ଘାତକ ହେଉଛି ବାୟୁ ପ୍ରଦୂଷଣ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଘାତକ ହେଉଛି ବାୟୁ ପ୍ରଦୂଷଣ। ଏଥିଯୋଗୁ ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇ ବହୁ ମୂଲ୍ୟ ଜୀବନ ଚାଲିଯାଉଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୨୦୧୭ରେ ଦେଶରେ ୧୨ ଲକ୍ଷ ୪୦ ହଜାର ଲୋକଙ୍କ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟିଛି। ବାୟୁ ପ୍ରଦୂଷଣ ମନୁଷ୍ୟର ହାରାହାରି ବଞ୍ଚତ୍ବା ବୟସକୁ ୨୦ ମାସ କମ୍‌ କରିଦେଉଛି। ଏଥିରୁ ବାଦ୍‌ ପଡ଼ିନି ଓଡ଼ିଶା। ବିଶେଷକରି ଶିଳ୍ପଭିତ୍ତିକ ସହରାଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଦେଶର ୧୦୬ ସହର ମଧ୍ୟରୁ ରାଜ୍ୟର ୭ଟି ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ତନ୍ମଧ୍ୟରେ ରହିଛି ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଏବଂ କଳିଙ୍ଗନଗର। ସହରାଞ୍ଚଳଗୁଡ଼ିକର ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ନଭେମ୍ବର ୬ ସୁଦ୍ଧା ପ୍ରଦୂଷଣ ହ୍ରାସ କରିବା ନେଇ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟି।
ଅନ୍ୟପଟେ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ତାଳଚେର ସହର ପାଇଁ ସମନ୍ବିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ତେବେ କଳିଙ୍ଗନଗରକୁ ଏଥିରେ ସାମିଲ କରାଯାଇନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ, ଶକ୍ତି ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବେ। ଜଙ୍ଗଲ ଓ ପରିବେଶ ବିଭାଗ ବିଭାଗ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯିବ। ସହର ଓ ଖଣି ଅଞ୍ଚଳଗୁଡିକରେ ସବୁଜ ବଳୟ ସୃଷ୍ଟି ଲାଗି ବ୍ୟାପକ ଚାରା ରୋପଣ ହେବ। ସହରାଞ୍ଚଳ ଜଙ୍ଗଲ ନୀତି ପ୍ରସ୍ତୁତ କରାଯିବ। ପ୍ରଦୂଷଣ ହଟ୍‌ସ୍ପଟ ଚିହ୍ନଟ କରାଯିବା ସହ ପ୍ରଦୂଷଣ ଯୋଗୁ କେଉଁ ଅଞ୍ଚଳରେ ସ୍ବାସ୍ଥ୍ୟ ଉପରେ କି ପ୍ରକାର ପ୍ରଭାବ ପଡୁଛି ତାହାର ସମୀକ୍ଷା କରାଯିବ। ଏହି ସମସ୍ତ କାର୍ଯ୍ୟ ୧୨ରୁ ୨୪ ମାସ ମଧ୍ୟରେ କରିବାକୁ ଆକ୍ସନ ପ୍ଲାନରେ ବ୍ୟବସ୍ଥା ହୋଇଛି। ଏହାଛଡ଼ା ସହରାଞ୍ଚଳ ହୋଟେଲଗୁଡିକରେ କୋଇଲା ଏବଂ ଅନ୍ୟାନ୍ୟ ଧୂଅଁା ଉତ୍ପନ୍ନକାରୀ ଜାଳେଣି ବ୍ୟବହାର ଉପରେ କଟକଣା ଲଗାଯିବ।
ଶକ୍ତି ବିଭାଗ ପକ୍ଷରୁ ସମସ୍ତ ସହରକୁ ଏଲ୍‌ପିଜି ଓ ପାଇପ ନାଚୁରାଲ ଗ୍ୟାସ୍‌ (ପିଏନଜି) ଯୋଗାଇ ଦିଆଯିବ। ସୌରଶକ୍ତି ଉତ୍ପାଦନ ପାଇଁ ବିଭାଗ ପ୍ରୋତ୍ସାହନ ଯୋଗାଇବ। ସହରାଞ୍ଚଳ ବସ୍‌ଗୁଡିକୁ ବାୟୋଗ୍ୟାସ ଇନ୍ଧନଯୁକ୍ତ କରାଯିବ। ଇଲେକ୍ଟ୍ରିକ ଯାନଗୁଡିକୁ ଅଧିକ ପ୍ରୋତ୍ସାହିତ କରିବାକୁ ବ୍ୟବସ୍ଥା ହୋଇଛି। ଏ ସମସ୍ତ କାର୍ଯ୍ୟ ୨ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶିଳ୍ପ ଓ ସହରାଞ୍ଚଳଗୁଡିକରେ ବାୟୁ ପ୍ରଦୂଷଣକୁ ମାପିବା, ଏହାକୁ ନିୟମିତ ପ୍ରକାଶ କରିବା ଏବଂ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପ ସ୍ଥାପନ ପାଇଁ ଅନୁମତି ନ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦାୟିତ୍ୱ ଦିଆଯାଇଛି।
ଆଗାମୀ ଦିନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସହରାଞ୍ଚଳରେ ଚିମିନୀ ଭାଟିକୁ ଅନୁମତି ମିଳିବ ନାହିଁ। ପାଓ୍ବାର ପ୍ଲାଣ୍ଟଗୁଡ଼ିକ ପାଇଁ ୨୦୨୨ ସୁଦ୍ଧା ଥର୍ମାଲ ପାଓ୍ବାର ପ୍ଲାଣ୍ଟ ଷ୍ଟାଣ୍ଡାର୍ଡ ପ୍ରସ୍ତୁତ କରାଯିବ। ସହରାଞ୍ଚଳରୁ କ୍ରଶର ହଟିବ। ଜେନେରେଟର ଉପରେ ମଧ୍ୟ କଟକଣା ଲାଗିବ। ଯାନବାହନଜନିତ ପ୍ରଦୂଷଣକୁ ରୋକିବାକୁ ଅପମିଶ୍ରଣ ଉପରେ କଡ଼ା ନଜର ରଖାଯିବ। ଏ ସମସ୍ତ କାର୍ଯ୍ୟକୁ ୬ରୁ ୧୨ ମାସ ଭିତରେ କରିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳରେ ଡିଜେଲଚାଳିତ ଯାନବାହନୁ ନିଷେଧ କରାଯିବ। ପୁରୁଣା ଗାଡ଼ିଗୁଡ଼ିକୁ ହଟାଇବା ପାଇଁ ସ୍କ୍ରାପେଜ ପଲିସି କାର୍ଯ୍ୟକାରୀ ହେବ। ଯାନବାହନର ଫିଟନେସ, ପ୍ରଦୂଷଣ ଯାଞ୍ଚ କରିବା ପାଇଁ ମଡର୍ନ ସେଣ୍ଟ୍ରାଲାଇଜ୍‌ଡ ଭେହିକିଲ ଇନ୍ସପେକ୍ସନ ସେଣ୍ଟର ସ୍ଥାପନ କରାଯିବ। ଏହାଛଡ଼ା ରାଜସ୍ତରୀୟ ଇଲେକ୍ଟ୍ରିକ୍‌ ଯାନ ନୀତି କାର୍ଯ୍ୟକାରୀ କରାଯିବ। ଉକ୍ତ ସହରାଞ୍ଚଳକୁ ଯେପରି ପରିବହନ ଟ୍ରକ୍‌ ପ୍ରବେଶ ନ କରିବ ସେ ଦିଗରେ ପୂର୍ତ୍ତ ବିଭାଗ ପଦକ୍ଷେପ ନେବ। ପୋଲିସ ପକ୍ଷରୁ ସହର ପାଇଁ ଟ୍ରାଫିକ୍‌ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବା ସହ ଏହାକୁ ସବୁ ସମୟରେ ମନିଟରିଂ କରାଯିବ। ସ୍ଥାନୀୟ ପୌର ସଂସ୍ଥାଗୁଡିକ କୃଷି କ୍ଷେତ୍ରରେ ଯେପରି କେହି ଧାନ କିମ୍ବା ଆଖୁମୂଳି ନ ଜଳାଇବେ ତା’ ଉପରେ ଧ୍ୟାନ ଦେବେ। ଏଥିସହିତ ଟ୍ରାଫିକ୍‌ ଗହଳି କମାଇବା ସହ ଧୂଳିଜନିତ ପ୍ରଦୂଷଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ତେବେ କଳିଙ୍ଗନଗର ପାଇଁ ଏକ ସମନ୍ବିତ ଆକ୍ସନ ପ୍ଲାନ ପ୍ରସ୍ତୁତି ଚାଲିଛି। ଆସନ୍ତା ନଭେମ୍ବର ୬ରେ ଏନ୍‌ଜିଟିଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯିବ ବୋଲି ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri