ଗୋରୁ ବୋଝେଇ ଗାଡି ଜବତ: ୧ ମୃତ, ୨ ଗୁରୁତର

ବାହାନଗା, ୨୨ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର ୭ ନମ୍ବର ୱାର୍ଡ କରଞ୍ଜେଇ ଗ୍ରାମ ରାସ୍ତାରୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ୪୦୭ ଗାଡିକୁ ଗ୍ରାମର ଯୁବକ ଓ ଅନନ୍ତପୁର ଫାଣ୍ଡି ପୋଲିସ୍‌ ଜବତ କରିଥିଲେ। ଗାଡିରେ ଥିବା ୫୨ ଗୋରୁଙ୍କ ମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ୨ଟି ଗୋରୁକୁ ଗୁରୁତର ଅବସ୍ଥାରେ ଲୋକମାନେ ଉଦ୍ଧାର କରିଥିଲେ। ତେବେ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ବାସୁଦେବପୁର ଅଞ୍ଚଳରୁ ସଲ୍ଟ ରୋଡ ଦେଇ ରାତି ସାଢେ ଗୋଟାଏ ବେଳେ ସୋର ଆଡକୁ ଆସୁଥିବା ଏକ ୪୦୭ (ନଂ.ଓଡି-୦୧ଡବ୍ଲ୍ୟୁ୬୪୭୭)ରେ ଚୋରାରେ ଗୋରୁ ଚାଲାଣ ହେଉଥିବର ଖବରପାଇ ଅନନ୍ତପୁର ଫାଣ୍ଡି ପୋଲିସ ଧରିବା ପାଇଁ ଗୋଡାଇଥିଲେ। ଗାଡି ଡ୍ରାଇଭର ସୋର ଆଡକୁ ନ ଯାଇ ପାଖର ଛକରୁ ବାହାନଗା ବ୍ଲକ ସାଉଡୁ ପଞ୍ଚାୟତର ନଡିଆଳି ଗ୍ରାମ ରାସ୍ତା ଦେଇ କୋଚିଆକୋଇଲି ପଞ୍ଚାୟତର କରଞ୍ଜେଇ ଗ୍ରାମ ଦେଇ ପଳାଉଥିବା ବେଳେ ରାତିରେ କରଞ୍ଜେଇ ରାସ୍ତା କାମ ହେଉଥିବାରୁ ଗାଡି ଆଗକୁ ଆଉ ଯାଇ ପାରି ନ ଥିଲା ା ଫଳରେ ରାତିରେ ଗାଡି କଣ ପାଇଁ ଆସିଲା ଭାବି ଗ୍ରାମରେ ଉପସ୍ଥିତ କେତେକ ଯୁବକ ଗାଡିରେ ବିପଦସଙ୍କୁଳ ଅବସ୍ଥାରେ ଗୋରୁଗୁଡିକ ଲଦା ହୋଇଥିବା ଦେଖିଥିଲେ। ଯୁବକମାନେ ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଗ୍ରାମବାସୀଙ୍କୁ ଡାକିଥିଲେ ା ଏହି ସମୟରେ ଗାଡି ଡ୍ରାଇଭର ଖସିପଳାଇବାକୁ ସକ୍ଷମ ହୋଇଥିଲେ। କିଛି ସମୟ ପରେ ରାତିରେ ଅନନ୍ତପୁର ଫାଣ୍ଡି ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ଗାଡି ଭିତରୁ ଗୋରୁଗୁଡିକୁ ବାହାର କରିଥିଲେ। ରାତିରେ ପୋଲିସ ଗୋରୁଗୁଡିକୁ ଗ୍ରାମବାସୀଙ୍କ ଜିମାରେ ରଖିବା ସହିତ ସକାଳେ ଗୋଟିଏ ଗୋରୁର ଶବ ବ୍ୟବଚ୍ଛେଦ ପାଇଁ ବାହାନଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବବ୍ରତ ଦାସଙ୍କୁ ମଙ୍ଗଳବାର ସକାଳ ଡକାଇଥିଲେ ା ସେ ସକାଳେ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ଗୁରୁତର ଆହତ ଦୁଇଟି ଗୋରୁଙ୍କୁ ଚିକିତ୍ସା କରାଯାଇଛି। ମଙ୍ଗଳବାର ସକାଳେ ସୋର ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ୪୯ ଗୋରୁ କୁ ବାମପଦା ଗୋଶାଳାକୁ ପଠାଇ ଦେଇଥିଲେ ା ଗୋରୁ ବୋଝେଇ ୪୦୭ ଗାଡିକୁ ପୋଲିସ୍‌ ଜବତ କରି ଥାନାକୁ ନେଇଯାଇଥିଲା ା ଏଥିନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri