ଗ୍ରାମାଞ୍ଚଳ କ୍ରିକେଟ୍‌ରଙ୍କୁ ଉତ୍ସାହିତ କରୁଛନ୍ତି ‘ବନମାଳୀ’: ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ହେବା ଲକ୍ଷ୍ୟ

ସାକ୍ଷୀଗୋପାଳ, ୩୦।୭(ଡି.ଏନ୍‌.ଏ.)-ପିଲାଦିନରୁ ତାଙ୍କର କ୍ରିକେଟ୍‌ ଖେଳ ପ୍ରତି ଆଗ୍ରହ ରହିଥିଲା। ନଡ଼ିଆ ବାହୁଙ୍ଗା କିମ୍ବା ପତଳା ପଟା ଖଣ୍ଡେ ମିଳିଗଲେ ସେଥିରେ ବ୍ୟାଟିଂ ଆରମ୍ଭ କରିଦେଉଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆବଶ୍ୟକ ବ୍ୟାଟ୍‌, ବଲ୍‌ ଆଦି ସରଞ୍ଜାମ କିଣିବା ତାଙ୍କ ପାଇଁ ସମ୍ଭବ ହେଉ ନ ଥିଲା। କ୍ରିକେଟ୍‌ ଖେଳିବା ନିଶାଯୋଗୁ ସେ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରି କଟୁରି ସାହାଯ୍ୟରେ ବ୍ୟାଟ୍‌ ତିଆରି କରି ଖେଳୁଥିଲେ। ବଡ଼ ହେବା ପରେ ନିଜର ପିଲାଦିନର ଅଭାବ କଥାକୁ ମନେ ପକାଇ ବର୍ତ୍ତମାନର ଅଭାବୀ ପିଲାମାନଙ୍କ ପାଇଁ ବ୍ୟାଟ୍‌ ତିଆରି କରୁଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ପୋଡ଼ଙ୍ଗସାହି ଗ୍ରାମର ବନମାଳୀ ବିଶ୍ୱାଳ।

ବକୁଳବନ ବଜାରରେ ଛୋଟିଆ ପାନ ଦୋକାନ କରିଛନ୍ତି। ଜଣେ ହ୍ୟାଣ୍ଡମେଡ୍‌ ବ୍ୟାଟ୍‌ ପ୍ରସ୍ତୁତକାରୀ ଭାବରେ ସେ ଅଞ୍ଚଳରେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ବନମାଳୀ କାଠରେ ନୂଆ ବ୍ୟାଟ୍‌ ତିଆରି କରିବା ସହିତ ବ୍ୟାଟ୍‌ ମରାମତି କରିବା କାମରେ ଲାଗିଛନ୍ତି। ଗ୍ରାମାଞ୍ଚଳର ସବୁ କ୍ରିକେଟ ଖେଳାଳି ବଜାରରୁ ବ୍ୟାଟ୍‌ କିଣି ଖେଳିବା ସମ୍ଭବ ହେଉ ନ ଥିବାବେଳେ ସେମାନଙ୍କୁ କମ୍‌ ମୂଲ୍ୟରେ ବ୍ୟାଟ୍‌ ଯୋଗାଉଛନ୍ତି ବନମାଳୀ। ବଜାରରେ ବିକ୍ରି କରାଯାଉଥିବା ବ୍ୟାଟ୍‌ ଭଳି ସେ ମଧ୍ୟ ବ୍ୟାଟ୍‌ ତିଆରି କରି ସ୍ଥାନୀୟ କ୍ରିକେଟର୍‌ଙ୍କ ସହ ସାକ୍ଷୀଗୋପାଳ, ପୁରୀ, ଜଟଣୀ, ଭୁବନେଶ୍ୱରରେ ଥିବା ଖେଳ ଉପକରଣ ଦୋକାନଗୁଡ଼ିକୁ ଯୋଗାଇଦେଉଛନ୍ତି। ବ୍ୟାଟ୍‌ ତିଆରି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଓ ସରଞ୍ଜାମ ମଧ୍ୟରେ କାଠ, କରତ, ବଟାଳି, ଖଲି ବଟାଳି, ମୁନା, ସାଇଣ୍ଡର ମେଶିନ, ଅଠା, ସୂତା, ଷ୍ଟିକର ଓ ହ୍ୟାଣ୍ଡେଲ ସଂଗ୍ରହ କରନ୍ତି। ଗୋଟିଏ ବ୍ୟାଟ୍‌ ପ୍ରସ୍ତୁତ କରିବାକୁ ଦୁଇଦିନ ଲାଗୁଥିବା ବେଳେ ତାକୁ ୩ ଶହରୁ ୪ ଶହ ଟଙ୍କାରେ ବିକ୍ରୟ କରୁଛନ୍ତି। ବିଶେଷ ଲାଭ ହେଉ ନ ଥିଲେ ମଧ୍ୟ ଆଗକୁ ସରକାରୀ ସହାୟତା ମିଳିଲେ ଆଧୁନିକ ଯନ୍ତ୍ରାଂଶ ଓ ସରଞ୍ଜାମ କିଣି ସେ ଲାଭବାନ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତିି। ପିଲାବେଳର ଅଭାବୀ ଜୀବନକୁ ସେ ବେଶ୍‌ ଅନୁଭବ କରି ପାନ ଦୋକାନ ସହିତ ଚାଷ କାମରେ ନିୟୋଜିତ ହେବା ସଙ୍ଗେସଙ୍ଗେ ଜଣେ ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ଭାବରେ ନିଜର ପରିଚୟ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri