ଗ୍ଲାମର ଦୁନିଆ ଛାଡ଼ିବେ ପ୍ରିୟଙ୍କା !

ପ୍ରିୟଙ୍କା ଚୋପ୍ରା ନିକ୍‌ଙ୍କୁ ବିବାହ କରିବା ୬ ମାସ ପୂରିଗଲାଣି। ବିବାହ ପରଠାରୁ ଆଜିପର୍ଯ୍ୟନ୍ତ ଦୁହେଁ ଖୁବ୍‌ ଏନ୍‌ଜୟ କରୁଛନ୍ତି। ସବୁ ପରେ ବି ପ୍ରିୟଙ୍କା ନିକ୍‌ଙ୍କ ଫ୍ୟୁଚର ପ୍ଲାନିଂ ସମ୍ପର୍କରେ ଜାଣିଲେ ଫ୍ୟାନ୍‌ଙ୍କ ହୃଦୟ ଭାଙ୍ଗିଯିବ। ଏକ ସାକ୍ଷାତକାରରେ ନିକ୍‌ କହିଛନ୍ତି, କୃଷି ପ୍ରତି ଆମେ ବହୁ ଆକର୍ଷିତ। ଏଥିପାଇଁ ପ୍ରିୟଙ୍କାଙ୍କୁ ଗ୍ଲାମର ଦୁନିଆ ଛାଡ଼ିବାକୁ ପଡ଼ିପାରେ। ବିବାହ ପରେ ନିକ୍‌ ପ୍ରିୟଙ୍କାଙ୍କ ସହିତ ଯେତେବେଳେ ଏ ବିଷୟରେ ଆଲୋଚନା କରିଥିଲେ ପ୍ରିୟଙ୍କାଙ୍କୁ ଏହି ଆଇଡିଆ ଖୁବ୍‌ ପସନ୍ଦ ଆସିଥିଲା ବୋଲି ସେ କୁହନ୍ତି। ନିକ୍‌ କହିଛନ୍ତି, ଗ୍ଲାମର ଦୁନିଆ ଛାଡ଼ିବା ପ୍ରିୟଙ୍କାଙ୍କ ପାଇଁ ସହଜ ହେବ ନାହିଁ। ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ। ମୁଁ ଜାଣେ; ପ୍ରିୟଙ୍କା ଭଲ ଅଭିନେତ୍ରୀ ହୋଇଥିବାରୁ ଦର୍ଶକ ତାଙ୍କୁ ପସନ୍ଦ କରନ୍ତି।  ପ୍ରିୟଙ୍କାଙ୍କୁ ସ୍ତ୍ରୀ ଭାବେ ପାଇ ନିକ୍‌ ବହୁ ଭାଗ୍ୟଶାଳୀ ବୋଲି କହିଛନ୍ତି । ପ୍ରିୟଙ୍କା-ନିକ୍‌ ୨୦୧୮ ଡିସେମ୍ବର ୧-୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନିକ୍‌ ପ୍ରିୟଙ୍କାଙ୍କଠାରୁ ୧୦ ବର୍ଷ ସାନ। ବୟସ ତାରତମ୍ୟ ତାଙ୍କ ହସଖୁସିରେ ପ୍ରତିବନ୍ଧକ ସାଜିନାହିଁ। ବିବାହ ପରଠାରୁ ଏହି ଯୋଡ଼ି ବେଶ୍‌ ଚର୍ଚ୍ଚାରେ ରହି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri