ଘୋଷଯାତ୍ରା ମଧ୍ୟରେ ହେବ ଶ୍ରୀମନ୍ଦିର ମରାମତି : ୮ ଦିନରେ କାମ ସାରିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ମରାମତି କାମ ହେବ। ଆସନ୍ତା ଜୁଲାଇ ୪ରେ ଘୋଷଯାତ୍ରା ଶେଷ ହେବା ପରେ ୫ ଓ ୬ତାରିଖରେ ଏଏସ୍‌ଆଇ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିବ। ଗର୍ଭ ଗୃହ, ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପ, ରୋଷ ଘର ସବୁକିଛି ଅନୁଧ୍ୟାନ ହେବ। ଏହାପରେ ୭ତାରିଖରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ ହେବ। ୧୪ତାରିଖ ସନ୍ଧ୍ୟା ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିରରେ ମରାମତି କାମ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବୁଧବାର ଭୁବନେଶ୍ୱରର ଓପେପା ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକ ପରେ ମହାପାତ୍ର ସୂଚନା ଦେଇ କହିଛନ୍ତି, ନୀଳଚକ୍ର ସୁରକ୍ଷିତ ଅଛି। ନୀଳଚକ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ରାସାୟନିକ ବିଶ୍ଳେଷଣ କରାଯିବ। ସେହିପରି ସିଂହଦ୍ୱାରରେ ପଥରରେ ନିର୍ମିତ ସ୍ଥାୟୀ ଜୟ-ବିଜୟ ମୂର୍ତ୍ତି ଲାଗିବ। ବର୍ତ୍ତମାନ ପିତ୍ତଳର ମୂର୍ତ୍ତି ରଖାଯିବ। ଆସନ୍ତା ୧୬ତରିଖରେ ଜୟ-ବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଗର୍ଭଗୃହରେ ଫାଟ ନାହିଁ। କିନ୍ତୁ କେତେଜଣ ସେବାୟତ ଅଭିଯୋଗ କରିଥିଲେ। ତେଣୁ ତାହା ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଦୁଇଦିନ ଧରି ଏଏସ୍‌ଆଇ ଟିମ୍‌ ଅନୁଧ୍ୟାନ କରିବ। ଯେଉଁଠି ଅଧିକ କ୍ଷତି ହୋଇଥିବ, ତାହା ଅଧିକ ଦିନ ଲାଗିପାରେ। ତେବେ ସେମିତି ଅଧିକ କ୍ଷତି ହୋଇ ନ ଥିବା ଆଶା କରାଯାଉଛି ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି। ବୈଠକରେ ପୂର୍ତ୍ତ ବିଭାଗ ସଚିବ କ୍ରୀଷ୍ଣନ କୁମାରଙ୍କ ସହ ଏଏସ୍‌ଆଇ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri