ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପାଇଁ ନାହିଁ କାର୍ଯ୍ୟାଳୟ: ଚାଷୀଙ୍କୁ ମିଳୁନି ଚାଷ ସମ୍ପର୍କିତ ସୂଚନା

ବଅଁରପାଳ, ୨୦।୫ (ଡି.ଏନ୍‌.ଏ.)  ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୃଷି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀମାନେ ନାନା ଅସୁବିଧା ଭୋଗୁଛନ୍ତି। କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଳୟ ନ ଥିବା ବେଳେ ରହିବା ପାଇଁ ସେମାନଙ୍କୁ ସରକାରୀ କ୍ୱାର୍ଟର୍ସ ମଧ୍ୟ ମିଳୁନି। ଫଳରେ କିଏ ଭଡ଼ାଘରେ ରହି ସେଠାରେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ନିଜ ଘରେ କାର୍ଯ୍ୟାଳୟ ଖୋଲି ଦାୟିତ୍ୱ ତୁଲାଉଛନ୍ତି।
ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତରେ ଜଣେ ଲେଖାଏ ଗ୍ରାମ୍ୟ କୃଷି କର୍ମଚାରୀ ରହିବା କଥା। କିନ୍ତୁ ବର୍ତ୍ତମାନ ମାତ୍ର ୧୭ଜଣ କର୍ମଚାରୀ ଏହି ଦାୟିତ୍ୱରେ ଅଛନ୍ତି। ଫଳରେ କୃଷି ସମ୍ବନ୍ଧୀୟ ବିଭିନ୍ନ ସୁବିଧା ଓ ସୂଚନା ସମସ୍ତ ଚାଷୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଏପରି କି ବିଭାଗୀୟ କାର୍ଯ୍ୟାଳୟରେ ଉନ୍ନତମାନର କୃଷି ଉପକରଣ ଓ ରିହାତି ଦରରେ ବିହନ ମିଳୁଥିବା ବେଳେ ଉକ୍ତ ସୂଚନା କୃଷି କର୍ମଚାରୀମାନେ ଗ୍ରାମାଞ୍ଚଳରେ ଠିକଣା ଭାବେ ପହଞ୍ଚାଇ ପାରୁନାହାନ୍ତି। ପୂର୍ବରୁ ତୁବେ, କୁଲାଡ଼, ବଉଳିଗଡ଼, କାଣ୍ଡସର, ଜରାସିଂହା ଆଦି ପଞ୍ଚାୟତରେ ସ୍ବତନ୍ତ୍ର ଭାବେ କ୍ବାର୍ଟର୍ସ ସହ କାର୍ଯ୍ୟାଳୟ ବ୍ୟବସ୍ଥା ଥିଲା। ସେହି କ୍ବାର୍ଟର୍ସରେ କୃଷି କର୍ମଚାରୀମାନେ ରହିବା ସହ କୃଷି ସମ୍ବନ୍ଧୀୟ ବିଭିନ୍ନ ଜିନିଷପତ୍ର ରଖୁଥିଲେ। ଏଥିସହ ଚାଷୀମାନଙ୍କୁ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଉଥିଲେ। ମାତ୍ର କାଣ୍ଡସର, ବଉଳିଗଡ଼, ତୁବେ ଅଞ୍ଚଳରେ କୃଷି କର୍ମଚାରୀମାନଙ୍କ ପାଇଁ ରହିଥିବା କ୍ବାର୍ଟର୍ସଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଛି। ସେହିପରି କୁଲାଡ଼ ଓ ଜରାସିଂହା ଅଞ୍ଚଳରେ ଥିବା କ୍ବାର୍ଟର୍ସ ଅନ୍ୟମାନଙ୍କ କବ୍‌ଜାରେ ରହିଛି।
ଏ ସମ୍ପର୍କରେ ବଅଁରପାଳ ବ୍ଲକ ସହକାରୀ କୃଷି ଅଧିକାରୀ ସୁମନ୍ତ ନାୟକ କୁହନ୍ତି, ପୂର୍ବରୁ ବ୍ଲକ ଅଞ୍ଚଳରେ କୃଷି କର୍ମଚାରୀଙ୍କ ପାଇଁ କେତୋଟି ସ୍ଥାନରେ ସରକାରୀ କ୍ବାର୍ଟର୍ସ ଓ କାର୍ଯ୍ୟାଳୟ ରହିଥିଲା। ମାତ୍ର ସେଗୁଡ଼ିକ ଶୋଚନୀୟ ଅବସ୍ଥାକୁ ଆସିଗଲାଣି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ କୃଷି ପରାମର୍ଶ କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଉଛି। ସେଠାରେ କୃଷି କର୍ମଚାରୀମାନେ ରହି ଚାଷୀମାନଙ୍କୁ ଚାଷ ସମ୍ପର୍କରେ ସମସ୍ତ ପ୍ରକାର ପରାମର୍ଶ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri