ଚଳିତ ବର୍ଷ ୩୮ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୬୦ଟି ସ୍ଥାନରେ କୋର୍ଟ ଖୋଲିବ। ତେବେ ଚଳିତବର୍ଷ ୩୮ଟି ସ୍ଥାନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପ୍ରଶ୍ନୋତ୍ତର ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଧ୍ରୁବଚରଣ ସାହୁ ପଟ୍ଟାମୁଣ୍ଡାଇଠାରେ ଏକ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି କି। ରାଜନଗରଠାରେ ଜେଏମ୍‌ଏଫ୍‌ସି କୋର୍ଟ କାର୍ଯ୍ୟ କରୁଥିଲେ ମଧ୍ୟ ଏହାର ନିଜସ୍ବ ଗୃହ ନାହିଁ। କେବେ ସୁଦ୍ଧା ଗୃହ ନିର୍ମାଣ କରାଯିବ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଅନନ୍ତ ଦାସ, ପ୍ରଭୁ ଜାନୀ, ପ୍ରଦୀପ ଅମାତ୍‌, କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା, ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ, ସୁକାନ୍ତ ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ କରିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନ କୋର୍ଟ ଉଦ୍‌ଘାଟନ ବେଳେ ଜନପ୍ରତିନିଧିମାନଙ୍କୁ କାହିଁକି ସାମିଲ କରାଯାଉନାହିଁ ବୋଲି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କଡା ଆପତ୍ତି ଉଠାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଲାବେଳେ ଜନପ୍ରତିନିଧିଙ୍କୁ ସାମିଲ କରାଯାଉଛି। ମାତ୍ର କୋର୍ଟ ଉଦ୍‌ଘାଟନ ବେଳେ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ। ଜନପ୍ରତିନିଧିମାନଙ୍କୁ କୋର୍ଟ ଉଦ୍‌ଘାଟନ ଉତ୍ସବରେ ସାମିଲ କରାଯିବା ସହ ଫଳକରେ ସ୍ଥାନୀୟ ବିଧାୟକମାନଙ୍କ ନାମ ଲେଖାଯାଉ ବୋଲି ସଦସ୍ୟମାନେ ଦାବି କରିଥିଲେ। ଏ ନେଇ ମନ୍ତ୍ରୀ ହାଇକୋର୍ଟ ଜଜ୍‌ଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଥିଲେ। ଏଥିସହ ସମସ୍ତ ଜିଲାରେ ଲୋକଙ୍କୁ ନ୍ୟାୟ ଦେବା ସକାଶେ ଅଧିକ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା କରନ୍ତୁ ବୋଲି ଦାବି କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ପଟ୍ଟାମୁଣ୍ଡାଇଠାରେ ଏକ ଅତିରିକ୍ତ ଜିଲା ଓ ସେସନ୍ସ ଜଜ୍‌ କୋର୍ଟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ ପଦବୀ ସୃଷ୍ଟି କରିବା ପରେ କୋର୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ରାଜନଗରଠାରେ ଜେଏମ୍‌ଏଫ୍‌ସି କୋର୍ଟ ନାହିଁ। ସେଠାରେ ଏକ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ କରାଯାଇଛି। ଗ୍ରାମ୍ୟ ନ୍ୟାୟାଳୟ ପାଇଁ ନିଜସ୍ବ ଗୃହ ନିର୍ମାଣ କରିବା ଲାଗି ସରକାର ନିଷ୍ପତ୍ତି ନେଇ ନାହାନ୍ତି। ନୂତନ କୋର୍ଟ ଉଦ୍‌ଘାଟନ ହାଇକୋର୍ଟଙ୍କ ଦ୍ୱାରା ହୋଇଥାଏ। ଏଥିରେ ଜନପ୍ରତିନିଧିଙ୍କୁ ସାମିଲ କରାଯାଇ ନ ଥାଏ। ଗୃହର ଉଦ୍‌ବେଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରାଯିବ। ରାଜ୍ୟରେ ୩୧ଟି ଗ୍ରାମ୍ୟ ନ୍ୟାୟାଳୟ ରହିଛି। ସେଗୁଡିକୁ ଜେଏମ୍‌ଏଫ୍‌ସି କୋର୍ଟ କ୍ଷମତା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri