ଗ୍ରାମୀଣ ଆବାସ ଯୋଜନା ବାଟବଣା :  ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଯୋଜନା

ରଣପୁର,୭।୮(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ପରି ଗ୍ରାମୀଣ ଆବାସ ଯୋଜନା ବାଟବଣା ହୋଇପଡିଛି । ବିଭିନ୍ନ ପଞ୍ଚାୟତରେ ୨୦ରୁ ୩୦ ହଜାର ଟଙ୍କା ନ ଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ମିଳୁ ନ ଥିବା ଅଭିଯୋଗ ହେଉଛି । ଟଙ୍କା ଦେଲେ ଏସି ଲାଗିଥିବା କୋଠାଘର ସଦସ୍ୟଙ୍କୁ ମଧ୍ୟ କାର୍ଯ୍ୟାଦେଶ ମିଳୁଛି। ପୂର୍ବରୁ ମୋ କୁଡ଼ିଆ ଯୋଜନା, ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ପୁଣି ଥରେ କାର୍ଯ୍ୟାଦେଶ ଦିଆ ହେଉଛି । ଏଣୁ ଗରିବ,ଖଟିଖିଆ ମେହନତି ମଣିଷଙ୍କ ପରି ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି ଯୋଜନା । ଯାହାର ନଜିର ବ୍ରଜରାଜପୁର ଓ ବଜ୍ରକୋଟ ପଞ୍ଚାୟତରେ ଦେଖିବାକୁ ମିଳିଛି।
ବ୍ରଜରାଜପୁର ପଞ୍ଚାୟତ ବାସିନ୍ଦା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ଚାଲିଥିବା ଅନିୟମତତା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେମାନେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ନୟାଗଡ଼ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରି ଅନିୟମିତତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ବଜ୍ରକୋଟ ପଞ୍ଚାୟତର ଭେରୁପଡା ଗଁାରେ ୩୦ ବର୍ଷର ପୁରୁଣା ଘରକୁ ଦେଖାଇ ଦୁଇ ହିତାଧିକାରୀ ବିଲ୍‌ ପାସ କରି ନେଲେ । ଅଭିଯୋଗ ପରେ ତଦନ୍ତ ଚାଲିଲା । ହେଲେ ତଦନ୍ତର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ରଣପୁର ବ୍ଲକର ୩୭ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ଅଣଦେଖା ହୋଇ ରହୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ରେ କାର୍ଯ୍ୟାଦେଶ ପାଇବାକୁ ହେଲେ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡୁଛି । କିଛି କୁଜି ନେତା ଓ ଗଁା ଟାଉଟର ଏହି ଟଙ୍କା ଆଦାୟ କରି ନେବା ପରେ କାର୍ଯ୍ୟାଦେଶ ଦିଆଯାଇଛି । କିଛି ସରକାରୀ କର୍ମଚାରୀ, ରାଜନେତା ଏହି ଲାଞ୍ଚ ଟଙ୍କା ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଲାଞ୍ଚ ନ ଦେଲେ ବିଭିନ୍ନ ପ୍ରକାରର ବାହାନା ଦେଖାଇ ଗରିବ ହିତାଧିକାରୀଙ୍କୁ ସମୟ ଗଡା ଚାଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ଘର ନ ମିଳିବା ପରେ ବିଡିଓ, ଉପଜିଲାପାଳ, ଜିଲାପାଳଙ୍କ ନିକଟରେ ଯୋଗ୍ୟ ହିତାଧିକାରୀମାନେ ଯାଇ ଅଧିକାଂଶ ସମୟରେ ଅଭିଯୋଗ କରିଥାନ୍ତି। ସବୁଠି ପ୍ରତିଶ୍ରୁତି ମିଳେ । କିନ୍ତୁ ତାହା ପୂରଣ ହୋଇ ନ ଥାଏ। ଏହିପରି ବହୁ ଯୋଗ୍ୟ ହିତାଧିକାରୀ ପ୍ରତାରିତ ହୋଇଥିବାର ନଜିର ରହିଛି । ଏନେଇ ବ୍ରଜରାଜପୁର ପଞ୍ଚାୟତ ଲତାର ଗଁାର ଭିକାରୀ ମହାପାତ୍ର କୁହନ୍ତି ମୋ ପଞ୍ଚାୟତରେ ୨୦ ରୁ ୩୦ ହଜାର ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ମିଳୁଛି । ମୁଁ ଜଣେ ଗରିବ ହୋଇଥିବାରୁ ଏତେ ଟଙ୍କା ମୋ ପାଖରେ ନ ଥିବାରୁ ସରକାରୀ ଯୋଜନା ମୋ ପାଇଁ ସ୍ବପ୍ନ ହୋଇ ରହିଛି । ଘର ଟିଏ ପାଇବା ପାଇଁ ବିଡିଓଙ୍କୁ ବାରମ୍ବାର ଦାବି କରିଛି। ହେଲେ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ଭଙ୍ଗା ଚାଳ ଘର ହଟୁ ନାହିଁ । ବଜ୍ରକୋଟ ପଞ୍ଚାୟତ ଭେରୁପଡା ଗଁାର ଚଇନି ସାହୁ କୁହନ୍ତି ମୋ ଗଁାରେ ଦୁଇ ହିତାଧିକାରୀ ପୁରୁଣା ଆଜବେଷ୍ଟସ ଘରକୁ ଦେଖାଇ ସରକାରୀ ଅନୁଦାନ ଲୁଟି ନେଲେ । ଏହି ଅନିୟମିତତାରେ ରାଜନେତା, ବ୍ଲକ କର୍ମଚାରୀ, ପଞ୍ଚାୟତ କର୍ମଚାରୀ ସାମିଲ ଥିଲେ ମଧ୍ୟ ତଦନ୍ତ ଆଗକୁ ବଢ଼ୁନି । ମୋ ବାପା ଭଙ୍ଗା କୁଡିଆରେ ରହି ସାପ କାମୁଡାରେ ପ୍ରାଣ ହରାଇଲେ । ଦେଖାଯାଉ ମୋ ଜୀବନ କିପରି କଟୁଛି ବୋଲି ଚଇନି କହିଥିଲେ। ଏ ସମ୍ପର୍କରେ ବ୍ରଜରାଜପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ସ୍ବାଇଁ କୁହନ୍ତି ମୋ ଘର ଏଠାରେ ହୋଇ ନ ଥିବାରୁ ମୁଁ କୌଣସି ହିତାଧିକାରୀଙ୍କୁ ଜାଣିନି । କାର୍ଯ୍ୟାଦେଶ ଦେବା ପାଇଁ ଘର ଅନୁଧ୍ୟାନ ସମୟରେ ଆମକୁ ଅନ୍ୟଘର ଦେଖାଇ ବେଳେବେଳେ କେତେକ ଫାଇଦା ମାରି ନେଉଛନ୍ତିି । ଅଭିଯୋଗ ପରେ ଆମେ ସଂଶୋଧନ କରୁଛୁ । ବିଡିଓ ରଶ୍ମିରେଖା ଦାଶଙ୍କୁ ପଚାରିବାରୁ ସେ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇବା ପାଇଁ ଲାଞ୍ଚ ନିଆଯାଉଥିବା କଥାକୁ ଅସ୍ବୀକାର କରିଥିଲେ। ଅନ୍ୟାନ୍ୟ ଅଭିଯୋଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri