ଚନ୍ଦା କୋଚ୍ଚରଙ୍କ ୭୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୧-୧ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓକନ କମ୍ପାନୀକୁ ପ୍ରଦାନ କରାଯାଇଥିବା ୩୨୫୦ କୋଟି ଟଙ୍କାର ଋଣ ମାମଲାରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ଅନ୍ତର୍ଗତ କୋଚ୍ଚରଙ୍କ ମୁମ୍ବାଇସ୍ଥିତ ଫ୍ଲାଟ, ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କର କିଛି ସମ୍ପତ୍ତି ଜବତ କରାଯାଇଛି। ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୮ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ମାମଲା ସହ ଜଡିତ ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ, ପ୍ରିଭେନଶନ ଅଫ୍‌ ମନି ଲଣ୍ଡରିଂ ଆଇନ (ପିଏମ୍‌ଏଲ୍‌ଏ)ରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଆଇନ ଅନ୍ତର୍ଗତ ସମ୍ପତ୍ତି ଜବତ ନେଇ ନିର୍ଦ୍ଦେଶ ଦିଆଯାଇଛି। ଜବତ ସମ୍ପତ୍ତି ମଧ୍ୟରେ କୋଚ୍ଚରଙ୍କ ମୁମ୍ବାଇସ୍ଥିତ ବାସଭବନ ଏବଂ ତାଙ୍କ ସହ ଜଡିତ ଏକ କମ୍ପାନୀର ସମ୍ପତ୍ତି ରହିଛି। ଭିଡିଓକନ କମ୍ପାନୀକୁ ପ୍ରଦାନ କରାଯାଇଥିବା ଋଣ ମାମଲାରେ ଏବେ ଇଡି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି। ଭିଡିଓକନ୍‌ କମ୍ପାନୀ ଦ୍ୱାରା ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚର ଅନୁକମ୍ପା ଲାଭ କରିଥିବା ଅଭିଯୋଗ ଆସିଥିଲା। ଏହା ପରେ ଚନ୍ଦା କୋଚ୍ଚର ୨୦୧୮ ଅକ୍ଟୋବରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।
କଣ ରହିଥିଲା ମାମଲା…
୨୦୧୨ରେ ଭିଡିଓକନ ଗ୍ରୁପ ଆଇସିଆଇସିଆଇ ବ୍ୟାଙ୍କଠାରୁ ୩,୨୫୦ କୋଟି ଟଙ୍କାର ଋଣ ନେଇଥିଲା। ଏସ୍‌ବିଆଇ ନେତୃତ୍ୱାଧୀନ ବ୍ୟାଙ୍କ ସମୂହଙ୍କଠାରୁ ଭିଡିଓକନ ନେଇଥିବା ମୋଟ ୪୦ ହଜାର କୋଟି ଟଙ୍କାର ଋଣ ମଧ୍ୟରେ ଆଇସିଆଇସିଆଇର ଏହି ଋଣ ସାମିଲ ରହିଥିଲା । ଭିଡ଼ିଓକନ ଗ୍ରୁପ ଅଧ୍ୟକ୍ଷ ବେଣୁଗୋପାଳ ଧୂତ୍‌ ୨୦୧୪ ରେ ୬୪ କୋଟି ଟଙ୍କା ନ୍ୟୁ ପାଓ୍ବାର ରିନ୍ୟୁଏବଲ୍‌ ପ୍ରାଇଭେଟ ଲିମିଟେଡ (ଏନ୍‌ଆର୍‌ପିଏଲ୍‌)କୁ ପ୍ରଦାନ କରିଥିଲେ। ଏହି କମ୍ପାନୀକୁ ଧୂତ୍‌ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଏବଂ ଅନ୍ୟ ୨ ଜଣ ଅଂଶୀଦାରଙ୍କ ସହ ମିଳିତ ହୋଇ ସ୍ଥାପନ କରିଥିଲେ। ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଯୋଗାଣ ଦ୍ୱାରା ଚନ୍ଦା କୋଚ୍ଚରଙ୍କ ପରିବାର ଲୋକଙ୍କଠାରୁ ଆର୍ଥତ୍କ ଫାଇଦା ନେଇଥିବା ଅଭିଯୋଗ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri