ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପାଇଁ ନାହିଁ କାର୍ଯ୍ୟାଳୟ: ଚାଷୀଙ୍କୁ ମିଳୁନି ଚାଷ ସମ୍ପର୍କିତ ସୂଚନା

ବଅଁରପାଳ, ୨୦।୫ (ଡି.ଏନ୍‌.ଏ.)  ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୃଷି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀମାନେ ନାନା ଅସୁବିଧା ଭୋଗୁଛନ୍ତି। କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଳୟ ନ ଥିବା ବେଳେ ରହିବା ପାଇଁ ସେମାନଙ୍କୁ ସରକାରୀ କ୍ୱାର୍ଟର୍ସ ମଧ୍ୟ ମିଳୁନି। ଫଳରେ କିଏ ଭଡ଼ାଘରେ ରହି ସେଠାରେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ନିଜ ଘରେ କାର୍ଯ୍ୟାଳୟ ଖୋଲି ଦାୟିତ୍ୱ ତୁଲାଉଛନ୍ତି।
ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତରେ ଜଣେ ଲେଖାଏ ଗ୍ରାମ୍ୟ କୃଷି କର୍ମଚାରୀ ରହିବା କଥା। କିନ୍ତୁ ବର୍ତ୍ତମାନ ମାତ୍ର ୧୭ଜଣ କର୍ମଚାରୀ ଏହି ଦାୟିତ୍ୱରେ ଅଛନ୍ତି। ଫଳରେ କୃଷି ସମ୍ବନ୍ଧୀୟ ବିଭିନ୍ନ ସୁବିଧା ଓ ସୂଚନା ସମସ୍ତ ଚାଷୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଏପରି କି ବିଭାଗୀୟ କାର୍ଯ୍ୟାଳୟରେ ଉନ୍ନତମାନର କୃଷି ଉପକରଣ ଓ ରିହାତି ଦରରେ ବିହନ ମିଳୁଥିବା ବେଳେ ଉକ୍ତ ସୂଚନା କୃଷି କର୍ମଚାରୀମାନେ ଗ୍ରାମାଞ୍ଚଳରେ ଠିକଣା ଭାବେ ପହଞ୍ଚାଇ ପାରୁନାହାନ୍ତି। ପୂର୍ବରୁ ତୁବେ, କୁଲାଡ଼, ବଉଳିଗଡ଼, କାଣ୍ଡସର, ଜରାସିଂହା ଆଦି ପଞ୍ଚାୟତରେ ସ୍ବତନ୍ତ୍ର ଭାବେ କ୍ବାର୍ଟର୍ସ ସହ କାର୍ଯ୍ୟାଳୟ ବ୍ୟବସ୍ଥା ଥିଲା। ସେହି କ୍ବାର୍ଟର୍ସରେ କୃଷି କର୍ମଚାରୀମାନେ ରହିବା ସହ କୃଷି ସମ୍ବନ୍ଧୀୟ ବିଭିନ୍ନ ଜିନିଷପତ୍ର ରଖୁଥିଲେ। ଏଥିସହ ଚାଷୀମାନଙ୍କୁ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଉଥିଲେ। ମାତ୍ର କାଣ୍ଡସର, ବଉଳିଗଡ଼, ତୁବେ ଅଞ୍ଚଳରେ କୃଷି କର୍ମଚାରୀମାନଙ୍କ ପାଇଁ ରହିଥିବା କ୍ବାର୍ଟର୍ସଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଛି। ସେହିପରି କୁଲାଡ଼ ଓ ଜରାସିଂହା ଅଞ୍ଚଳରେ ଥିବା କ୍ବାର୍ଟର୍ସ ଅନ୍ୟମାନଙ୍କ କବ୍‌ଜାରେ ରହିଛି।
ଏ ସମ୍ପର୍କରେ ବଅଁରପାଳ ବ୍ଲକ ସହକାରୀ କୃଷି ଅଧିକାରୀ ସୁମନ୍ତ ନାୟକ କୁହନ୍ତି, ପୂର୍ବରୁ ବ୍ଲକ ଅଞ୍ଚଳରେ କୃଷି କର୍ମଚାରୀଙ୍କ ପାଇଁ କେତୋଟି ସ୍ଥାନରେ ସରକାରୀ କ୍ବାର୍ଟର୍ସ ଓ କାର୍ଯ୍ୟାଳୟ ରହିଥିଲା। ମାତ୍ର ସେଗୁଡ଼ିକ ଶୋଚନୀୟ ଅବସ୍ଥାକୁ ଆସିଗଲାଣି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ କୃଷି ପରାମର୍ଶ କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଉଛି। ସେଠାରେ କୃଷି କର୍ମଚାରୀମାନେ ରହି ଚାଷୀମାନଙ୍କୁ ଚାଷ ସମ୍ପର୍କରେ ସମସ୍ତ ପ୍ରକାର ପରାମର୍ଶ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri