ଗୋଟିଏ ରାତିରେ ୫ ଘରୁ ଲୁଟ୍‌

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ଏହି ଥାନା ଅଞ୍ଚଳର ୫ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଉନାହିଁ।
ପ୍ରକାଶ ଯେ, କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମ ମୁଖ୍ୟରାସ୍ତାରେ ଥିବା ଦିବାକର ବିଷୋୟୀଙ୍କ ଘରୁ ଶନିବାର ରାତିରେ ପ୍ରାୟ ୧ ଭରି ଓଜନର ସୁନା ମାଳି, ୫ ଭରି ଓଜନର ରୂପା ଅଳଙ୍କାର ଓ ନଗଦ ୨୫ ହଜାର ଏବଂ ବୃନ୍ଦାବନ ସାହୁଙ୍କ ଘରୁ ସୁନା ମୁଦି, ନଗଦ ୨୨ ହଜାର ଟଙ୍କା ସହ ପିତ୍ତଳ ବାସନ ଚୋରି ହୋଇଛି। ଦୁର୍ବୃତ୍ତମାନେ ଉଭୟଙ୍କ ଘରର ବାରିପଟ କବାଟ ତାଡ଼ି ଘରେ ପଶି ଲୁହା ଟ୍ରଙ୍କ ଭାଙ୍ଗି ଚୋରି କରିଛନ୍ତି। ସକାଳୁ ଉଭୟ ପରିବାର ଏହାଦେଖି ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚକାତେନ୍ତୁଳି ଗ୍ରାମରେ ପହଞ୍ଚତ୍ ତଦନ୍ତ କରି ଫେରିଛି। ସେହିପରି ଶନିବାର ରାତିରେ ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାର ବୁନା ରେଡ୍ଡୀ, ଶଙ୍କର ଗୌଡ ଓ ଧନୁ ରେଡ୍ଡୀଙ୍କ ଘରୁ ମୋବାଇଲ ଫୋନ, ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୨ ରାତିରେ ପେଣ୍ଡୁରାବାଡ଼ି ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୨ଟି ସୁନା ହାର, ୪ କାନଫୁଲ, ୭ଟି ମୁଦି, ୫ ଶହ ଗ୍ରାମ ଓଜନର ରୂପା ଥାଳି, ୭୦ ଗ୍ରାମ ଓଜନର ରୂପା ଅଳଙ୍କାର ଚୋରି କରିନେଇଥିଲେ। ସୁରେନ୍ଦ୍ରଙ୍କ ଏତଲାକ୍ରମେ ନଂ.୧୭୧/୧୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଚୋରି ସାମଗ୍ରୀ କିମ୍ବା ଚୋରଙ୍କ ସନ୍ଧାନ ମିଳିପାରିନାହିଁ। ବାରମ୍ବାର ଅଞ୍ଚଳରେ ଏପରି ଚୋରି ହେଉଥିବାରୁ ସାଧାରଣରେ ଆତଙ୍କ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri