ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ : ଘର ଭାଙ୍ଗି ଲୁଟିନେଲେ ଉପକରଣ

ରଣପୁର,୪ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ କରାଯାଇ ରବୀନ୍ଦ୍ର ବେହେରାଙ୍କ ପରିବାରକୁ ପ୍ରଥମେ ବାସନ୍ଦ କରାଗଲା। ଆଉ ଏହାର କିଛିବର୍ଷ ପରେ ମଙ୍ଗଳବାର ତାଙ୍କ ଘର ଭାଙ୍ଗି ସମସ୍ତ ଉପକରଣ ଲୁଟି ନେଲେ। ଏପରି କି ଏକ ବାକ୍ସରେ ରହିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୩୫ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଏ ନେଇ ରବୀନ୍ଦ୍ରଙ୍କ ପନତ୍ୀ ଉର୍ମିଳା ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଗରିବ ଦାଉ ସାଧୁଛି। ସ୍ବାମୀଙ୍କର ଭଲ ରୋଜଗାର ନାହିଁ। ତେବେ ସ୍ବାମୀଙ୍କ ନଁାରେ ଗୌରାଙ୍ଗପୁର ପଞ୍ଚାୟତ ସମ୍ମୁଖରେ ୨ ଡେସିମିଲ ଜମି ରହିଛି। ଆମ ପରିବାର ଏଠାରେ ଘର କରି ୪୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରହିଆସୁଛୁ। ତେବେ ଘରୁ ଉଠାଇଦେବା ନେଇ କିଛିବର୍ଷ ତଳେ କେତେଜଣ ଲୋକ ଉଦ୍ୟମ କରିଥିଲେ। ସେ ସମୟରେ ଥାନାରେ ଅଭିଯୋଗ ପରେ ପୋଲିସ ହସ୍ତକ୍ଷେପ କରିବାରୁ କିଛି ଅସୁବିଧା ହୋଇ ନ ଥିଲା। ହେଲେ ଗଁାରେ ବାସନ୍ଦ କରି ରଖିଥିଲେ। ମଙ୍ଗଳବାର ସକାଳେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଟାଙ୍ଗିଆ, କଟୁରି, ଦାଆ, ଶାବଳ ଆଦି ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ପରେ ଘର ଭାଙ୍ଗିଥିଲେ।
ମିଳିଲାନି ପୋଲିସ ସୁରକ୍ଷା
ଥାନାରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଭିଯୋଗ କଲୁ। ୩ ଘଣ୍ଟାର ଅପେକ୍ଷା ପରେ ପୋଲିସ ଅଭିଯୋଗ ଗ୍ରହଣ କଲା। ସନ୍ଧ୍ୟା ଗଡି ରାତି ହୋଇଗଲା। ପୋଲିସ ଗଁାରେ ପହଞ୍ଚିଲାନି। ମକଦ୍ଦମାର କପି ମଧ୍ୟ ଦେଲାନି। ଘର ଭାଙ୍ଗି ଉପକରଣ ଲୁଟିବା ପରେ ବି ପୋଲିସ ସହଯୋଗ କରୁ ନାହିଁ। କ’ଣ କରିବୁ, କିପରି ଚଳିବୁ ସେ ନେଇ ଚିନ୍ତାରେ ଥିବା କହିଛନ୍ତି ଉର୍ମିଳା। ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ମୋ ସରକାର ବ୍ୟବସ୍ଥା କାମ କରୁଥିବା ସରକାର କହୁଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ସବୁ କିଛି ଠିକ୍‌ଠାକ ହୋଇଯିବ ବୋଲି କୁହାଯାଉଛି। କାହିଁ ମୋ ଅଭିଯୋଗର ତ’ ସମାଧାନ ହେଉନି। ବରଂ ମୋ ଟେନସନ ବଢ଼ି ଚାଲିଛି। ପୋଲିସର ସହଯୋଗ ନ ମିଳିବାରୁ ଗଁା ବାହାରେ ରହିଛୁ । ଗତ ୧ ବର୍ଷ ମଧ୍ୟରେ ଏହି ଥାନା ଅଞ୍ଚଳରେ ୪ଟି କଙ୍ଗାରୁ କୋର୍ଟ କରାଯାଇଛି । ହେଲେ କେହି ଏଯାବତ ନ୍ୟାୟ ପାଇ ନାହାନ୍ତି। ଏ ବିଷୟରେ ରଣପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ନୟାଗଡ଼ ଏସ୍‌ପି ଦାୟିତ୍ୱରେ ଥିବା ଦିଲୀପ କୁମାର ସାହାଣୀ କହନ୍ତି, ମୁ ଥାନା ଅଧିକାରୀଙ୍କୁ କହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri