ଚାଇନା ଆପ୍‌କୁ ନା, ବିକଳ୍ପ ଚାହୁଁଛନ୍ତି ଯୁବପିଢ଼ି

କଟକ ଅଫିସ,୨୧।୬: କିଛିଦିନ ହେଲା ଭାରତ ଓ ଚାଇନା ଭିତରେ ଲାଗିରହିଥିବା ତିକ୍ତତା ଓ କରୋନା ସଂକ୍ରମଣ ଭୟ ଯୋଗୁ ଚାଇନା ଓ ସେଠାକାର ଉତ୍ପାଦିତ ଦ୍ରବ୍ୟ ପ୍ରତି ବିମୁଖ ହୋଇଛନ୍ତି ଭାରତୀୟ। କରୋନା ମହାମାରୀର ଆତଙ୍କ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଆହ୍ବାନ ମଧ୍ୟ ଦେଇଛନ୍ତି। ଏହି କ୍ରମରେ ଚାଇନାର ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ସ ବା ବୈଦ୍ୟୁତିକ ସରଞ୍ଜାମକୁ ବର୍ଜନ କରିବା ପାଇଁ ସବୁଠି ସ୍ବର ତେଜୁଛି। ଏବେ ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶବାସୀ, ବିଶେଷକରି ଯୁବପିଢ଼ି ଚାଇନାର ମୋବାଇଲ ଆପ୍ଲିକେଶନ ସବୁକୁ ବର୍ଜନ କରିବାକୁ ଆଗଭର ହୋଇଛନ୍ତି। ଏନେଇ ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାଗ୍ରାମ, ହ୍ବାଟ୍‌ସଆପ୍‌ ଆଦିରେ ଚାଇନା ସାମଗ୍ରୀ ଓ ଆପ୍‌ ବିରୋଧରେ ବିଭିନ୍ନ ପ୍ରକାର ପୋଷ୍ଟ ବଢ଼ିବାରେ ଲାଗିଛି। କିଛିବର୍ଷ ଧରି ଲୋକପ୍ରିୟ ହୋଇଥିବା ଚାଇନାର ଆପ୍‌ ଟିକ୍‌ଟକ୍‌କୁ ମଧ୍ୟ ବର୍ଜନ କରିଛନ୍ତି ଅଧିକାଂଶ ଯୁବପିଢ଼ି। ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ମଧ୍ୟ ସୂଚାଇଛନ୍ତି ଯେ ଟିକ୍‌ଟକ୍‌ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବା ସହ ସଂସ୍କୃତିକୁ ନଷ୍ଟ କରୁଛି। ଏହା ଉପରେ ଲଗାମ ଲଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୋଟାମୋଟି କଥା ହେଉଛି ଯେ ଚାଇନା ପ୍ରସ୍ତୁତ ସାମଗ୍ରୀ ବିରୋଧରେ ଅଧିକାଂଶଙ୍କ ସ୍ବର ଉଠୁଛି। ଅବଶିଷ୍ଟ ଜନତା ଚାଇନା ଦ୍ରବ୍ୟର ଭାରତୀୟ ବିକଳ୍ପ ଚାହୁଁଛନ୍ତି, ଯଦ୍ୱାରା ସେମାନେ ଚାଇନାକୁ ବର୍ଜନ କରିପାରିବେ।

ବହୁ ପୂର୍ବରୁ ବର୍ଜନ କରିବାର ଥିଲା
ଚାଇନିଜ ଆପ କିମ୍ବା ସାମଗ୍ରୀ ବ୍ୟବହାର ନ କରିବା ପାଇଁ ସୋସିଆଲ ମିଡିଆରେ ଯେଉଁ ଆହ୍ବାନ ଦିଆଯାଉଛି, ତାହା ବହୁ ପୂର୍ବରୁ ହେବାର ଥିଲା। ସୀମାରେ ଗୋଟିଏ ପଟେ ଆମର ସେନା ଚାଇନା ହାତରେ ଶହୀଦ ହେଉଥିବା ବେଳେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବ୍ୟବହାର କରି ଚାଇନା ଅର୍ଥନୀତିକୁ ଲାଭ ଦେବା ବନ୍ଦ ହେଉ।
– ଲୁନା ସ୍ବାଇଁ

ସରକାର ବିକଳ୍ପ ତିଆରି କରନ୍ତୁ
ଚାଇନିଜ୍‌ ଆପ୍‌ଗୁଡ଼ିକ ଭାରତରେ ଲୋକପ୍ରିୟ ହୋଇସାରିଛି। କୌଣସି ଆପ୍‌କୁ ଡିଲିଟ କଲେ ଚାଇନାର କିଛି କ୍ଷତି ହେବନାହିଁ। ଆମ ଦେଶରେ ଏଥିପାଇଁ ବିକଳ୍ପ ଆପ୍‌ ଏବଂ ବିକଳ୍ପ ଦ୍ରବ୍ୟ ପ୍ରସ୍ତୁତ ହେବା ଜରୁରୀ। କେନ୍ଦ୍ର ସରକାର ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଅନ୍ତୁ।
– ଚିନ୍ମୟ ଖୁଣ୍ଟିଆ

ଆପ୍‌ ଡିଲିଟ୍‌ କରିଦେଲେ ହେବନି
ମୁଁ ଏବେଯାଏ ଟିକ୍‌ଟକ୍‌କୁ ଫୋନ୍‌ରୁ ଡିଲିଟ ମାରିନାହିଁ। ଏପରିକି ମୋ’ ମୋବାଇଲ ମଧ୍ୟ ଚାଇନା ତିଆରି। ଚାଇନାର ଆପ୍‌ କିମ୍ବା ସାମଗ୍ରୀର ବ୍ୟବହାର ବନ୍ଦ କରିଦେଲେ ସେମାନଙ୍କ ଆର୍ଥତ୍କ ଅଭିବୃଦ୍ଧିରେ ରୋକ୍‌ ଲାଗିବ ନାହିଁ। ସେଠାକାର ଯାହା ସବୁ ଆମେ ବ୍ୟବହାର କରୁଛେ, ତାହା ଆମ ଦେଶରୁ ପ୍ରସ୍ତୁତ ହେଲେ ଲୋକେ ସ୍ବଦେଶୀ ହୋଇପାରିବେ।
– ରାଜଲକ୍ଷ୍ମୀ ସ୍ବାଇଁ

ବହୁପୂର୍ବରୁ ବନ୍ଦ କରିଛି ଚାଇନା ଆପ୍‌
ମୁଁ ବହୁ ପୂର୍ବରୁ ଚାଇନିଜ ଆପ୍ଲିକେଶନର ବ୍ୟବହାର ବନ୍ଦ କରିଦେଇଛି। ପ୍ରଥମେ ନିଜେ ସଚେତନ ହେଲେ ଅନ୍ୟମାନେ ମଧ୍ୟ ହୋଇପାରିବେ। ସରକାର ମଧ୍ୟ ଚାଇନା ଉତ୍ପାଦିତ ଦ୍ରବ୍ୟ ପ୍ରତି କଠୋର ହେବା ଦରକାର। ଚାଇନାର ସମସ୍ତ ବ୍ୟବସାୟ ଭାରତରେ ବନ୍ଦ ହେବା ଆବଶ୍ୟକ।
– ଶୁଭଶ୍ରୀ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri