ଗୋଟିଏ ଘରେ ରହୁଛନ୍ତି ୧୪ ଜଣ, ରାଶନକାର୍ଡ ପାଇଁ ବିଡିଓଙ୍କୁ ଗୁହାରି

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.)- ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୭ରେ ରୁହନ୍ତି ଶିବରାମ ମହାରଣାଙ୍କ ପରିବାର। ଗୋଟିଏ ଘରେ ଶିବରାମଙ୍କ ଦୁଇ ପୁଅ ଓ ୨ ବୋହୁ ଓ ଅବିବାହିତ ସାନ ପୁଅଙ୍କୁ ମିଶାଇ ମୋଟ ୧୪ ଜଣ ସଦସ୍ୟ ରହୁଛନ୍ତି। ଶିବରାମଙ୍କ ପରିବାର ନିତ୍ୟାନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଛୋଟମୋଟ କାଠ କାମ କରି ସେ ପରିବାର ଚଳାଇଥାନ୍ତି। କିନ୍ତୁ କରୋନା ଲକ୍‌ଡାଉନ ଯୋଗୁ ତାହା ଏବେ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପରିବାର ଲୋକେ ବହୁ କଷ୍ଟରେ ଦିନ କାଟୁଛନ୍ତି। ନଁା ତାଙ୍କର ରାଶନ କାର୍ଡ ଅଛି, ନା ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି। ଏ ନେଇ ପୂର୍ବତନ ଏମ୍‌ପି ପ୍ରତିନିଧି ତଥା ଯୁବନେତା ସୁଧୀର କୁମାର ପାଢ଼ୀ ଓ ବିଜେଡି ଯୁବନେତା ରାକେଶ ରଞ୍ଜନ ଦାସ (ଶିଲୁ)ଉକ୍ତ ପରିବାରକୁ ସହାୟତାର ହାତ ବଢାଇଛନ୍ତି। କିଛି ଶୁଖିଲା ଖାଦ୍ୟ ପ୍ରଦାନ ସହ ଉକ୍ତ ପରିବାରକୁ ନେଇ ବିଡ଼ିଓ ଜ୍ୟୋତି ଶଙ୍କର ରାୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। କଣ ପାଇଁ ସେ ରାଶନକାର୍ଡ ଓ ଆବାସ ଯୋଜନାରୁ ବଞ୍ଚତ୍ତ ରହିଛନ୍ତି ତଦନ୍ତ କଲା ପରେ ପଦକ୍ଷେପ ନିଆଯିବ ବୋଲି ବିଡିଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri