Posted inରାଜ୍ୟ

ଗୋପାଳ ସାହିରେ ଉତ୍କଟ ଜଳ ସଙ୍କଟ: ବଇଣ୍ଡା-ଆଠମଲ୍ଲିକ ରାସ୍ତା ଅବରୋଧ

ବଇଣ୍ଡା,୧।୬(ଡି.ଏନ.ଏ.): କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତଠାରୁ ୧୦୦ ମିଟର ଦୂରରେ ଥିବା ଗୋପାଳ ସାହିରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଲୋକେ ପାନୀୟଜଳ ପାଇଁ ସମସ୍ୟା ଭୋଗୁଥିଲେ ମଧ୍ୟ ଟ୍ୟାଙ୍କର ଯୋଗେ ସେମାଙ୍କୁ ପାଣି ଯୋଗାଇ ଦିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଶୁକ୍ରବାର ସକାଳେ ସାହିର ମହିଳାପୁରୁଷ ଓ ଛୋଟ ପିଲାମାନେ ଗାଁ ବଇଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବାସହ ପଞ୍ଚାୟତ ଅଫିସ ସମ୍ମୁଖରେ ଥିବା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତବିଭାଗ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା।
ଗ୍ରାମବାସୀ କହିଛନ୍ତି, ଉକ୍ତ ସାହିରେ ୧୦ରୁ ଊର୍ଦ୍ଧ୍ୱ ପରିବାର ବାସବାସ କରୁଛନ୍ତି। ସେମାନଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ନଳକୂପ ଖୋଳାଯାଇଛି। ହେଲେ ଉକ୍ତ ନଳକୂପରୁ ଠିକ ଭାବେ ପାଣି ବାହାରୁନାହିଁ। ସେଠାରୁ ୨୦୦ ମିଟର ଦୂରରେ ଥିବା ଏକ ନଳକୂପରୁ ସାହିବାସୀ ପାଣି ଆଣି ବ୍ୟବହାର କରୁଛନ୍ତି। ଏହି ପଞ୍ଚାୟତରେ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଉକ୍ତ ସାହି ପାଇଁ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଉନାହିଁ। ଏ ନେଇ ବହୁବାର ଦାବି ସତ୍ତ୍ୱେ ତେବେ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ଗ୍ରାମବାସୀ ଗରା, ବାଲଟି ଧରି ରାସ୍ତାରେ ଆନ୍ଦୋଳନ କରିଥିଲେ। ଖବରପାଇ ବଇଣ୍ଡା ଫାଣ୍ଡି ଅଧିକାରୀ ରୁଦ୍ରନାରାୟଣ ବିଶ୍ୱାଳ, ଗାଁ ବଇଣ୍ଡା ସରପଞ୍ଚ ମାନସ ସାହୁ ପହଞ୍ଚି ତୁରନ୍ତ ସାହିକୁ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଏ ନେଇ ସରପଞ୍ଚ ମାନସ ସାହୁ କହିଛନ୍ତି, ଉକ୍ତ ସାହିରେ ପାଣି ସମସ୍ୟା ସମ୍ପର୍କରେ କେହି ଅଭିଯୋଗ କରି ନାହାନ୍ତି। ପୂର୍ବତନ ସରପଞ୍ଚ ଅମଳରେ ପାଇପ୍‌ ବିଚ୍ଛା ଯାଇ ଗ୍ରାମଗୁଡ଼ିକୁ ଜଳଯୋଗାଣ କରାଯାଇଥିବାବେଳେ ଉକ୍ତ ସାହିରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇ ନାହିଁ। ତୁରନ୍ତ ଉକ୍ତ ସାହିରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇ ଜଳଯୋଗାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri