ଘାତକ ହେଉଛି ବାୟୁ ପ୍ରଦୂଷଣ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଘାତକ ହେଉଛି ବାୟୁ ପ୍ରଦୂଷଣ। ଏଥିଯୋଗୁ ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇ ବହୁ ମୂଲ୍ୟ ଜୀବନ ଚାଲିଯାଉଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୨୦୧୭ରେ ଦେଶରେ ୧୨ ଲକ୍ଷ ୪୦ ହଜାର ଲୋକଙ୍କ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟିଛି। ବାୟୁ ପ୍ରଦୂଷଣ ମନୁଷ୍ୟର ହାରାହାରି ବଞ୍ଚତ୍ବା ବୟସକୁ ୨୦ ମାସ କମ୍‌ କରିଦେଉଛି। ଏଥିରୁ ବାଦ୍‌ ପଡ଼ିନି ଓଡ଼ିଶା। ବିଶେଷକରି ଶିଳ୍ପଭିତ୍ତିକ ସହରାଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଦେଶର ୧୦୬ ସହର ମଧ୍ୟରୁ ରାଜ୍ୟର ୭ଟି ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ତନ୍ମଧ୍ୟରେ ରହିଛି ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଏବଂ କଳିଙ୍ଗନଗର। ସହରାଞ୍ଚଳଗୁଡ଼ିକର ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ନଭେମ୍ବର ୬ ସୁଦ୍ଧା ପ୍ରଦୂଷଣ ହ୍ରାସ କରିବା ନେଇ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟି।
ଅନ୍ୟପଟେ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ତାଳଚେର ସହର ପାଇଁ ସମନ୍ବିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ତେବେ କଳିଙ୍ଗନଗରକୁ ଏଥିରେ ସାମିଲ କରାଯାଇନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ, ଶକ୍ତି ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବେ। ଜଙ୍ଗଲ ଓ ପରିବେଶ ବିଭାଗ ବିଭାଗ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯିବ। ସହର ଓ ଖଣି ଅଞ୍ଚଳଗୁଡିକରେ ସବୁଜ ବଳୟ ସୃଷ୍ଟି ଲାଗି ବ୍ୟାପକ ଚାରା ରୋପଣ ହେବ। ସହରାଞ୍ଚଳ ଜଙ୍ଗଲ ନୀତି ପ୍ରସ୍ତୁତ କରାଯିବ। ପ୍ରଦୂଷଣ ହଟ୍‌ସ୍ପଟ ଚିହ୍ନଟ କରାଯିବା ସହ ପ୍ରଦୂଷଣ ଯୋଗୁ କେଉଁ ଅଞ୍ଚଳରେ ସ୍ବାସ୍ଥ୍ୟ ଉପରେ କି ପ୍ରକାର ପ୍ରଭାବ ପଡୁଛି ତାହାର ସମୀକ୍ଷା କରାଯିବ। ଏହି ସମସ୍ତ କାର୍ଯ୍ୟ ୧୨ରୁ ୨୪ ମାସ ମଧ୍ୟରେ କରିବାକୁ ଆକ୍ସନ ପ୍ଲାନରେ ବ୍ୟବସ୍ଥା ହୋଇଛି। ଏହାଛଡ଼ା ସହରାଞ୍ଚଳ ହୋଟେଲଗୁଡିକରେ କୋଇଲା ଏବଂ ଅନ୍ୟାନ୍ୟ ଧୂଅଁା ଉତ୍ପନ୍ନକାରୀ ଜାଳେଣି ବ୍ୟବହାର ଉପରେ କଟକଣା ଲଗାଯିବ।
ଶକ୍ତି ବିଭାଗ ପକ୍ଷରୁ ସମସ୍ତ ସହରକୁ ଏଲ୍‌ପିଜି ଓ ପାଇପ ନାଚୁରାଲ ଗ୍ୟାସ୍‌ (ପିଏନଜି) ଯୋଗାଇ ଦିଆଯିବ। ସୌରଶକ୍ତି ଉତ୍ପାଦନ ପାଇଁ ବିଭାଗ ପ୍ରୋତ୍ସାହନ ଯୋଗାଇବ। ସହରାଞ୍ଚଳ ବସ୍‌ଗୁଡିକୁ ବାୟୋଗ୍ୟାସ ଇନ୍ଧନଯୁକ୍ତ କରାଯିବ। ଇଲେକ୍ଟ୍ରିକ ଯାନଗୁଡିକୁ ଅଧିକ ପ୍ରୋତ୍ସାହିତ କରିବାକୁ ବ୍ୟବସ୍ଥା ହୋଇଛି। ଏ ସମସ୍ତ କାର୍ଯ୍ୟ ୨ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶିଳ୍ପ ଓ ସହରାଞ୍ଚଳଗୁଡିକରେ ବାୟୁ ପ୍ରଦୂଷଣକୁ ମାପିବା, ଏହାକୁ ନିୟମିତ ପ୍ରକାଶ କରିବା ଏବଂ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପ ସ୍ଥାପନ ପାଇଁ ଅନୁମତି ନ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦାୟିତ୍ୱ ଦିଆଯାଇଛି।
ଆଗାମୀ ଦିନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସହରାଞ୍ଚଳରେ ଚିମିନୀ ଭାଟିକୁ ଅନୁମତି ମିଳିବ ନାହିଁ। ପାଓ୍ବାର ପ୍ଲାଣ୍ଟଗୁଡ଼ିକ ପାଇଁ ୨୦୨୨ ସୁଦ୍ଧା ଥର୍ମାଲ ପାଓ୍ବାର ପ୍ଲାଣ୍ଟ ଷ୍ଟାଣ୍ଡାର୍ଡ ପ୍ରସ୍ତୁତ କରାଯିବ। ସହରାଞ୍ଚଳରୁ କ୍ରଶର ହଟିବ। ଜେନେରେଟର ଉପରେ ମଧ୍ୟ କଟକଣା ଲାଗିବ। ଯାନବାହନଜନିତ ପ୍ରଦୂଷଣକୁ ରୋକିବାକୁ ଅପମିଶ୍ରଣ ଉପରେ କଡ଼ା ନଜର ରଖାଯିବ। ଏ ସମସ୍ତ କାର୍ଯ୍ୟକୁ ୬ରୁ ୧୨ ମାସ ଭିତରେ କରିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳରେ ଡିଜେଲଚାଳିତ ଯାନବାହନୁ ନିଷେଧ କରାଯିବ। ପୁରୁଣା ଗାଡ଼ିଗୁଡ଼ିକୁ ହଟାଇବା ପାଇଁ ସ୍କ୍ରାପେଜ ପଲିସି କାର୍ଯ୍ୟକାରୀ ହେବ। ଯାନବାହନର ଫିଟନେସ, ପ୍ରଦୂଷଣ ଯାଞ୍ଚ କରିବା ପାଇଁ ମଡର୍ନ ସେଣ୍ଟ୍ରାଲାଇଜ୍‌ଡ ଭେହିକିଲ ଇନ୍ସପେକ୍ସନ ସେଣ୍ଟର ସ୍ଥାପନ କରାଯିବ। ଏହାଛଡ଼ା ରାଜସ୍ତରୀୟ ଇଲେକ୍ଟ୍ରିକ୍‌ ଯାନ ନୀତି କାର୍ଯ୍ୟକାରୀ କରାଯିବ। ଉକ୍ତ ସହରାଞ୍ଚଳକୁ ଯେପରି ପରିବହନ ଟ୍ରକ୍‌ ପ୍ରବେଶ ନ କରିବ ସେ ଦିଗରେ ପୂର୍ତ୍ତ ବିଭାଗ ପଦକ୍ଷେପ ନେବ। ପୋଲିସ ପକ୍ଷରୁ ସହର ପାଇଁ ଟ୍ରାଫିକ୍‌ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବା ସହ ଏହାକୁ ସବୁ ସମୟରେ ମନିଟରିଂ କରାଯିବ। ସ୍ଥାନୀୟ ପୌର ସଂସ୍ଥାଗୁଡିକ କୃଷି କ୍ଷେତ୍ରରେ ଯେପରି କେହି ଧାନ କିମ୍ବା ଆଖୁମୂଳି ନ ଜଳାଇବେ ତା’ ଉପରେ ଧ୍ୟାନ ଦେବେ। ଏଥିସହିତ ଟ୍ରାଫିକ୍‌ ଗହଳି କମାଇବା ସହ ଧୂଳିଜନିତ ପ୍ରଦୂଷଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ତେବେ କଳିଙ୍ଗନଗର ପାଇଁ ଏକ ସମନ୍ବିତ ଆକ୍ସନ ପ୍ଲାନ ପ୍ରସ୍ତୁତି ଚାଲିଛି। ଆସନ୍ତା ନଭେମ୍ବର ୬ରେ ଏନ୍‌ଜିଟିଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯିବ ବୋଲି ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri