ଗୋଟିଏ ପରେ ଗୋଟିଏ କଥାରେ ଟ୍ରୋଲ ହେଉଛନ୍ତି ରାନୁ ମଣ୍ଡଳ

ଦିନେ ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ତାଙ୍କର କଥାବାର୍ତ୍ତା ଓ ବ୍ୟବହାରରେ ଏପରି ପରିବର୍ତ୍ତନ ହୋଇଛି, ଯାହା କଳ୍ପନା ବାହାରେ। ଯେଉଁମାନେ ତାଙ୍କର ପ୍ରଶଂସକ ପାଲଟିଥିଲେ ସେହିମାନେ ଏବେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରୁଛନ୍ତି। ଆସନ୍ତୁ ଜାଣିବା କେଉଁ କଥାରେ ରାନୁ ଟ୍ରୋଲ୍‌ ହୋଇଛନ୍ତି।


ହିମେଶ ରେଶମିୟା ରାନୁଙ୍କୁ ନିଜର ଫିଲ୍ମ ‘ହାପି ହାର୍ଡି ଔର ହୀର୍‌’ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଏହା ପରେ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଝିଅ ସମ୍ପର୍କରେ ରାନୁଙ୍କୁ ପଚରାଯିବାରୁ ମୋ’ ଝିଅର କିଛି ଅସୁବିଧା ଥିଲା, ଏଣୁ ସେ ମୋତେ ଦେଖିବାକୁ ଆସିପାରୁ ନ ଥିଲା ବୋଲି କହିଥିଲେ। ମୁଁ ତାଙ୍କୁ ଦୋଷ ଦେବିନି। its enough ଧାଡ଼ିଏ ଇଂରାଜୀ କହିଥିଲେ। ଏହା ପରେ ୟୁଜରମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡ଼ିଲେ।


ହିନ୍ଦୀ ଫିଲ୍ମର ସୁରସମ୍ରାଜ୍ଞୀ କୁହାଯାଉଥିବା ଲତା ମଙ୍ଗେସ୍‌କରଙ୍କ ଗୀତକୁ ରାନୁ କପି କରି ଗାଉଥିବାରୁ କିଛି ଲୋକ ଏପରି ଅଭ୍ୟାସ ଛାଡ଼ିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। କିଛି ୟୁଜର ନିଜ କଣ୍ଠରେ ଗୀତ ଗାଇବାକୁ କହିଥିଲେ। ଏପରିକି ସୋସିଆଲ ମିଡିଆରେ ତାଙ୍କୁ କେହିକେହି କପି କ୍ୟାଟ୍‌ ମଧ୍ୟ କହିବାରେ ଲାଗିଲେ।


ଏହି କିଛିଦିନ ତଳେ ରାନୁଙ୍କୁ ଏକ ଶପିଂ ମଲ୍‌ରେ ଜଣେ ମହିଳା ଛୁଇଁ ଦେବାରୁ ରାନୁ ଚିହିଁକି ଉଠିଥିଲେ। ତୁମେ ମୋତେ ଛୁଇଁବାକୁ ସାହସ କିପରି କଲ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ମୁଁ ଏବେ ସେଲିବ୍ରିଟି । ଏହିପରି ଘଟଣାକୁ ନେଇ ୟୁଜର୍ସମାନେ ରାନୁଙ୍କୁ ଟ୍ରୋଲ କରିବାରେ ପଛାଇ ନ ଥିଲେ।
ବର୍ତ୍ତମାନ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କର ସ୍ବପ୍ନ କିପରି ସାକାର ହେଲା ସେ ସମ୍ପର୍କରେ ପଚରାଯାଉଛି। କିନ୍ତୁ ରାନୁ ପ୍ରଶ୍ନକର୍ତ୍ତାଙ୍କ କୌଣସି କଥାକୁ ଶୁଣି ନ ଶୁଣିଲା ପରି ପପକର୍ଣ୍ଣ ଖାଇ କହୁଛନ୍ତି ମୋତେ କିଛି ଶୁଭୁନି। ରାନୁଙ୍କ ଏପରି ବ୍ୟବହାରକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri