ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା: ୭ ଜଣ ନିର୍ଦ୍ଦୋଷରେ ଖଲାସ

ଗୁଣପୁର,୧୭।୪(ଡି.ଏନ୍‌.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଏକ ବାଇକ୍‌ ପୋଡି ଦେଇଥିଲେ। ଏହି ଘଟଣା ଗୁଣପୁର ଏଡିଜେଙ୍କ କୋର୍ଟରେ ବିଚାରାଧୀନ ଥିଲା। ବୁଧବାର ଏହି ଘଟଣାର ରାୟ ପ୍ରକାଶ ପାଇଛି। ଉକ୍ତ ଘଟଣାରେ ୭ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତଙ୍କ ପାଇଁ ବିଶ୍ୱନାଥ ସାହୁ ଏବଂ ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ସେନାପତି ମାମଲା ପରିଚାଳନା କରୁଥିଲେ।
ପ୍ରକାଶ ଯେ, ୨୦୦୮ ଅଗଷ୍ଟ ୨୫ରେ ସୁଲୁଡି ଗ୍ରାମସ୍ଥିତ ଚର୍ଚ୍ଚକୁ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭାଙ୍ଗିବା ଓ ଏକ ବାଇକ୍‌ ପୋଡି ଦେଇଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ ହୋଇଥିଲା। ୨୭ ତାରିଖରେ ଚର୍ଚ୍ଚର ଫାଦର ମାଥ୍ୟୁ ନାୟକଙ୍କ ଅଭିଯୋଗ କ୍ରମେ ପୋଲିସ ହୃଷୀକେଶ ପାତ୍ର, ବାଳକୃଷ୍ଣ ପଣ୍ଡା, ନବୀନ ଚନ୍ଦ୍ର ନାୟକ, ବୃନ୍ଦାବନ ସେନାପତି, ଉମା ଶଙ୍କର କଂସବେହେରା, କେ.ଗୌରୀ ଏବଂ ଅମିତ କୁମାର ସାହୁଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ମାମଲାର ବିଚାର ଗୁଣପୁର କୋର୍ଟରେ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଗୁଣପୁର ଏଡିଜେ ନିଶୀଥ ନିଶ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲା ରୁଜୁ ହେବା ପରେ ଅଭିଯୁକ୍ତମାନେ ଜାମିନରେ ଥିଲେ। ସୂଚନାଯୋଗ୍ୟ, ୨୦୦୮ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଅବସରରେ କନ୍ଧମାଳର ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଆତତାୟୀମାନେ ହତ୍ୟା କରିଥିଲେ। ଓଡିଶାର ବିଭିନ୍ନ ସ୍ଥାନରେ ଏହା ପ୍ରଭାବରେ ହିଂସା ଘଟିଥିଲା। ଏହି ହତ୍ୟାକାଣ୍ଡର ପ୍ରଭାବ ସେତେବେଳେ ରାୟଗଡା ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri