ଗୋଲାପୀ, ରଇବାରୀକଁର ଦୁଖ୍‌ ଶୁନ୍‌ଲା ପରଶାସନ

 

ଲୋଇସିଂହା,୧୨।୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପତ୍ରାପାଲି ଗଁାର ବିଧବା ମହିଲା ଗୋଲାପୀ ପଧାନ ଆର ନିସାହା ରଇବାରୀ ପଧାନକଁର ଦୁଖ୍‌ ଜିଲା ପରଶାସନ ଶୁନିଛେ। ଚଲତି ମାସ ୧୫ ତାରିଖ୍‌ ଉଭଏ ଭତା ପାଏବାର ସଂଗେ ଝନ୍‌କୁ ଘର ଯୁଗେଇ ଦିଆଯିବା ବଲି ଜିଲାପାଲ ଅରିନ୍ଦମ ଡାକୁଆ ଜନେଇଛନ୍‌।
ସୂଚନା ହିସାବେ, ଲୋଇସିଂହା ସଦର ପଁଚେତ୍‌ ଅଧୀନ ପତ୍ରପାଲି ଗଁାର ବିଧବା ମହିଲା ଗୋଳାପୀ ପଧାନ(୪୯)। ସ୍ବାମୀ କୃଷ୍ଣ ପଧାନ କିଡ଼୍‌ନୀ ରୋଗରେ ପଡ଼ି ଗଲା ବଛର ଆରପାରକେ ଚାଲିଯାଇଛନ୍‌। ଗୋଲାପୀକଁର ୩ ପୁଓ ଭିତ୍‌ରୁ ବଡ଼ପୁଓ ବିହାଚୁରା ହେଇ ପରିବାର ସଂଗେ ଅଲଗେ ରହୁଛନ୍‌। ଗୋଲାପୀ ମଝିଅଁା ଆର ସାନପୁଓକେ ଧରି ବଡ଼ା ଗୁଲ୍‌ଗୁଲାରେ ରହୁଛନ୍‌। ହେଲେ ଆପ୍‌ନେ ଚାଲିଯିବାର ବଛ୍‌ରେ ବିତିଯାଇଥିଲେ ବି ଗୋଲାପୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଭତାର ଲାଗି ଗୋଲାପୀ ଥାନୀଅ ଜନପରତିନିଧିମାନକୁ ଗୁହାରି କରି ନିରାଶ ହେଇଥିଲେ। ସେନ୍‌ତା ଇ ଗଁାର ଆର ଝନେ ନିସାହା ବୁରୁଧ ରଇବାରି ପଧାନ(୬୯)। ସେ ବି ଅନେକ ଥର ପଁଚେତ୍‌ରେ ବୁଢ଼ାବୁଢ଼ି ଭତାର ଲାଗି ଆବେଦନ କରି ନିରାଶ ହେଇଥିଲେ। ଆପ୍‌ନେ ଶଙ୍କର ପଧାନ ଅନେକ ଦିନ୍‌ ହେଲା ରୋଗ୍‌ ପରଭାବରେ ଖଟେ ପଡ଼ି ରହିଛନ୍‌। ଟଁକା ପଏସା ଅଭାବୁ ତାକର ଚିକିଛା ବି ହେଇ ନାଇଁ ପାରବାର। ଏନ୍‌ତା ପରିସ୍ଥିତିରେ ଗଲା ଅଗଷ୍ଟ ମାସେ ହେଇଥିବାର ବରଷାରେ ତାକର ଘରଟା ବି ଭାଂଗି ଯାଇଛେ। ଇ ବାବ୍‌ଦେ ଗଲା ୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଇ ଖବରକେ ସାମାଜିକ କରମୀ ଦିବସ ସାହୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଟୁକୁନି ସାହୁ ଆର ଜିଲାପାଳକୁଁ ଟୁଇଟ କରି ସମସିଆର ସମାଧାନ ଲାଗି ନିବେଦନ କରିଥିଲେ। ଇତାର ଉତରରେ ଜିଲାପାଳ ଅରିନ୍ଦମ ଡାକୁଆ ଉଭଏ ନିସାହା ମହିଲାକୁଁ ଆଏବାର ୧୫ ତାରିଖରେ ଭତା ଦିଆଯିବା ଆର ଖାସ୍‌କରି ରଇବାରୀକଁର ନଁାରେ ବିପିଜିଓ୍ବାରେ ଘର ମଂଜୁର କରାଯାଇଥିବାର ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

Read more

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା ।ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ ଡ଼ାଳ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri