ଚଳନ୍ତା ମାଲବାହୀ ଟ୍ରେନରୁ ଅଲଗା ହେଲା ୬ ବଗି

ଖୁଣ୍ଟୁଣୀ,୨୮।୧୦(ଡି.ଏନ.ଏ.)- ଖୁଣ୍ଟୁଣୀ ଥାନା ଅଧୀନ ପୂର୍ବତଟ ରେଳବାଇର ଘଣ୍ଟିଖାଲ-ନଧିପୁର ରେଳଷ୍ଟେଶନ ନିକଟ ଏକ ରେଳ ପୋଲ ଉପରେ ସୋମବାର ଏକ ଚଳନ୍ତା ମାଲବାହୀ ଟ୍ରେନରୁ ୬ଟି ଓ୍ବାଗନ ଅଲଗା ହୋଇଯାଇଥିଲା। ଫଳରେ ଟ୍ରେନଟି ପ୍ରାୟ ୧୫ମିନିଟ୍‌ ପର୍ଯ୍ୟନ୍ତ ଟ୍ରାକ ଉପରେ ଅଟକ ରହିଥିଲା। ଏଥିଯୋଗୁ ଆଠଗଡ଼ କଟକ-ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଲେବଲ କ୍ରସିଂ ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ପ୍ରାୟ ୧୫ମିନିଟ ଅଟକି ରହିଥିଲେ। ଘଣ୍ଟିଖାଲ ଷ୍ଟେଶନ ମ୍ୟାନେଜର ନିତ୍ୟାନନ୍ଦ ଦାସ ଓ ରେଳ ଚାଳକ ଏହି ଖାଲିଥିବା ମାଲବାହୀ ଗାଡ଼ିକୁ ପଛକୁ ଆଣି ପୁନର୍ବାର କପୁଲ ପିନ ସଂଯୋଗ କରିବା ପରେ ଟ୍ରେନଟି ଚାଲିଥିଲା। ମ୍ୟାନେଜ ଦାସଙ୍କ କହିବା ଅନୁଯାୟୀ, ସୋମବାର ସକାଳ ୮ଟା ୪୦ରେ ଖୋର୍ଦ୍ଧାରୁ ନୟାଗଡ଼ ଯାଉଥିବା ଏହି ମାଲବାହୀ ଟ୍ରେନଟି ଘଣ୍ଟିଖାଲ-ନିଧିପୁର ଷ୍ଟେଶନରେ ପହଞ୍ଚତ୍ବାର ଥିଲା। କିନ୍ତୁ ନିଧିପୁର ଲେବଲ କ୍ରସିଂ ନିକଟ ପୋଲ ଉପରେ କପୁଲ ପିନ ବାହାରିଯିବାରୁ ୬ଟି ବଗି ପଛରୁ ଅଲଗା ହୋଇଯାଇଥିଲା। ଟ୍ରେନର ଗତି କମିଯିବାରୁ ଲେବଲ କ୍ରସିଂ ଓ ବ୍ରିଜ ଉପରେ ଅଟକ ରହିବା ସହ ଇଞ୍ଜିନ ସହ ଅନ୍ୟ ବଗିଗୁଡିକ ଷ୍ଟେଶନକୁ ଯିବାପରେ ଅଟକିଥିଲା। ତେବେ ଏହି ତ୍ରୁଟି ଯୋଗୁ କୌଣସି ବିଶେଷ ଅଘଟଣ ଘଟି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri