ଘରୋଇ ବସ୍‌ ଉପରେ ଲକ୍‌ଡାଉନ ମାଡ଼: ଆଶଙ୍କାରେ ଦିନ ବିତାଉଛନ୍ତି ମାଲିକ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଘୋଷଣା ଘରୋଇ ବସ୍‌ ମାଲିକଙ୍କ ଉପରେ ଭାରି ପଡ଼ିଛି। ମାର୍ଚ୍ଚ ୨୪ରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାଜ୍ୟରେ ୧୪ ହଜାରରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ ଚଳାଚଳ କରିଥାଏ। ଲକ୍‌ଡାଉନ ପରଠାରୁ ଗାଡ଼ିଗୁଡ଼ିକ ଛିଡ଼ା ହୋଇ ରହିଛି। କ୍ଷତି ପରିମାଣ ଏତେ ବଢ଼ିଗଲାଣି ଯେ, ଲକ୍‌ଡାଉନ ଉଠିବା ପରେ ବସ୍‌ ଚଳାଇବା ସମ୍ଭବ ହେବ କି ନାହଁ ଏବେ ସେହି ଆଶଙ୍କା ମାଲିକଙ୍କୁ ଘାରିଛି। ଗାଡ଼ି ଗଡୁ ନ ଥିବାରୁ ଟିକସ, ବୀମା, ବ୍ୟାଙ୍କ ଇଏମ୍‌ଆଇ ଏବଂ କର୍ମଚାରୀଙ୍କ ଖର୍ଚ୍ଚ ଲଦି ହୋଇ ଚାଲିଛି। ଆଥିର୍ର୍କ କ୍ଷତିକୁ ନେଇ ବସ୍‌ମାଲିକମାନେ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇ ପଡ଼ିଲେଣି। କେବେ ବସ୍‌ ଚାଲିବ ସେନେଇ ଆଶଙ୍କାରେ ରହିଛନ୍ତି। ଲକ୍‌ଡାଉନ ହଟିବାପରେ ପୂର୍ବଭଳି ଯାତ୍ରୀମାନେ ବସରେ ଯିବା ଆସିବା କରିବେ କି ନାହିଁ ସେଇ ଚିନ୍ତାରେ ଘାରି ହେଉଛନ୍ତି। ରାଜ୍ୟ ସରକାର ସହାୟତା ପ୍ରଦାନ ନ କଲେ ବସ୍‌ ଚଳାଇବା କାଠିକର ହେବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
ସଂଘର କହିବା କଥା ହେଲା ରାଜ୍ୟରେ ୬ହଜାର ଏସି ବସ୍‌ ଚାଲୁଥିବାବେଳେ ୮ ହଜାର ନନ୍‌ ଏସି ବସ୍‌ ଚାଲୁଛି। ଏସି ବସ୍‌ଗୁଡ଼ିକର ଦାମ୍‌ ୫୦ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ନନ୍‌ ଏସିି ବସ୍‌ଗୁଡିକର ମୂଲ୍ୟ ୪୦ଲକ୍ଷରୁ ଊର୍ଦ୍ଧ୍ୱ। ଅଧିକାଂଶ ମାଲିକ ବ୍ୟାଙ୍କରୁ ଋଣ କରି ବସ୍‌ କିଣିଥାନ୍ତି। ବ୍ୟାଙ୍କଗୁଡିକୁ ୩ବର୍ଷ ପାଇଁଁ ୩୬ଟି ଇଏମ୍‌ଆଇରେ ୧୩% ସୁଧ ହାରରେ ଦେବାକୁ ପଡୁଛି। ବୀମା ବାବଦରେ ବର୍ଷକୁ ଏସି ବସ୍‌ ଲାଗି ୧.୫ଲକ୍ଷ ଏବଂ ନନ୍‌ ଏସି ବସ୍‌କୁ ୧ଲକ୍ଷ ଟଙ୍କା ଭରିବାକୁ ପଡୁଛି। ଏହାଛଡ଼ା ଏମଭି ଫିଟନେସ, ପରମିଟ ଆଦି ଟିକସ ବାବଦରେ ପ୍ରତିମାସରେ ଏସ୍‌ସି ବସ ପାଇଁ ୨୩ ହଜାର ଓ ନନ୍‌ ଏସି ବସ୍‌ ପାଇଁ ୧୫ ହଜାର ଟଙ୍କା ପଇଠ କରିବାକୁ ହେଉଛି। ଏପରି କି ଦୈନିଳ କର୍ମଚାରୀଙ୍କ ପାଇଁ ଏସି ବସ୍‌ ସକାଶେ ୩୦ ହଜାର ଏବଂ ନନ୍‌ ଏସିି ବସ ପାଇଁ ୨୪ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଯଦି ବସ୍‌ ଚଳାଚଳ ନ କରିବ ତେବେ ଦୈନିକ ୧ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାଜ୍ୟର ଚାଲୁଥିବା ସମସ୍ତ ଘରୋଇ ବସ୍‌ଗୁଡିକୁ ଦୈନିକ ବ୍ୟାଙ୍କ ଇଏମ୍‌ଆଇ ବାବଦରେ ୧୮୬୨.୨୨ଲକ୍ଷ ଟଙ୍କା ଦେବାକୁ ପଡୁଥିବା ବେଳେ ସୁଧବାବଦରେ ୬୨.୦୭ ଲକ୍ଷ, ବୀମା ବାବଦରେ ୪୬.୫୮ ଲକ୍ଷ, ୪୮ ହଜାର ବସ୍‌ କର୍ମଚାରୀଙ୍କ ପାଇଁ ଦୈନିକ ଦରମା ବାବଦରେ ପ୍ରାୟ ୩ କୋଟି ୭୨ ଲକ୍ଷ, ସମସ୍ତ ଟିକସ ବାବଦରେ ଦୈନିକ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଉପରୋକ୍ତ ସମସ୍ତ ଖର୍ଚ୍ଚକୁ ମିଶାଇ ଦୈନିକ ୧୪ ହଜାର ବସ୍‌ ପାଇଁଁ ପ୍ରାୟ ୩୦୨୭.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବସ୍‌ ଚଳାଚଳ ବନ୍ଦ ଥିବାରୁ ରୋଜଗାର ନାହିଁ। ଏହାସତ୍ତ୍ୱେ ବସ୍‌ମାଲିକମାନେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅବସ୍ଥା ଆଉ କିଛି ଦିନ ବଳବତ୍ତର ରହିଲେ ମାଲିକମାନେ ଆର୍ଥିକ ଦେବାଳିଆ ହୋଇ ଯାଇଥିବେ। ଏଭଳି ଘଡସନ୍ଧି ମୁହୂର୍ତ୍ତରୁ ମୁକୁଳିବା ପାଇଁ ବସ୍‌ ଚଳାଚଳ କରିବା ପାଇଁଁ ଘରୋଇ ବସ୍‌ ମାଲିକ ସଂଘ ସରକାରଙ୍କ ସହାୟତା ଲୋଡିଛି। ଏନେଇ ପରିବହନ ସଚିବ, ମୁଖ୍ୟଶାସନ ସଚିବ, ପରିବହନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ବସ୍‌ ଚଳାଇବା ପାଇଁ ୬ମାସର ଏମ୍‌ଭି ଟିକସ ଛାଡ଼ କରିବା ସହିତ, ବୀମା ନବୀକରଣ ଅବଧିକୁ ୬ମାସ ବୃୃଦ୍ଧି, ବ୍ୟାଙ୍କ ସୁଧ ରାଶି ୬ମାସ ପାଇଁ ଛାଡ଼ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଟିକସ ଦେଇ ଗାଡ଼ି ଚଳାଇବା ସମ୍ଭବ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ମାଚ୍ଚର୍ର୍ ମାସର ଟିକସକୁ ଯେଉଁମାସରେ ବସ୍‌ ଚାଲିବ ସେଇ ମାସରେ ଆଡଜଷ୍ଟ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଜନସ୍ବାର୍ଥ ଦୃଷ୍ଟିରୁ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri