ଗ୍ଲାସେ ଉଷୁମ ପାଣିରୁ ଆରମ୍ଭ ହୁଏ ଐଶ୍ୱର୍ଯ୍ୟାଙ୍କ ଦିନ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାର ରାଜ୍‌ ସମ୍ପର୍କରେ ଜାଣିବାକୁ ଫ୍ୟାନ୍‌ମାନଙ୍କର ଇଚ୍ଛା ଥାଏ। ତେବେ ଆସନ୍ତୁ ଜାଣିବା ଫିଟ୍‌ ରହିବା ପାଇଁ ଐଶ୍ୱର୍ଯ୍ୟା କ’ଣ ସବୁ କରିଥାନ୍ତି।
ତାଙ୍କର ସକାଳ ଆରମ୍ଭ ହୁଏ ଲେମ୍ବୁ ଏବଂ ଗ୍ଲାସେ ଉଷୁମ ପାଣିରୁ। ସକାଳ ଜଳଖିଆ ଖାଇବାକୁ ସେ ଆଦୌ ଭୁଲନ୍ତି ନାହିଁ। ଜଳଖିଆରେ ବ୍ରାଉନ୍‌ ବ୍ରେଡ୍‌ ଟୋଷ୍ଟ ସାମିଲ କରିଥାନ୍ତି। କେବେ କେବେ ଓଟ୍‌ସ ବି ଖାଇଥାନ୍ତି। ଏଥିରେ ଫାଇବରର ମାତ୍ରା ଅଧିକ ଥାଏ। ତେଣୁ ସ୍ବାସ୍ଥ୍ୟ ଭଲ ରହିଥାଏ। ଲଞ୍ଚ୍‌ରେ ଭାତ, ଡାଲି, ଏବଂ ସବୁଜ ପନିପରିବାରେ ପ୍ରସ୍ତୁତ ତରକାରୀ ଖାଇଥାନ୍ତି।

ରାତିରେ ହାଲୁକା ଖାଦ୍ୟ ଖାଇବାକୁ ସେ ପସନ୍ଦ କରନ୍ତି। କାରଣ ପାଚନ ପ୍ରକ୍ରିୟା ସହଜ ହୋଇଥାଏ। ରାତିରେ ବେଳେବେଳେ ବ୍ରାଉନ୍‌ ରାଇସ୍‌ ଏବଂ ମାଛ ଖାଇଥାନ୍ତି। ୨୪ ଘଣ୍ଟା ଭିତରେ ସେ କିଛି କିଛି ଫଳ ଆହାର କରିଥାନ୍ତି। ଜଙ୍କ୍‌ଫୁଡ୍‌ ଆଦୌ ଗ୍ରହଣ କରନ୍ତି ନାହିଁ। ଦିନକୁ ୮ ଗ୍ଲାସ ପାଣି ପିଇଥାନ୍ତି।

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଛନ୍ତି, ପ୍ରତିଦିନ ସେ ଜିମ୍‌ ଯାଆନ୍ତିନାହିଁ। ସପ୍ତାହରେ ଦିନେ ଦୁଇଦିନ ଯାଇଥାନ୍ତି। ଏହା ବ୍ୟତୀତ ସେ ଯୋଗ କରିଥାନ୍ତି। ସେ କୁହନ୍ତି, ଯୋଗ କରିବା ଦ୍ୱାରା ମନ ଫୂର୍ତ୍ତି ରହିବା ସହ ଶରୀର ଶକ୍ତିଶାଳୀ ହୋଇଥାଏ। ସେ ୪୫ ମିନିଟ୍‌ ଯୋଗ କରିଥାନ୍ତି। ସକାଳେ ଜଗିଂ ବି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri