ଗୋପାଳପୁର ବନ୍ଦରକୁ ହେବ ବିକଳ୍ପ ରାସ୍ତା

ଭୁବନେଶ୍ୱର, ୯ା୧(ବ୍ୟୁରୋ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦରକୁ ବିକଳ୍ପ ରାସ୍ତା ନିର୍ମାଣ ହେବାକୁ ଯାଉଛି। ଏହା ଦ୍ୱାରା ବନ୍ଦରକୁ ଯିବା ବେଳେ ହେଉଥିବା ଭିଡ ହ୍ରାସ ପାଇବ। ଏହି କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସଡକ, ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନିକଟରେ ଏ ସମ୍ପର୍କିତ ଏକ ବୈଠକରେ ବନ୍ଦରକୁ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଜାତୀୟ ରାଜପଥ-୫୧୬ରୁ ଜାତୀୟ ରାଜପଥ-୧୬କୁ ଯୋଗ କରୁଥିବା ରାସ୍ତାରେ ପ୍ରବଳ ଭିଡ ହେଉଥିଲା। ୫ କିଲୋମିଟରରୁ ସାମାନ୍ୟ ଅଧିକ ଥିବା ଏହି ମାର୍ଗରେ ଭିଡ କାରଣରୁ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଥିଲା। ଏହି ମାର୍ଗର ୨ ସ୍ଥାନରେ ରେଳ ଲାଇନ ଅତିକ୍ରମ କରିଛି। ଏହା ଉପରେ ୨ଟି ଓଭରବ୍ରିଜ୍‌ ନିର୍ମାଣ ପାଇଁ ପ୍ରାୟ ୧୬୩ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଜଣାପଡିଛି।
ସେହିପରି ପ୍ରସ୍ତାବିତ ବିକଳ୍ପ ରାସ୍ତାଟି ଛତ୍ରପୁରଠାରେ ଥିବା ଡିଆରଡିଏ କାର୍ଯ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୧୬ରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରାୟ ୪.୫ କିଲୋମିଟର ରାସ୍ତା ନିର୍ମାଣ କରାଗଲେ ଭିଡ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଇଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସହ ରିପୋର୍ଟ ଦିଆଯାଇଛି। ରାଜ୍ୟ ସରକାର ମଧ୍ୟ ପ୍ରସ୍ତାବକୁ ସକାରାତ୍ମକ ଭାବେ ନେଇଛନ୍ତି। ଏହି ରାସ୍ତା ପାଇଁ ୬୫ ଏକର ଜମି ଆବଶ୍ୟକ ଥିବା ଜଣାପଡିଛି। ଜାତୀୟ ରାଜପଥର ମୁଖ୍ୟଯନ୍ତ୍ରୀଙ୍କୁ ନୂତନ ପ୍ରସ୍ତାବ ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ମାର୍ଗରେ ଓଭରବ୍ରିଜ୍‌ ନିର୍ମାଣର ଆବଶ୍ୟକ ନ ଥିବା ମଧ୍ୟ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri