ଘଟଗାଁରେ ନବବର୍ଷ ଲାଗି ୨ ଲକ୍ଷ ଶ୍ରଦ୍ଧାଳୁ

ଘଟଗାଁ, ୧ା୧: ଇଂରାଜୀ ନବବର୍ଷ ଲାଗି ପ୍ର ବୁଧବାର ଦିନ ଘଟଗାଁ ମା’ ତାରିଣୀ ପୀଠରେ ଦର୍ଶନ ପାଇଁ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାଯାଇଛି। ଏଥିସହିତ ସେମାନେ ମା’ ତାରିଣୀଙ୍କ ସୁନାବେଶ  ଦର୍ଶନ କରିଥିଲେ। ପ୍ରତ୍ୟୁଷରୁ ମା’ଙ୍କ ମାଜଣା, ମଙ୍ଗଳ ଆରତୀ ସହିତ ବଡ଼ ସିଂହାରବେଶ ହେବା ପରେ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରାଯାଇଥିଲା। ମନ୍ଦିର ମୁଖ୍ୟ ଫାଟକ ସକାଳ ୬ଟାରେ ଖୋଲାଯାଇ ଦର୍ଶନ ପାଇଁ ଭିଡ଼ ଲାଗି ଯାଇଥିଲା। ତେବେ ଭକ୍ତମାନେ ୮ଟି ଭୋଗଲଗା ଧାଡ଼ିରେ ନଡ଼ିଆ, ଧୂପ ସିନ୍ଦୂର ଫୁଲ ନେଇ ଯାଇଥିବାବେଳେ ସାଧାରଣ ଦର୍ଶନ ପାଇଁ ୨ ଗୋଟି ଧାଡ଼ି ବ୍ୟବସ୍ଥା କରାଯାଇଥିଲା। ଦିନ ୧୦ଟାରୁ ଭକ୍ତଙ୍କ ସମାଗମ ବୃଦ୍ଧି ପାଇଥିଲା। ଯାହାଫଳରେ ଦିନବେଳା ମା’ଙ୍କର ପହଡ଼ ପଡ଼ି ନ ଥିଲା। ତେଣୁ ଦିନ ତମାମ ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମନ୍ଦିର ପୂଜକ ଶ୍ୟାମସୁନ୍ଦର ଦେହୁରୀ, ସଦାନନ୍ଦ ଦେହୁରୀ, ପର୍ଶୁରାମ ଦେହୁରୀ, ଯଯାତି ଦେହୁରୀ ରାଜକିଶୋର ଦେହୁରୀ ପ୍ରମୁଖ ୩୦ରୁ ଊର୍ଦ୍ଧ୍ୱ ପୂଜକ ମନ୍ଦିର ପରିସରରେ ଉପସ୍ଥିତ ରହି ଭକ୍ତଙ୍କ ଭୋଗ ନୈବେଦ୍ୟ ଓ ଦର୍ଶନ କାର୍ଯ୍ୟରେ ସହଯୋଗ କରିଥିଲେ। ମନ୍ଦିର ପରିଚାଳନାବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ରୁଦ୍ର ନାରାୟଣ ମହନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ବଳଭଦ୍ର ନନ୍ଦ, ଦୟାନିଧି ମହାନ୍ତ, ନିର୍ମଳ ମହାନ୍ତି, ପୋଲିସ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ, ତହସିଲଦାର ଜନକ ନାୟକ, ଥାନାଅଧିକାରୀ ବନ୍ଦନା ପାତ୍ର, ଦୈତାରି, ହରିଚନ୍ଦନପୁର, ପାଟଣା, ଘସିପୁରା, ଆନନ୍ଦପୁର ପ୍ରଭୃତି ଥାନା ଅଧିକାରୀ ସମେତ ୪ ପ୍ଲାଟୁନ ଫୋର୍ସ, ଗାୟତ୍ରୀ ପରିବାର, ସତ୍ୟସାଇ ସେବାସଂଗଠନ ପ୍ରମୁଖ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ବ୍ୟବସ୍ଥାରେ ସହଯୋଗ କରିଥିଲେ। ତେବେ ପାର୍କିଂ ସ୍ଥଳରୁ ଶ୍ରଦ୍ଧାଳୁଙ୍କ ପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ମାଗଣା ବସସେବା ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କରାଯାଇଥିଲା। ଫଳରେ ଭକ୍ତମାନେ ବିଭିନ୍ନ ପାର୍କିଂ ସ୍ଥାନରୁ ସୁରୁଖୁରୁରେ ମା ତାରିଣୀ ମନ୍ଦିର ଯିବା ଆସିବା କରିପାରିଥିଲେ। ସେହିପରି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ସମସ୍ତ ଭକ୍ତଙ୍କୁ ନଡ଼ିଆ ଲଡ଼ୁ ବଣ୍ଟନ କରାଯାଇଥିଲା। ତେବେ ଭକ୍ତଙ୍କ ଗହଳି ସନ୍ଧ୍ୟା ଆରତୀ ପର୍ଯ୍ୟନ୍ତ ଲାଗି ରହିଥିଲା। ମନ୍ଦିର ପରିସରରେ ଭକ୍ତମାନଙ୍କ ଗହଳି ଓ ଟ୍ରାଫିକ୍‌ ସମସ୍ୟା ପାଇଁ ପୋଲିସ୍‌ ରାତ୍ର ପର୍ଯ୍ୟନ୍ତ ଉପସ୍ଥିତ ରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ପାଇଖାନାରେ ନବଜାତ ଶିଶୁକନ୍ୟାର ମୃତଦେହ, କିଏ ସେ ଅଜଣା ମହିଳା ଯିଏ…

ବଞ୍ଚୋ,୧୪ା୬(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ଫାଇନାଲ ହେଲା ଡିଲ୍‌? ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ଇରାନ; ତେଲ କଟକଣା ବି ପ୍ରତ୍ୟାହାର

ତେହରାନ,୧୪।୬: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସମ୍ପର୍କରେ ବିଭିନ୍ନ ବିବରଣୀ ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ସମ୍ବାଦ ସଂସ୍ଥାକୁ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

Mobile Emergency Alert: ଆଉ ହଠାତ ଭାଇବ୍ରେଟ ହେବ ନାହିଁ ଆପଣଙ୍କ ମୋବାଇଲ, ଜାଣନ୍ତୁ କିଏ ବନ୍ଦ କଲା ଏହି ସେବା

ନୂଆଦିଲ୍ଲୀ,୧୪।୬: ସାରା ଦେଶରେ ମୋବାଇଲ ଫୋନକୁ ଜରୁରୀକାଳୀନ ସତର୍କତା ପଠାଉଥିବା ସେଲ ବ୍ରଡକାଷ୍ଟ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)…

ଓମାନ ଉପସାଗରରେ ବୁଡିଲା ୧୪ ଭାରତୀୟ ଯାତ୍ରା କରୁଥିବା ଡଙ୍ଗା, ଉଦ୍ଧାର କାର୍ଯ୍ୟରେ ସହାୟତା କଲା ଆମେରିକା

ମସ୍କଟ,୧୪।୬: ରବିବାର ଓମାନ ଉପକୂଳରେ ୧୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏକ ଡଙ୍ଗା ବୁଡ଼ିବାକୁ ଆରମ୍ଭ କରିଥିଲା, ଏହି ସମୟରେ ଆମେରିକା ନୌସେନା, ଭାରତୀୟ ନୌସେନା…

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri