ନିମ୍ନ ମାନର। ଆମ ଓ୍ବେଟ୍‌ଲିଫ୍ଟରମାନେ ବର୍ତ୍ତମାନ ସ୍ବିଡେନ ତିଆର ସରଞ୍ଜାମରେ ଟ୍ରେନିଂ ନେଉଛନ୍ତି। ଅଧିକାଂଶ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବିଡିଶ କମ୍ପାନୀ ‘ଏଲିକୋ’ ନିର୍ମିତ ସରଞ୍ଜାମ ବ୍ୟବହାର କରିଥାନ୍ତି। ମୁଖ୍ୟ ଟ୍ରେନିଂ ପାଇଁ ସାଇ ଆମକୁ ଏଥିରୁ ୧୦ ସେଟ୍‌ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri