ଗୋଷାଣୀନୂଆଗାଁ କାଳୁଆ ଯାତ୍ରା ଉଦ୍‌ଯାପିତ ସବୁ ସାହି ପରିକ୍ରମା କରି ମା’ଙ୍କ ମନ୍ଦିର ବିଜେ

ବ୍ରହ୍ମପୁର ଅଫିସ,୧୪ା୧୦-ଆଶ୍ୱିନ କୃଷ୍ଣପକ୍ଷ ମହାଳୟା ଅମବାସ୍ୟାରୁ ଆରମ୍ଭ ହୋଇଥିବା ସ୍ଥାନୀୟ ଗୋଷାଣୀନୂଆଗାଁର ପାରମ୍ପରିକ ମା’ କାଳୁଆ ଯାତ୍ରା ରବିବାର କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି । ମା’ଙ୍କ ନିଜସ୍ବ ମନ୍ଦିର ବାହୁଡ଼ା ଯାତ୍ରା ପାଇଁ ଗୋଷାଣୀନୂଆଗାଁ ଉତ୍ସବମୁଖର ହୋଇଥିଲା। ନାଚଗୀତ, ଭଜନ ସମାରୋହ, ଭାରତଲୀଳା, ଅପେରା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର ଅଞ୍ଚଳ ଦୁଲୁକିଥିଲା ।
ଗୋଷାଣୀନୂଆଗାଁ ଅଞ୍ଚଳରେ ବିଏମ୍‌ସିର ୪ ୱାର୍ଡ ରହିଛି ଏବଂ ସାହି ବସ୍ତି ସଂଖ୍ୟା ୭୦ ଟପିଛି । କୁମାର ପୂର୍ଣ୍ଣିମା ଯୋଗୁ ପୁରୁଣା ପରମ୍ପରା ପ୍ରକାରେ ଲୋକେ ତାସ ଓ କଉଡ଼ି ଖେଳରେ ବ୍ୟସ୍ତ ଥିବା ବେଳେ ଯାତ୍ରା ଦାଣ୍ଡରେ ଜୁଆଡ଼ିଙ୍କ ଜୁଆ ଖେଳ ଚାଲିଥିଲା। ଅପରାହ୍ନରେ କେତେକ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ସନ୍ଧ୍ୟା ପରଠାରୁ ପାଗ ଅନୁକୂଳ ଥିବାରୁ ଯାତ୍ରା ଦେଖିବା ପାଇଁ ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା ।
ଯାତ୍ରା ପରିଚାଳନା କମିଟି ସଭାପତି ଜଗନ୍ନାଥ ଚୌଧୁରୀ କହିବାନୁସାରେ କେଉଁ ଆବାହମାନ କାଳରୁ ପ୍ରତିବର୍ଷ ଆଶ୍ୱିନ ମାସର ଗୋଟିଏ ପକ୍ଷ କାଳୁଆ ଯାତ୍ରା ଅନୁଷ୍ଠିତ ହେଉଛି । ମହାଳୟା ଅମବାସ୍ୟା ରାତ୍ର ଅଞ୍ଚଳବାସୀ ବାଦ୍ୟ ବାଜଣା ସହ ଶୋଭାଯାତ୍ରାରେ ମନ୍ଦିରକୁ ଯାଇ ମା’ କାଳୁଆ ଗାଁ ଦାଣ୍ଡକୁ ଆସିବା ପାଇଁ ଆବାହନ କରିଥାନ୍ତି । ସେଠାରେ ମା’ଙ୍କ ମସ୍ତକରେ ମୁଖ୍ୟତଃ ଇଟମଳା ସମେତ ଅନ୍ୟ ଫୁଲର ମାଳ ସ୍ଥାପନ ସହ ଚଣ୍ଡୀପାଠ ଆଦି କରାଯାଏ । କିଛି ସମୟ ପରେ ମସ୍ତକରୁ ଫୁଲମାଳ ଆପେ ଖସିବାରୁ ତାହାକୁ ଖଟୁଳିରେ ରଖି ବଡ଼ ସାହି ମଣ୍ଡପ ଅଭିମୁଖେ ଆଣିବା ପାଇଁ ଯାତ୍ରା ଶୁଭାରମ୍ଭ ହୁଏ । ପ୍ରଥମ ଦିନ କାଳୁଆ ଠାକୁରାଣୀ ଗୋଷାଣୀନୂଆଗାଁର ସମସ୍ତ ସାହି ପରିକ୍ରମା ବେଳେ ସବୁ ଘର ଦୁଆରେ ମହିଳାମାନେ ପୂର୍ଣ୍ଣକୁମ୍ଭ ରଖି ଓ ଦୀପ ଜଳାଇ ମା’ଙ୍କ ପ୍ରିୟ ଗଇଁଠା (ଖିରି) ଭୋଗ ଲଗାଇଥାନ୍ତି । ଯାତ୍ରା ଶେଷ ପର୍ଯ୍ୟନ୍ତ ଅର୍ଥାତ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କେବଳ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି କାଳୁଆ। ବାହୁଡ଼ାଣି ପର୍ବରେ ମଧ୍ୟ ସବୁ ସାହି ବୁଲି ମା’ ମନ୍ଦିରକୁ ଯାଇଥାନ୍ତି । ପୁଣି ପୂଜାର୍ଚ୍ଚନା ଏବଂ ହୋମ ପରେ ଖଟୁଲିରେ ସତେଜ ଭାବେ ଥିବା ଫୁଲମାଳ କାଳୁଆଙ୍କ ବିଗ୍ରହରେ ସ୍ଥାପନ କରାଯାଇ ଚଳିତ ବର୍ଷର ଯାତ୍ରା ସମାପନ ହୋଇଥାଏ ବୋଲି ସଭାପତି ସୂଚାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri