Posted inଜାତୀୟ

ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୩୧-୧(ପି.ଟି.):ଦିଲ୍ଲୀର ଜାମିଆ ନଗରରେ ଗୁରୁବାର ଘଟିଥିବା ଗୁଳିକାଣ୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଏହା ଭାଜପାର ଏକ ଷଡ଼ଯନ୍ତ୍ର ବୋଲି ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମାଲୋଚନା କରିଛି। କଂଗ୍ରେସ ଏହାକୁ ଏନ୍‌ଡିଏ ସରକାର ପ୍ରାୟୋଜିତ ଆତଙ୍କବାଦ ବୋଲି ଅଭିହିତ କରିଥିବାବେଳେ ଭାଜପା ନେତାଙ୍କ ଘୃଣା ମନ୍ତବ୍ୟ ଯୋଗୁ ଏପରି ଘଟିଥିବା ସିପିଆଇ ଅଭିଯୋଗ ଆଣିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ଜାମିଆ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଂଘର ଜେନେରାଲ ବଡି ମିଟିଙ୍ଗ୍‌ରେ ଦାବି କରାଯାଇଛି।
ନେତା ସଞ୍ଜୟ ସିଂ କହିଛନ୍ତି, ଫେବୃୟାରୀ ୮ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ସୁନିଶ୍ଚିତ। ଏହା ଜାଣିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ନେତାମାନେ ମହାମତ୍ା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ଭଳି ଦିନରେ ଦଙ୍ଗା ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ଶାହା ଦିଲ୍ଲୀ ପୋଲିସର ହାତ ବାନ୍ଧି ଦେଇଥିବାରୁ ଆକ୍ରମଣକାରୀ ଗୁଳି ଚଳାଇବାବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସଞ୍ଜୟ ଟୁଇଟ୍‌ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଦିଲ୍ଲୀର ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହେବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ଦଳ ପକ୍ଷରୁ ଶାହାଙ୍କୁ ସବୁଠୁ ଅଯୋଗ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ ଅଭିହିତ କରାଯାଇ ତାଙ୍କ ଇସ୍ତଫା ଦାବି କରାଯାଇଛି। କଂଗ୍ରେସ ନେତା ମନୀଷ ତିଓ୍ବାରୀଙ୍କ ମତରେ ଭାଜପା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଧ୍ରୁବୀକରଣ କରୁଛି। ଯେଉଁ ଘୃଣା ଦିନେ ମହାମତ୍ା ଗାନ୍ଧୀଙ୍କୁ ହତ୍ୟା କରିଥିଲା, ତାହା ଆଜି ଭାରତର ଅର୍ଥନୀତିକୁ ପଙ୍ଗୁ କରିଦେଇଛି। ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିରେ ଯେପରି ଭାବେ ଜଣେ ଅଜ୍ଞାତ ଯୁବକ ଗୁଳି ଚଳାଇଲେ, ତାହା ଏନ୍‌ଡିଏ ସରକାର ବିଗତ ମାସେ ଧରି ଦେଶରେ ସୃଷ୍ଟି କରିଥିବା ଘୃଣା ବାତାବରଣର ପରିଣାମ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଭାଜପା ଏମ୍‌ପି ପରଭେଶ ବର୍ମାଙ୍କୁ ସେମାନଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ପ୍ରଚାରରୁ ବାଦ୍‌ ଦେଇ ନିର୍ବାଚନ କମିଶନ ଉଚିତ ପଦକ୍ଷେପ ନେଇଛନ୍ତି। ସେହିପରି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି, ଜାମିଆ ଗୁଳିକାଣ୍ଡ ହେଉଛି ନିର୍ବାଚନ ପ୍ରଚାର ବେଳେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟର ପ୍ରତ୍ୟକ୍ଷ ପରିଣାମ। ‘ବିଶ୍ୱାସଘାତଙ୍କୁ ଗୁଳି କର’ ବୋଲି ସ୍ଲୋଗାନ ଦେଇଥିବା ଅନୁରାଗ ଠାକୁରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri