ଚଢାଦରରେ କିରୋସିନ ବିକ୍ରି, ତଦନ୍ତ କଲେ ଅଧିକାରୀ

ଖପ୍ରାଖୋଲ, ୬ା୬(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଚଢାଦରରେ କିରୋସିନ ବିକ୍ରି ହେଉଛି। ଏହିଭଳି ଅଭିଯୋଗ ପରେ ପ୍ରଶାସନ ତରଫରୁ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ତଦନ୍ତ ଆରମ୍ଭ ହୋଇଛି ା ପାଟଣାଗଡ ସହକାରୀ ଜିଲାପାଳ ପଦ୍ମନାଭ ପୁରୋହିତଙ୍କ ନେତୃତ୍ୱରେ ଖପ୍ରାଖୋଲ ଯୋଗାଣ ଅଧିକାରୀ ରାଜରାମ ହୋତା, ମହରାପଦର ଏବଂ ବାଗଝରନ୍‌ ଗାଁକୁ ଯାଇ ହିତାଧିକାରୀଙ୍କୁ ଚଢାଦରରେ ବିକ୍ରି ସମ୍ପର୍କରେ ପଚାରି ବୁଝିଥିଲେ। ସରକାର ମେ ଏବଂ ଜୁନ ମାସ ପାଇଁ କିରୋସିନ ଲିଟର ପିଛା ଡିଲରମାନେ ସର୍ବାଧିକ ୧୮ ଟଙ୍କାରେ ବିକିବା ପାଇଁ କହିଥିବାବେଳେ ୩୩ ଟଙ୍କା ଦରରେ ବିକିଥିବା ଜଣାଯାଇଥିଲା ା ତଦନ୍ତ ସମୟରେ ମହରାପଦର ଏବଂ ବାଗଝରନ୍‌ ଗାଁରେ ଡିଲର ହଳଧର ଭୋଇ ୩୩ଟଙ୍କା ଦରରେ କିରୋସିନ ବିକିଥିବା ହିତାଧିକାରୀମାନେ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ। କେବଳ ମହରାପଦର ନୁହଁ ବ୍ଲକର ଅନ୍ୟ ଗାଁମାନଙ୍କରେ ମଧ୍ୟ ୩୩ଟଙ୍କାରୁ ୪୩ଟଙ୍କା ଦରରେ କିରୋସିନ ଡିଲରମାନେ ବିକ୍ରି କରି ଲକ୍ଷାଧିକ ଟଙ୍କା ମୁନାଫା ପାଇଥିବା ଜଣାଯାଇଛି ା ଏ ନେଇ ବ୍ଲକ ଯୋଗାଣ ଅଧିକାରୀ ରାଜରାମ ହୋତାଙ୍କୁ ପଚାରିବାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ମହରାପଦରରେ କିରୋସନ ବିକ୍ରି ହୋଇଛି ଏବଂ ଏହାର ତଦନ୍ତ ଚାଲିଛି। ଏ ନେଇ ତଦନ୍ତକାରୀ ଅଧିକାରୀ ପୁରୋହିତଙ୍କୁ ପଚାରିବାରୁ ୩୩ଟଙ୍କା ଦରରେ ଖାଉଟିମାନେ କିରୋସିନ କିଣିଥିବା ତଦନ୍ତ ସମୟରେ ଅଭିଯୋଗ କରିଛନ୍ତି। ରିପୋର୍ଟ ପାଟଣାଗଡ ଉପଜିଲାପାଳଙ୍କୁ ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri