ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ

ଚମ୍ପୁଆ,୧୧।୮(ଡି.ଏନ.ଏ.)- ଚମ୍ପୁଆ ସଦର ମହକୁମାର ରାମଲାଠାରେ ନିର୍ମାଣ ହେବାକୁଥିବା କେନ୍ଦ୍ରୀୟ ବିଦ୍ୟାଳୟର ଆଶା ଚମ୍ପୁଆବାସୀଙ୍କ ମନରୁ ଲିଭିବାକୁ ବସିଥିବା ବେଳେ ଶନିବାର ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରାଯାଇଛି। ଫଳରେ ପୁଣି କେନ୍ଦ୍ରୀୟ ବିଦ୍ୟାଳୟର ଆଶା ଉଜ୍ଜୀବିତ ହୋଇଛି। ପ୍ରଶାସନ ଓ ବିକାଶ ପରିଷଦର ଉପସ୍ଥିତିରେ ନିରୂପଣ କରାଯାଇଥିବା ସ୍ଥାନରେ ଖୁଣ୍ଟ ପୋତା କାର୍ଯ୍ୟ ଶେଷ କରାଯାଇଛି। ଆଗାମୀ ଦିନରେ ଭୁବନେଶ୍ୱରରୁ ଏକ ଦଳ ଏହି ନିରୂପଣ ସ୍ଥାନ ପରିଦର୍ଶନ କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ୨୦୧୬-୧୭ ମସିହାରେ ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଆବଶ୍ୟକ ଜମି ଯୋଗାଇଦେବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ପରେ ଚମ୍ପୁଆ ତହସିଲଦାର ନାରାୟଣ ଚନ୍ଦ୍ର ଧଳ ରାମଲାଠାରେ ଜମି ଚିହ୍ନଟ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ଆରମ୍ଭ କରିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ଓ ଅଫିସ ଗୃହ ଯୋଗାଇ ଦେବାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମନାଭ ପ୍ରଧାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପରେ କେତେକ ଆନୁଷଙ୍ଗିକ ଅବ୍ୟବସ୍ଥା ପାଇଁ ଏହା ଆରମ୍ଭ କରାଯାଇ ପାରି ନ ଥିଲା। ଶନିବାର ତହସିଲଦାର ଆଲୋକ କୁମାର ପଟେଲ, ବିକାଶ ପରିଷଦର ସଭାପତି ଧନୁର୍ଜୟ ଲାଗୁରୀ, ସାମାଜିକ କର୍ମୀ ଗଣେଶ ଖିଲାର, ସୁବାସ ରାମ, ରାମକୃଷ୍ଣ ଜିତ, ରେଭେନ୍ୟୁ ସୁପରଭାଇଜର ଶୁଭକାନ୍ତ କର, ରବୀନ ପ୍ରଧାନ, ଦିନେଶ ମହାନ୍ତ, ଅମିତାଭ ପ୍ରଧାନ, ଶାନ୍ତନୁ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଥାନଟିକୁ ସିମେଣ୍ଟ ଖୁଣ୍ଟ ଦ୍ୱାରା ଚିହ୍ନଟ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଅଢେଇ ଏକର ଜମିର କିସମ ପରିବର୍ତ୍ତନ କରାଯାଇସାରିଛି ଏବଂ ଆଉ ସାଢେ ୫ ଏକର ସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଚିହ୍ନଟ ପରେ ଏହାର ଏକ ମ୍ୟାପ ରାଜ୍ୟ କାର୍ଯ୍ୟାଳୟକୁ ପଠାଯିବା ପରେ ଏକ ଦଳ ଏହି ସ୍ଥାନ ପରିଦର୍ଶନ କରିବେ ବୋଲି ତହସିଲଦାର ପଟେଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

ଦେବଗଡରେ ବୁଲା କୁକୁର ଆତଙ୍କ, ଯାହାକୁ ଦେଖୁଛି….

ଦେବଗଡ,୨୧ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସହରରେ କୁକୁର ଆତଙ୍କ । ବୁଲା କୁକୁର ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ନେଇ ଅଭିଯୋଗ ହୋଇଛି । ଛୋଟ ଛୁଆଠୁ…

କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ସୁପ୍ରିମକୋର୍ଟରୁ ଝଟକା ପରେ ଟ୍ରମ୍ପଙ୍କ ପ୍ରତିଶୋଧ! ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ…

ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍‌ଙ୍କ ୧୦% ନୂଆ…

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri