ଚଳନ୍ତା କାରରେ ଯୁବତୀଙ୍କୁ ଗଣବଳାତ୍କାର ମାମଲା : ପୀଡ଼ିତାଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱରେ ପୋଲିସ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଚଳନ୍ତା କାରରେ ଜଣେ ଯୁବତୀଙ୍କୁ ଗଣବଳାକତ୍ାର କରି ଖୋର୍ଦ୍ଧା ପିଏନ୍‌ କଲେଜ ନିକଟରେ ଫିଙ୍ଗିଦେବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ ନେଇ ଗୁରୁବାର ଦିନତମାମ ଖଣ୍ଡଗିରି ଥାନାରେ ତନାଘନା ଚାଲିଥିଲା। ସକାଳେ ଭୁବନେଶ୍ୱର ଡିସିପି ଅନୁପ ସାହୁ ଥାନାରେ ପହଞ୍ଚତ୍ ମାମଲାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ସିଆର୍‌ପିସି ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏଥିସହ କୋର୍ଟରେ ମଧ୍ୟ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ଆଇପିସି ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି। ତେବେ ପୀଡିତା ଜଣକ ବାରମ୍ବାର ବୟାନ ବଦଳାଉଥିବାରୁ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି। ତେବେ ଅଭିଯୋଗ ଆଧାରରେ ଏକ ବଳାତ୍କାର ମାମଲା (ନଂ.୬୩୪/୧୯) ରୁଜୁ କରାଯିବା ସହ କାର୍‌ ଜବତ କରି ଡ୍ରାଇଭର ଜଟଣୀ କୁଦିଆରି ଅଞ୍ଚଳର ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି। ତେବେ ପୀଡିତାଙ୍କ ଅଭିଯୋଗକୁ ଅଭିଯୁକ୍ତଙ୍କ ସ୍ତ୍ରୀ ଖଣ୍ଡନ କରିଛନ୍ତି। ଯୁବତୀ ଜଣଙ୍କୁ ସେ ଆଗରୁ ଜାଣିଛନ୍ତି। ପାଇବାକୁ ଥିବା କିଛି ଟଙ୍କାକୁ ନେଇ ସେ ଏପରି ଷଡ଼ଯନ୍ତ୍ର କରି ଫସାଇଛନ୍ତି ବୋଲି ସେ କହିଛନ୍ତି।
ଏନେଇ ଡିସିପି ସାହୁ କହିଛନ୍ତି, ବୁଧବାର ରାତିରେ ଖଣ୍ଡଗିରି ଛକରୁ ଯୁବତୀ ଜଣକ ଲିପ୍ଟ ମାଗି ଉକ୍ତ କାର୍‌ (ଓଡି-୦୨ଏଏଫ-୫୭୬୯)ରେ ଯାଇଥିଲେ। କାର ଭିତରେ ଦୁଇଜଣ ତାଙ୍କୁ ବଳାତ୍କାର କରି ଖୋର୍ଦ୍ଧା ପିଏନ୍‌ କଲେଜ ନିକଟରେ ଫିଙ୍ଗି ଦେଇଥିବା ନେଇ ସେ ବୟାନ ଦେଇଛନ୍ତି। ଯୁବତୀ ଜଣକ କେତେ ସତ କଥା କହୁଛନ୍ତି ତାହା ମେଡିକାଲ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ସକାଳେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଖଣ୍ଡଗିରି ଥାନାକୁ ଯାଇ ତଦନ୍ତ ଅଧିକାରୀ ଓ ଥାନା ଅଧିକାରୀଙ୍କଠାରୁ ମାମଲା ସମ୍ପର୍କରେ ବୁଝିଥିଲେ। ଏଥିସହ ସେ ମଧ୍ୟ ପୀଡିତାଙ୍କ ସହ କଥା ହୋଇଥିଲେ। ଏନେଇ ମହିଳା କମିଶନ ଅଧ୍ୟକ୍ଷା ବେହେରା କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା। ଅଭିଯୁକ୍ତ ଗିରଫ ହୋଇଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଶୀଘ୍ର ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ କହିଛନ୍ତି।
ମିଳିଥିବା ସୂଚନାନୁସାରେ, ପୀଡ଼ିତା ଜଣକ ଖୋର୍ଦ୍ଧାରେ ପରିବାର ସହ ରହୁଥିବାବେଳେ ବୁଧବାର କୌଣସି କାର୍ଯ୍ୟରେ ଭୁବନେଶ୍ୱର ଆସିଥିଲେ। ରାତିରେ ଖୋର୍ଦ୍ଧା ପିଏନ୍‌ କଲେଜ ନିକଟରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପୀଡିତାଙ୍କ ପରିଚୟ ଜଣାପଡିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ପୂର୍ବରୁ ଜଣେ ବିଧାୟକଙ୍କ ସ୍ତ୍ରୀ ଦାବି କରି ବିବାଦକୁ ଆସିଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri