ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ,୧।୯-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଗ୍ୟାଙ୍ଗଷ୍ଟର ପାପା ଓରଫ୍‌ ଚିନ୍ମୟ ପଣ୍ଡା (୪୦)ଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି। ତାଙ୍କ ନାମରେ ସହଦେବଖୁଣ୍ଟା ମଡ଼େଲ ଥାନାରେ ୪, ଟାଉନ୍‌ ଥାନାରେ ୮, ଶିଳ୍ପାଞ୍ଚଳ ଥାନାରେ ୭ ଏବଂ ଦୀଘା ମୋହନା କୋଷ୍ଟାଲ ଥାନାରେ ଗୋଟିଏ ମୋଟ ୨୦ଟି ହତ୍ୟା, ଡକାୟତି, ଦାଦାବଟି ଏବଂ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି। ସେ ପୋଲିସକୁ ଚକ୍‌ମା ଦେଇ ବାରମ୍ବାର ଖସି ଯାଉଥିଲେ। ଶନିବାର ମଧ୍ୟରାତ୍ରରେ ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ପୋଲିସ୍‌ର ଏକ ସ୍ବତନ୍ତ୍ର ଟିମ୍‌ କଟକରୁ ତାଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ରବିବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ପାପା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜର ଗ୍ୟାଙ୍ଗ ଗଠନ କରି ବିଭିନ୍ନ ଅପରାଧ ଘଟାଉଥିଲା। ବାଲେଶ୍ୱର ସହରରେ ୩୦/୪୦ ଜଣଙ୍କ ନେଇ ସେ ଏକ ଗ୍ୟାଙ୍ଗ କରି ଅପରାଧିକ ସାମ୍ରାଜ୍ୟ ଚଳାଇଥିଲେ। ସ୍ଥାନୀୟ ବ୍ୟବସାୟୀ, ଠିକାଦାର, ଶିଳ୍ପପତିମାନଙ୍କଠାରୁ ସେ ଦାଦାବଟି ଆଦାୟ କରୁଥିଲେ। ୨ଟି ହତ୍ୟା ଘଟଣା ସହ ୨୦ଟି ବିଭିନ୍ନ ମାମଲାରେ ସେ ଜଡ଼ିତ ଥିବାର ଜଣାପଡ଼ିଛି। ଅଳ୍ପ ଦିନ ତଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଧରିବା ପାଇଁ ଜିଲା ପୋଲିସ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଆସୁଥିଲା। ସେ ଏକାଧିକ ମୋବାଇଲ ବ୍ୟବହାର କରିବା ସହ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ରହୁଥିଲେ। ଗ୍ୟାଙ୍ଗରେ ଥିବା ଲୋକଙ୍କ ଦ୍ୱାରା ବାଲେଶ୍ୱରରେ ବିଭିନ୍ନ ଅପରାଧ କରୁଥିଲେ। ଶନିବାର ରାତିରେ ତାଙ୍କୁ କଟକ ରେଳଷ୍ଟେଶନ ନିକଟରେ ଠାବ କରାଯାଇ ଗିରଫ କରାଯାଇଥିଲା। ରବିବାର କୋର୍ଟଚାଲାଣ କରାଯାଇଛି। ପାପାଙ୍କୁ ରିମାଣ୍ଡରେ ଆଣିବା ପରେ ତାଙ୍କର ସମସ୍ତ ଗ୍ୟାଙ୍ଗ ଏବଂ ଅପରାଧ ସମ୍ପର୍କରେ ତଥ୍ୟ ମିଳିପାରିବ। ତାଙ୍କଠାରୁ ୧୧ଟି ମୋବାଇଲ ଜବତ ହୋଇଥିବାର ଏସ୍‌ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତପନ କୁମାର ପଟ୍ଟନାୟକ, ଡିଏସ୍‌ପି ଉମେଶ ପଣ୍ଡା, ସହଦେବଖୁଣ୍ଟା ଥାନାଧିକାରୀ ପରେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri