ଘରେ ପହଞ୍ଚୁଛି ଆଲ୍‌କୋହଲ

ଦୁବାଇ,୧୦।୪: କରୋନା ସଂକ୍ରମଣ ଭୟରେ ରାସ୍ତାଘାଟ ଶୂନ୍‌ଶାନ୍‌, ସବୁକିଛି ଠପ୍‌। ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଥିବାରୁ ଅନ୍ୟ ଦେଶଗୁଡ଼ିକ ଭଳି ବିପୁଳ ରାଜସ୍ବ ହରାଇବାରେ ଲାଗିଛି ଉପସାଗରୀୟ ଦ୍ୱୀପପୁଞ୍ଜ ସଂଯୁକ୍ତ ଆରବ ଏମିରେଟସ୍ସ (ୟୁଏଇ)। ଏହି କ୍ଷତିର ଭରଣା ଏବେ ଅସମ୍ଭବ ହୋଇଥିଲେ ମଧ୍ୟ ଦେଶର ଅର୍ଥନୀତିର ଅଣ୍ଟା ସଳଖାଇବା ପାଇଁ ଅଭିନବ ଉପାୟ ବାହାର କରିଛି ଦୁବାଇ। ଏହି ସହରରେ ଅର୍ଡର କଲେ ଘରେ ପହଞ୍ଚୁଛି ଆଲ୍‌କୋହଲ। ବିଳାସପୂର୍ଣ୍ଣ ଜୀବନଶୈଳୀ, ଶପିଙ୍ଗ୍‌, ଅତ୍ୟାଧୁନିକ ସ୍ଥାପତ୍ୟ ଓ ନାଇଟ୍‌ଲାଫ୍‌କୁ ନେଇ ପରିଚିତ ସହର ଦୁବାଇରେ ଥିବା ନଭଶ୍ଚୁମ୍ବୀ ଅଟ୍ଟାଳିକାର ଫ୍ଲଟ୍‌-ସ୍କ୍ରିନ୍‌ ଟେଲିଭିଜନ୍‌ଗୁଡ଼ିକ ନୀରବିଯାଇଛି। ପବ୍‌ଗୁଡ଼ିକରେ ଆଉ ନାହିଁ ଆଗଭଳି ଗହଳିଚହଳି। ରାଜସ୍ବର ଏକ ବଡ଼ ଉତ୍ସ ପାଲଟିଥିବା ଆଲ୍‌କୋହଲ ବିକ୍ରି ଉପରେ କଟକଣା ଲାଗିବା ପରେ ଦେଶକୁ ବହୁ କ୍ଷତି ସହିବାକୁ ପଡ଼ିଛି। ଫଳରେ ଏହି ରାଜତନ୍ତ୍ରରେ ନିଷ୍ପତ୍ତି ବଦଳାଯାଇଛି। ମଧ୍ୟପ୍ରାଚ୍ୟର ସ୍ବପ୍ନ ନଗରୀ ଦୁବାଇରେ ଅର୍ଡର କଲେ ଘରେ ପହଞ୍ଚାଯାଉଛି ମଦ। ଏଠାରେ ଥିବା ଲାଇସେନ୍ସପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ପର୍ଯ୍ୟଟକ, ଯାତ୍ରୀ ଓ ବିଦେଶୀ କର୍ମଜୀବୀଙ୍କୁ ଯୋଗାଇଦେଉଛନ୍ତି ଆଲ୍‌କୋହଲ। ଇସ୍‌ଲାମିକ୍‌ ସିଟି-ଷ୍ଟେଟ୍‌ର ଦୁଇଟି ବୃହତ୍‌ ଆଲ୍‌କୋହଲ ବିତରକ ସଂସ୍ଥା ଲୋକଙ୍କୁ ବିୟର, ସ୍ପିରିଟ୍‌ ଓ ଓ୍ବାଇନ୍‌ ଯୋଗାଇବାର ଦାୟିତ୍ୱ ନେଇଛନ୍ତି। ୟୁରୋମନିଟର ଇଣ୍ଟରନ୍ୟାଶନାଲ ମାର୍କେଟ ରିସର୍ଚ୍ଚ ଫାର୍ମରେ ନିୟୋଜିତ ଅନାଲିଷ୍ଟ ରିବଆ ୟସ୍ମିନ କହିଛନ୍ତି, ଦୁବାଇରେ ୨୪ ଘଣ୍ଟିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଗ୍ରସେରି ଦୋକାନକୁ ଯିବାକୁ ହେଲେ ପୋଲିସଠାରୁ ଅନୁମତି ଆଣିବାକୁ ପଡ଼ୁଛି। କରୋନା ଭାଇରସ୍‌ ମାଡ଼ରେ ଲକ୍‌ଜୁରି ହୋଟେଲ ଓ ବାର୍‌ଗୁଡ଼ିକ ନଇଁ ପଡ଼ିଛି। ଏବେ ୟୁଏଇ ଶାସକଙ୍କ ପାଇଁ ଟାକ୍ସ ଓ ରାଜସ୍ବ କ୍ଷତିର କାରଣ ପାଲଟିଛି। ଏଥିଲାଗି ଦୁଇଟି ବଡ଼ ଆଲ୍‌କୋହଲ ଡିଷ୍ଟ୍ରିବ୍ୟୁଟରଙ୍କୁ ହୋମ୍‌ ଡେଲିଭରି ଅନୁମତି ମିଳିଛି। ସେମାନଙ୍କ ଓ୍ବେବ୍‌ସାଇଟ୍‌ legalhomedelivery.com ଜରିଆରେ ଅନ୍‌ଲାଇନ୍‌ରେ ଆଲ୍‌କୋହଲ ଅର୍ଡର କରାଯାଇପାରୁଛି। ଅର୍ଡର ମିଳିବା ପରେ ଏହି ଦୁଇ ସଂସ୍ଥା କିଛି ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ନିକଟରେ ତାହା ପହଞ୍ଚାଇବା ବ୍ୟବସ୍ଥା କରୁଛନ୍ତି। ରାଷ୍ଟ୍ରାୟତ୍ତ ଏମିରେଟ୍ସ ଏୟାରଲାଇନ୍ସ ଅଧୀନ ମେରିଟାଇମ୍‌ ଆଣ୍ଡ ମର୍ଚେଣ୍ଟାଇଲ୍‌ ଇଣ୍ଟରନ୍ୟାଶନାଲ୍‌ (ଏମ୍‌ଏମ୍‌ଆଇ) ଏବଂ ଆଫ୍ରିକାନ୍‌ ଆଣ୍ଡ ଇଷ୍ଟର୍ନ ସହଭାଗିତାରେ ଏହି ଓ୍ବେବ୍‌ସାଇଟ୍‌ ଲଞ୍ଚ କରାଯାଇଛି। ଡନ୍‌ ଜୁଲିଓ ୧୯୪୨ ତେକ୍ୱିଲା ବୋତଲ ପିଛା ୫୩୦ ଡଲାର ପଡ଼ୁଥିବାବେଳେ ଇଣ୍ଡିଆନ୍‌ ହ୍ବିସ୍କିର ମୂଲ୍ୟ ରଖାଯାଇଛି ୪.୩୦ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri