ଘରୋଇ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁୁବନେଶ୍ୱର, ୫।୭(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଯୁକ୍ତ୨ ସାଇନ୍ସ କଲେଜ ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତଦେହ ବୁଧବାର ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମୃତ ଛାତ୍ର ଜଣକ ହେଲେ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ରଞ୍ଜିତ ରାଉତ(୧୮)। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବାପା ହିଟ୍‌ଲର ରାଉତ ଅଭିଯୋଗ ଆଣିଛନ୍ତି। ମାତ୍ର ପୋଲିସ ଏହାକୁ ହତ୍ୟା ବୋଲି ମାନିବାକୁ ନାରାଜ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ହେଲେ ଏଯାଏ ପୋଲିସ କଲେଜ କର୍ତ୍ତୃପକ୍ଷ, ହଷ୍ଟେଲର କର୍ମଚାରୀ କିମ୍ବା ଅନ୍ୟ ଛାତ୍ରମାନଙ୍କୁ କାହିଁକି ପଚରାଉଚରା କରୁନି ତାହାକୁ ନେଇ ରଞ୍ଜିତଙ୍କ ବାପା ସନ୍ଦେହ ପ୍ରକାଶ କରିଛନ୍ତି। ମାମଲାକୁ ଚାପିବାକୁ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ହେଲେ ପାରିପାର୍ଶ୍ୱିକ ସ୍ଥିତି ଓ ପୂରା ଘଟଣାକ୍ରମକୁ ଦେଖିଲେ ନାନା ରହସ୍ୟ ଲୁଚି ରହିଥିବାବେଳେ ପୋଲିସ କ’ଣ ପାଇଁ ଏଡାଇଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଗୁରୁବାର ମୃତ ଛାତ୍ରଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ସତ୍ୟନଗର ଶ୍ମଶାନରେ ମୃତଦେହର ସତ୍କାର କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ରଞ୍ଜିତ ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। କଲେଜରେ ରିଆଡ୍‌ମିଶନ ପାଇଁ ଟଙ୍କା ଦରକାର ବୋଲି ୭ଦିନ ହେବ ପରିବାର ଲୋକଙ୍କୁ କହିଥିଲେ। ୫ଦିନ ତଳେ ଟଙ୍କା ପାଇଁ ସେ ଘରକୁ ଯାଇଥିଲେ। ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଯୋଗାଡ଼ ହୋଇପାରି ନ ଥିଲା। ବାପା ହିଟ୍‌ଲର ରଞ୍ଜିତଙ୍କୁ ବୁଝାଇ ଟ୍ରେନରେ ବସାଇ ଦେଇଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ରଞ୍ଜିତଙ୍କୁ ଫୋନ୍‌ କରି ହଷ୍ଟେଲରେ ଭଲରେ ପହଞ୍ଚତ୍ଥିବା ଜାଣିଥିଲେ। ଖାଇ ଦେଇ ଟିକେ ବିଶ୍ରାମ ନେବାକୁ ବାପା କହିଥିଲେ। ଏହାପରେ ଦିନ ୧ଟାରେ ମଧ୍ୟ ରଞ୍ଜିତ ବାପାଙ୍କ ସହ କଥା ହୋଇଥିଲେ। ହେଲେ ହଠାତ୍‌ ଅପରାହ୍ନ ପ୍ରାୟ ୪ଟାରେ କଲେଜ ହଷ୍ଟେଲ କର୍ତ୍ତୃପକ୍ଷ ବାପାଙ୍କୁ ଫୋନ୍‌ କରି ରଞ୍ଜିତଙ୍କ ଦେହ ଅସୁସ୍ଥ ଥିବା ଜଣାଇଥିଲେ। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ ପୁଅର ମୃତ୍ୟୁ ହୋଇଥିବା ଦେଖି ଚକିତ ହୋଇଯାଇଥିଲେ। ସେଠାରେ କଲେଜ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ଥାନାର ପୋଲିସ ନ ଥିଲେ। ଫାଣ୍ଡି ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖିଥିଲା।
ରଞ୍ଜିତଙ୍କ ରୁମ୍‌ମେଟ୍‌ଙ୍କ କହିବାନୁଯାୟୀ, ରଞ୍ଜିତ ହଷ୍ଟେଲକୁ ଫେରିବା ପରେ ମନଦୁଃଖରେ ଥିଲେ। ଦିନ ୧୨ଟାରେ ଖାଇବା ପରେ ଏକାକୀ ବସିଥିଲେ। ରୁମ୍‌ମେଟ୍‌ ଶୋଇପଡ଼ିଥିଲେ। ଏହି ସମୟରେ ରଞ୍ଚିତ ଏକ ଗାମୁଛାକୁ ବେକରେ ବାନ୍ଧି ଝରକା ରଡରେ ଝୁଲି ଆତ୍ମହତ୍ୟା କରିଥିଲେ। କିନ୍ତୁ ଏପରି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରଞ୍ଜିତଙ୍କ ପରିବାର ଲୋକେ। ରୁମ୍‌ମେଟ୍‌ ଘରେ ଥିବାବେଳେ ରଞ୍ଜିତ କିପରି ଝରକା ପାଖକୁ ଯାଇ ଅତ୍ମହତ୍ୟା କଲେ ଓ କିଛି ବି ଶବ୍ଦ ସେ ଶୁଣିପାରିଲେ ନାହିଁ ତାହାକୁ ନେଇ ସେମାନେ ସନ୍ଦେହ କରିଛନ୍ତି। ଏପରିକି ଝରକା ନିକଟରେ ଆଣ୍ଠୋଇବା ଅବସ୍ଥାରେ ରଞ୍ଜିତଙ୍କୁ ଉଦ୍ଧାର କରାଯାଇଥିଲା। ଏପରି ଅବସ୍ଥାରେ କ’ଣ କେହି ମରିପାରିବ ବୋଲି ପରିବାର ଲୋକେ ପ୍ରଶ୍ନ କରିବା ସହ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି କହିଛନ୍ତି। ପୋଲିସ ଠିକ୍‌ ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ମୃତ ରଞ୍ଜିତଙ୍କ ବାପା ହିଟଲର କହିଛନ୍ତି।
ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ କହିଛନ୍ତି, ଏହା ଏକ ସ୍ପଷ୍ଟ ଆତ୍ମହତ୍ୟା। ହେଲେ ରଞ୍ଜିତଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାରୁ ଏହା ଆଧାରରେ ତଦନ୍ତ କରୁଛୁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri