ଗ୍ରାମାଞ୍ଚଳରେ ମୋବାଇଲ ସେବା ଅପହଞ୍ଚ

ଗଣିଆ,୯।୮(ଡିି.ଏନ.ଏ.)-ବର୍ତ୍ତମାନ ଦୁନିଆରେ ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଜରୁରୀ ହୋଇପଡିଛି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ପର୍ଯ୍ୟନ୍ତ ଏହାର ବ୍ୟବହାର ଜରୁରୀ ହୋଇପଡିଛି। ଜନସାଧାରଣଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୟାସ ଜାରି ରଖିଛନ୍ତି। ଏ ପରିପ୍ରେକ୍ଷୀରେ ଗଣିଆ ବ୍ଲକ ଛାମୁଣ୍ଡିଆ ଅଞ୍ଚଳର କେତେକ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ ହୋଇପଡିଥିବା ଦେଖାଯାଇଛି। ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ବହୁ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପଞ୍ଚାୟତର ଛାଡମୂଳ, ମହୁକଣ, ଉପର ମହୁକଣ, ବୁଟୁବୁରେଇ, ଭଗାମୁଣ୍ଡା, କୁମ୍ଭୀରଖଣି, ଧୋବାବୋରେଇ, ରାଜିଙ୍ଗି, ମହନାପଦା, ଯଶିପୁର, ବଡମୂଳ, ମାଳିସାହି ଆଦି ଗ୍ରାମବାସୀଙ୍କ ପାଇଁ ଏହିଭଳି ସମସ୍ୟା ଉପୁଜିଥିବା ଦେଖାଯାଇଛି। ଜରୁରୀ ସମୟରେ ଏହି ଗ୍ରାମର ଲୋକମାନେ ଗାଁ ଠାରୁ କିଛି କିଲୋମିଟର ଦୂର ଆସି ମୋବାଇଲ ଯୋଗେ କଥାବାର୍ତ୍ତା କରିଥାନ୍ତି ବୋଲି ମହୁକଣ ଗ୍ରାମର ବିଭୂତିଭୂଷଣ ସାମଲ କୁହନ୍ତି। କେତେକ ଗ୍ରାମରେ ଲୋକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଛ ଉପରେ ଚଢି ମୋବାଇଲ ନେଟୱର୍କର ଅନୁସନ୍ଧାନ କରି ଫୋନ କରୁଥିବା ଦେଖିବାକୁ ମଳୁଛି। ଛାମୁଣ୍ଡିଆଠାରେ ବିଏସଏନଏଲ, ଏୟାରଟେଲ କମ୍ପାନୀର ନେଟୱର୍କ ନ ଥିବା ବେଳେ ଏଠାରେ ନିର୍ମାଣ କରାଯାଇଥିବା ଏକମାତ୍ର ଜିଓ କମ୍ପାନୀର ଟାୱାର କିଛି ଗ୍ରାମବାସୀଙ୍କ ପାଇଁ ସାହାଭରସା ପାଲଟିଛି। ଏହି ଜିଓ ନେଟୱର୍କର ଗେନ୍‌ ବୃଦ୍ଧି କରାଯାଉ ନ ଥିବାରୁ ଏହା ସିମିତ ଅଞ୍ଚଳ ମଧ୍ୟରେ କାର୍ଯ୍ୟ କରୁଛି। ସେହିପରି ଗତ ଏକ ବର୍ଷ ହେବ ଭାରତ ସଞ୍ଚାର ନିଗମ ଲିମିଟେଡ( ବିଏସଏନଏଲ) ତରଫରୁ ଛାମୁଣ୍ଡିଆଠାରେ ଏକ ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ପାରି ଅଧାପନ୍ତରିଆ ଭାବେ ପଡିରହିଛି। ଅପରପକ୍ଷେ ପୋଲିସ ବିଭାଗର ଏସ୍‌ଆର୍‌ଇ ତରଫରୁ କୁମ୍ଭୀରଖଣି ଗ୍ରାମଠାରେ ଏକ ବିଏସଏନ୍‌ଏଲ ଟାୱାର ନିର୍ମାଣ ପାଇଁ ଗତ ୧ବର୍ଷ ତଳୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଏହାର ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ। ସେହିପରି ବଡଶିଲିଙ୍ଗା ପଞ୍ଚାୟତବାସୀଙ୍କ ପାଇଁ ବଡଶିଲିଙ୍ଗାଠାରେ ନିର୍ମାଣ କରାଯାଇଥିବା ବିଏସଏନଏଲ ଟାୱାର ମଧ୍ୟ ଠିକ ଭାବେ କାର୍ଯ୍ୟ କରୁନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଛାମୁଣ୍ଡିଆ ଓ କୁମ୍ଭୀରଖଣି ଗ୍ରାମରେ ଖୁବ୍‌ ଶୀଘ୍ର ବିଏସଏନଏଲ ଟାୱାର ନିର୍ମାଣ ସହ ଜିଓ ନେଟୱର୍କର ଗେନ୍‌ ବୃଦ୍ଧି କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri