ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ ବୁଲିବା ପରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଗ୍ରହଣ କରିନେଇଥିଲେ। ଭକ୍ତଙ୍କଠାରୁ ଯାହାକିଛି ମିଳୁଥିଲା ତାହାକୁ ମହାପ୍ରଭୁଙ୍କ ଆଶୀର୍ବାଦ ଭାବି ସମୟ ଅତିବାହିତ କରି ଚାଲିଥିଲେ। ଦିନେ କି ଦୁଇଦିନ ନୁହଁ, ପ୍ରାୟ ୨୦ବର୍ଷ ଧରି ସେ ଏଠାରେ ଭିକ୍ଷାବୃତ୍ତି କରି ଜୀବନ ଅତିବାହିତ କରୁଥିଲେ। ଦୁଇଦିନ ତଳେ ଜଣେ ରିକ୍ସାଚାଳକଙ୍କ ସହ ଗଣ୍ଡଗୋଳ ଘଟଣାରୁ ତାଙ୍କ ପରିଚୟ ମିଳିଥିଲା। କାରଣ ପୁରୀ ଟାଉନ ଥାନାରେ ସେ ଯେଉଁ ଇଂଲିଶରେ ଏତଲା ଦେଇଥିଲେ ତାହା ନିର୍ଭୁଲ ଏବଂ ଉଚ୍ଚକୋଟୀର ଲେଖା ଥିଲା। ଏଥିରୁ ପୋଲିସ ତାଙ୍କ ପରିଚୟ ଖୋଜିବା ପରେ ସେ ଜଣେ ବି.ଟେକ୍‌ ପାସ କରିଥିବା ଇଞ୍ଜିନିୟର, ତାଙ୍କ ନାମ ଗିରିଜା ଶଙ୍କର ମିଶ୍ର ଏବଂ ଘର ଭୁବନେଶ୍ୱର ଜୟଦେବବିହାରରେ ବୋଲି ଜଣାପଡ଼ିଥିଲା। ଜଣେ ଇଞ୍ଜିନିୟରିଂ କରି ଭିକ ମାଗିବା ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ରବିବାର ତାଙ୍କ ବଡ଼ଭଉଣୀ, ଭିଣୋଇ ଓ ଭାଇ ପୁରୀ ଆସି ତାଙ୍କୁ ସାଥିରେ ଘରକୁ ନେଇଯାଇଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେମାନେ ଗିରିଜାଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କୁ ଘରକୁ ଯିବାକୁ କହିବାରୁ ସେ ପ୍ରଥମେ ମନା କରିଥିଲେ। କିନ୍ତୁ ତାଙ୍କୁ ପରିବାର ଲୋକେ ବୁଝାଶୁଝା କରିବା ପରେ ସେମାନଙ୍କ ସହ ସେ ଭୁବନେଶ୍ୱର ଜୟଦେବବିହାରସ୍ଥିତ ଘରକୁ ଫେରିଥିଲେ।
ମିଳିଥିବା ସୂଚନାନୁଯାୟୀ, ଗିରିଜା ୧୯୯୩ରେ ବି.ଟେକ୍‌. ପାସ କରିବା ପରେ କିଛିବର୍ଷ ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା କରିଥିଲେ। ତାଙ୍କ ବାପା ଜଣେ ଡିଏସ୍‌ପି ଥିଲେ। ଭାଇମାନେ ବିଦେଶରେ ଚାକିରି କରନ୍ତି। ମା’ବାପାଙ୍କ ମୃତ୍ୟୁ ଘଟିସାରିଥିବାବେଳେ ପାରିବାରିକ କଳହରୁ ସେ ଚାକିରି ଓ ଘର ଛାଡ଼ି ଶ୍ରୀକ୍ଷେତ୍ରକୁ ଆସିଯାଇଥିଲେ।
ଅନ୍ୟପକ୍ଷରେ ଭିକାରିମାନଙ୍କୁ ପରିଚୟ ପ୍ରଦାନ ଲାଗି ସାଧାରଣରେ ଦାବି ହୋଇଛି। ଆଇନଜୀବୀ ଅନିଲ କୁମାର ସାହୁ କୁହନ୍ତି, ପୁରୀ ଅନ୍ତଜାର୍ତୀୟ ପର୍ଯ୍ୟଟନ ସହର। ମହାପ୍ରଭୁଙ୍କ ଦର୍ଶନ ଲାଗି ଦୈନିକ ଲକ୍ଷାଧିକ ଭକ୍ତ ଏଠାକୁ ଆସୁଛନ୍ତି। ଶ୍ରୀମନ୍ଦିର ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ଏହାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଲାଗି ଜାତୀୟ ସୁରକ୍ଷା ଏଜେନ୍ସି ବାରମ୍ବାର ରାଜ୍ୟ ସରକାରଙ୍କୁ ସୂଚାଇ ଆସୁଛନ୍ତି। ଉପରୋକ୍ତ ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀକ୍ଷେତ୍ରରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଭିକାରି ବେଶରେ କୌଣସି ଆତଙ୍କବାଦୀ ଚାଲିଆସନ୍ତି, ତେବେ ବିପଦ ଘଟିପାରେ। ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri