ଚମ୍ପୁଆରେ ଫେଲ୍‌ ମାରିଛି ପରିମଳ ଯୋଜନା: ପାଇଖାନା ଟାଙ୍କି ସଫା ଲାଗି ହୋଇନି ବ୍ୟବସ୍ଥା; ଭଡ଼ାରେ ଅଣାଯାଉଛି ଗାଡ଼ି

ଚମ୍ପୁଆ,୨୫ା୬(ଡି.ଏନ୍‌.ଏ.)- ପଞ୍ଚାୟତରୁ ଏନ୍‌ଏସିର ମାନ୍ୟତା ପାଇଥିବା ଚମ୍ପୁଆ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ଏନ୍‌ଏସି ବିଫଳ ହୋଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟଜଳର ଆଂଶିକ ବ୍ୟବସ୍ଥା କରି ସହରୀ ସୁବିଧା ପ୍ରଦାନ କରାଯାଇଥିବା ଡିଣ୍ଡିମ ପିଟୁଥିବା ଏନ୍‌ଏସିରେ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏନ୍‌ଏସି ପକ୍ଷରୁ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡିଏଫ୍‌ ଘୋଷଣା ପରେ ସମସ୍ତ ୱାର୍ଡରେ ପାଇଖାନା ନିର୍ମାଣକୁ ଅଗ୍ରାଧିକାର ଦିଆଯାଇଛି। ଏପରିକି କମ୍ୟୁନିଟି ପାଇଖାନା ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଛି । କେଉଁଠି ନିର୍ମାଣ ପରେ ବି ବ୍ୟବହାର କରାଯାଇ ପାରୁନାହିଁ ତ କେଉଁଠି ଏହା ଅଧାପନ୍ତରା ଅବସ୍ଥାରେ ପଡିରହିଛି। କେଉଁଠି ପାଣି ସଂଯୋଗ କରାଯାଇ ପାରିନାହଁି ତ କେଉଁଠି ବ୍ୟବହାର ପୂର୍ବରୁ ତାହା ଭାଙ୍ଗିଗଲାଣି ଏଥିପ୍ରତି ଏନଏସିର ନଜର ନ ଥିବା ଦେଖିବାକୁ ମିଳୁଛି। ସେହିପରି ପାଇଖାନା ଟାଙ୍କି ସଫାକରିବା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇପାରିନାହିଁ। ଦୀର୍ଘଦିନରୁ ଲୋକେ ଏହାର ସୁବ୍ୟବସ୍ଥା କରିବାକୁ ଦାବିକରି ଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଇନାହିଁ। ବାଧ୍ୟହୋଇ ଜନସାଧାରଣ ବଡବିଲ ଓ ଯୋଡା ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ୩୦୦୦ରୁ ଊର୍ଦ୍ଧ୍ୱ ଅର୍ଥ ଦେବାକୁ ପଡୁଛି। ସଫାକରିବା ପାଇଁ ଟାଙ୍କି ପିଛା ୧୫୦୦ରୁ ୨୦୦୦ ଟଙ୍କା ପଡୁଥିବା ବେଳେ ବଡବିଲରୁ ଚମ୍ପୁଆ ପର୍ଯ୍ୟନ୍ତ ଗାଡି ଭଡା ଦେବାକୁ ପଡୁଛି। ଏ ନେଇ ଚମ୍ପୁଆ ନିର୍ବାହୀ ଅଧିକାରୀ ସପନ କୁମାର ସାହୁଙ୍କୁ ପଚାରିବାରୁ ଏ ନେଇ ବିଭାଗକୁ ବର୍ଷେ ତଳେ ଗାଡି ଯୋଗାଇଦେବାକୁ ଚିଠି କରାଯାଇଛି। ମାତ୍ର ବିଭାଗ ପକ୍ଷରୁ ତାହା ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। ଏଥିପ୍ରତି ଦୃଷ୍ଟି ଦିଆଯାଇ ତୁରନ୍ତ ଏନଏସି ବାସୀଙ୍କ ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri