ଘରୋଇ ହସ୍ପିଟାଲରେ ଯୁବକ ମୃତ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ବାପା

କଟକ ଅଫିସ, ୮ା୬: ଦୁର୍ଘଟଣା ଘଟିବା ପରେ ମୋ ପୁଅକୁ ଏସ୍‌ସିବି ମେଡିକାଲ ନେଇଥିଲି। ସେଠାରେ ଡାକ୍ତର ମୋତେ ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ, ମୁଁ ଉକ୍ତ ଘରୋଇ ହସ୍ପିଟାଲକୁ ପୁଅକୁ ନେଇଥିଲି। ହେଲେ ଚିକିତ୍ସା ଅବହେଳା ଯୋଗୁ ମୋ ପୁଅର ମୃତ୍ୟୁ ଘଟିଲା। ମୋଠାରୁ ଚିକିତ୍ସା ବାବଦକୁ ୧ ଲକ୍ଷ ୭୦ହଜାର ଟଙ୍କା ନେଲେ, ହେଲେ ମୋ ପୁଅକୁ ମାରିଦେଲେ ବୋଲି ଶୁକ୍ରବାର ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ହାଜିପୁର ଅଞ୍ଚଳର ପ୍ରବୀର ସ୍ବାଇଁ।
ଅଭିଯୋଗ ଅନୁଯାୟୀ, ପ୍ରବୀରଙ୍କ ପୁଅ ପ୍ରଦ୍ୟୁମ୍ନ(୨୭) ଗତ ମେ ୨୮ ତାରିଖରେ ବାଇକ୍‌ରେ ହାଜିପୁର ଯାଉଥିବାବେଳେ ସେଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ ଚିକିତ୍ସା ପାଇଁ ପ୍ରଦ୍ୟୁମ୍ନଙ୍କୁ ପ୍ରବୀର ଏସ୍‌ସିବି ମେଡିକାଲ ଆଣିଥିଲେ। ସେଠାରେ ଆଇସିୟୁର ବ୍ୟବସ୍ଥା ନ ଥିବାରୁ ଏସ୍‌ସିବିର ଜଣେ ମହିଳା ଡାକ୍ତର ତାଙ୍କୁ ମାଲଗୋଦାମ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ନେଇଯିବାକୁ କହିଥିଲେ। ପରେ ମୁଁ ସେଠାକୁ ମୋ ପୁଅକୁ ନେଇ ଯାଇଥିଲି। ଉକ୍ତ ଡାକ୍ତର ସେଠାରେ ପହଞ୍ଚତ୍ ସେହିଦିନ ରାତିରେ ପ୍ରଦ୍ୟୁମ୍ନଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ହେବ ବୋଲି କହିଥିଲେ। ଏଥିପାଇଁ ମୁଁ ମଧ୍ୟ ଟଙ୍କା ପଇଠ କରିଥିଲି। ହେଲେ ତା’ ପରଦିନ ଅର୍ଥାତ୍‌ ମେ ୨୯ ତାରିଖରେ ଅସ୍ତ୍ରୋପଚାର କରିଥିଲେ। ସେବେଠାରୁ ମୋ ପୁଅ ସେଠାରେ ରହି ଚିକିତ୍ସିତ ହେଉଥିଲା। ହେଲେ ଶୁକ୍ରବାର ମୋ ପୁଅର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ତେବେ ମୋଟ୍‌ ଉପରେ ଚିକିତ୍ସା ବାବଦକୁ ମୁଁ ୧ ଲକ୍ଷ ୭୦ ହଜାର ଟଙ୍କା ପଇଠ କରିଥିଲି। କିନ୍ତୁ ଚିକିତ୍ସାରେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମୋ ପୁଅର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ମାଲଗୋଦାମ ଥାନା ଅଧିକାରୀ ରବିନାରାୟଣ ଭଞ୍ଜଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ଆଧାରରେ ତଦନ୍ତ ହେବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri