ଗୋଚର ଜମିରେ କାହ୍ନୁଚରଣ କଲେଜ: ୩ ମାସ ମଧ୍ୟରେ ଜିଲାପାଳ ନେବେ ପଦକ୍ଷେପ

ଯାଜପୁର ଅଫିସ,୨୩ା୨: କଲେଜଗୁଡ଼ିକର ଜମି ସମ୍ବନ୍ଧୀୟ ଅବସ୍ଥା ଜାଣିବାକୁ ସପ୍ତାହେ ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ(ଆର୍‌ଡିଇ) ପକ୍ଷରୁ ତଥ୍ୟଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ତଥ୍ୟ ଭୁବନେଶ୍ୱର ଆରଡିଇ ଅଧୀନରେ ଗଢି ଉଠିଥିବା ସମସ୍ତ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟକ୍ଷଙ୍କୁ ବିଧାନସଭା ପ୍ରଶ୍ନସଂଖ୍ୟା ୪୭୩ ଆଧାରରେ ନୋଟିସ ହୋଇଥିଲା। ତେବେ ବାରମ୍ବାର ଏନେଇ ନୋଟିସ ହୋଇଥିଲେ ହେଁ ପ୍ରାୟ କଲେଜଗୁଡ଼ିକରୁ ତଥ୍ୟ ଦାଖଲ ନ ହେବାରୁ ଆରଡିଓ ଭୁବନେଶ୍ୱର ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା। ଯେଉଁ କଲେଜ କର୍ତ୍ତୃପକ୍ଷ ଏହି ତଥ୍ୟ ଦାଖଲ କରି ନ ଥିବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ଯାଜପୁର ଜିଲା କୋରେଇ କାହ୍ନୁଚରଣ କଲେଜରେ ଏଭଳି ଏକ ଜମି ବିବାଦୀୟ ତଥ୍ୟ ଜଣାପଡ଼ିଛି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ୩ମାସ ମଧ୍ୟରେ ଗୋଚର ଜମିର କିସମ ପରିବର୍ତ୍ତନ(ଡି-ରିର୍ଜଭେସନ)କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।

ଯାଜପୁର ଜିଲା କୋରେଇ ବ୍ଲକରେ ସ୍ଥାପିତ ହୋଇଥିବା କାହ୍ନୁଚରଣ ମହାବିଦ୍ୟାଳୟ ତରଫରୁ ଗୋଚର ଜମିରେ ମାଟି ପକାଇବାକୁ କେନ୍ଦ୍ରକରି କ୍ଷତିଗ୍ରସ୍ତ ଚାଷୀ ୨୦୧୬ରେ ଏକ ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପି(ସି)ପିଆଇଏଲ ନଂ. ୩୨୫୮/୨୦୧୬ ଆଣ୍ଡ ମିସ କେସ ନଂ ୩୦୮୦/୨୦୧୬) ଦାୟର କରିଥିଲେ। ଏହାକୁ ହାଇକୋର୍ଟ ବିଚାରକୁ ନେଇ ଧନେଶ୍ୱର ମାୈଜାର ରଖିତ ଖାତା ନମ୍ବର ୫୬୦, ପ୍ଲଟ ନମ୍ବର ୧୧୦(ଏରିଆ ଏ୬.୩୬୦ଡି) ଓ ପ୍ଲଟ ନମ୍ବର ୧୩୫(ଏରିଆ ଏ୬Q.୮୭୦ଡି) ଉପରେ ପୂର୍ବାବସ୍ଥା ବଜାୟ ରଖିବା ସହିତ କୌଣସି ନିର୍ମାଣ ନ କରିବାକୁ ୨୦୧୬ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଥିଲେ। ଏହାପରେ ଏହି ଜନସ୍ବାର୍ଥ ମାମଲାର ଫଇସଲା କରିବାକୁ ଯାଇ ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ୩ା୨ା୨୦୨୦ତାରିଖରେ ଏକ ଆଦେଶନାମା ଜାରି ହୋଇଥିଲା। ଉକ୍ତ ଆଦେଶ ନାମାରେ ମାନ୍ୟବର ହାଇକୋର୍ଟ ଯାଜପୁର ଜିଲାପାଳ ଓ ବ୍ୟାସନଗର ତହସିଲଦାରଙ୍କୁ ୩ମାସ ମଧ୍ୟରେ ନିୟାମାବଳୀ ଅନୁଯାୟୀ ଗୋଚର ଜମିର ପୁନଃ କିସମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, କାହ୍ନୁଚରଣ କଲେଜ ୧୯୮୭ରେ ପ୍ରତିଷ୍ଠା ହୋଇଥିଲା। ସରକାରଙ୍କ ନିୟମାନୁସାରେ ଗୋଚର ଜମିରେ କୌଣସି ଉନ୍ନୟନମୁଳକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଏଠାରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କିପରି ଭାବେ ଗୋଚର ଜମିରେ ନିର୍ମାଣ ପାଇଁ ଅନୁମତି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବାଦ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ସୁକିନ୍ଦା ତହସିଲଦାର(ବର୍ତ୍ତମାନ ବ୍ୟାସନଗର ତହସିଲ)୨୮ା୧୧ା୨୦୦୫ରେ ପତ୍ରସଂଖ୍ୟା. ୩୬୧୨ ମାଧ୍ୟମରେ କଲେଜର ସମ୍ପାଦକଙ୍କୁ ଜଣାଇଥିଲେ ଯେ, କାହ୍ନୁଚରଣ କଲେଜକୁ ଲିଜ୍‌ ସୂତ୍ରରେ ଜାଗା ଯୋଗାଇ ଦିଆଯାଇଛି। ଏହା ଓପିଏଚ୍‌ଇ ମକଦ୍ଦମା ସଂଖ୍ୟା ୯୦/୯୮-୯୯ ମାଧ୍ୟମରେ ମୌଜା ଧନେଶ୍ୱର ଖାତା ନଂ. ୫୬୦, ପ୍ଲଟ ନଂ. ୧୧୦, ୧୩୫ ଓ ପ୍ଲଟ ନଂ.୪୮୯(ଏରିଆ ଏ୦.୫୦ଡି)କୁ ମିଶାଇ ସମୁଦାୟ ଏ୧୦.୧୩ଡି କିସମ ଗୋଚର ଜମି ଯୋଗାଇ ଦିଆଗଲା। କିନ୍ତୁ ଏହି ଓପିଏଲ୍‌ଇ ମୋକଦ୍ଦମା ୯୦/୯୮-୯୯ ସମ୍ବନ୍ଧରେ ବ୍ୟାସନଗର ତହସିଲକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗା ଯାଇଥିଲା। ବ୍ୟାସନଗର ତହସିଲ ଆରଟିଆଇ ୪୩/୪ା୩ା୨୦୧୬ ତାରିଖରେ ଦିଆଯାଇଥିବା ତଥ୍ୟରେ ଏହି ମୋକଦ୍ଦମା ସମ୍ବନ୍ଧରେ କୌଣସି କାଗଜପତ୍ର ତହସିଲ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ। ଏହି କଲେଜ ନିର୍ମିତ ହୋଇଥିବା ଜମିଟି ସରକାରଙ୍କ ରେକର୍ଡ ଅନୁସାରେ ଗୋଚର କିସମ ଅଟେ। ଏହି ଗୋଚର ଜବରଦଖଲକୁ ଅନୁକରଣ କରି ଧନେଶ୍ୱର ମୈାଜାରେ ଦିନକୁଦିନ ସ୍ଥାନୀୟ ଲୋକମାନଙ୍କ ଗୋଚର ଜମି ଜବର ଦଖଲ ବଢିବାରେ ଲାଗିଛି ବୋଲି ତଥ୍ୟ ପ୍ରଦାନ କରାଯାଇଛି। ଏହି ମୌଜାର ୪୮୯, ୧୩୫, ୧୧୦ ଓ ୧୦ ନମ୍ବର ପ୍ଲଟ ଗୋଚର ଜମିଗୁଡ଼ିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି କବ୍‌ଜା କରି ନେଇଛନ୍ତି। ଏହାଦ୍ୱାରା ସରକାରଙ୍କ ରାଜସ୍ବ ହାନୀ ସତ୍ତ୍ୱେ ବ୍ୟାସନଗର ତହସିଲ ପ୍ରସାଶନ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏନେଇ ତହସିଲ୍‌ଦାଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri