ଗୁରୁବାର ସନ୍ଧ୍ୟା ୭ଟାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୦ା୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇପାରି ନ ଥିଲା। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ନନ୍ଦିଘୋଷ ରଥକୁ ବୁଧବାର ପୂର୍ବାହ୍ନ ୮ଟା ୪୦ରେ ଟଣାଯାଇ ବଡ଼ଶଙ୍ଖଠାରେ ଦକ୍ଷିଣ ମୋଡ଼ କରାଯାଇଥିଲା। ପୂର୍ବାହ୍ନ ୯ଟା ୫୦ରେ ଏହି ରଥ ନାକଚଣା ଦ୍ୱାରରେ ଲାଗିଥିଲା। ଗୁରୁବାର ସନ୍ଧ୍ୟା ଦର୍ଶନ। ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ଚତୁର୍ଦ୍ଧାବିଗ୍ରହ ଶୁକ୍ରବାର ବାହୁଡ଼ାରେ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଗୁରୁବାର ସନ୍ଧ୍ୟା ୭ଟାରୁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରକୁ ଯିବା ଲାଗି କେବଳ ନାକଚଣା ଦ୍ୱାର ଖୋଲା ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସନ୍ଧ୍ୟା ଦର୍ଶନ ଲାଗି ନୀତି ନିର୍ଘଣ୍ଟ ହୋଇଛି। ଏହି ଅନୁଯାୟୀ ଦ୍ୱାରଫିଟା ଗୁରୁବାର ଭୋର ୪ଟା, ମଙ୍ଗଳ ଆଳତି-୪ଟା ୩୦, ମଇଲମ-ତଡ଼ପଲାଗି ୫ଟା, ଅବକାଶ ସକାଳ ୬ଟା, ରୋଷହୋମ ୬ଟା ୧୫, ସୂର୍ଯ୍ୟପୂଜା ୬ଟା ୩୦, ଦ୍ୱାରପାଳ ପୂଜା ୬ଟା ୪୫, ବେଶ ଶେଷ ୭ଟା, ଗୋପାଳ ବଲ୍ଲଭ ୭ଟା ୩୦, ସକାଳ ଧୂପ ୮ଟାରୁ ୯ଟା ୩୦, ଭୋଗମଣ୍ଡପ-୮ଟା ୩୦ରୁ ୧୦ଟା ୩୦, ମଇଲମ ପୂର୍ବାହ୍ନ ୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ ୧୧ଟା ୩୦, ସର୍ବାଙ୍ଗ ମଧ୍ୟାହ୍ନ ୧୨ଟା, ନୂଆଲାଗି ବେଶ ଅପରାହ୍ନ ୧ଟା, ମଧ୍ୟାହ୍ନ ଧୂପ ୧ଟା ୩୦ରୁ ୩ଟା, ୨ୟ ଭୋଗ ମଣ୍ଡପ ୨ଟାରୁ ୩ଟା ୩୦, ମଇଲମ, ବେଶ ୩ଟା ୪୫ ରୁ ୪ଟା ୪୦, ସନ୍ଧ୍ୟା ଆଳତି ୫ଟା, ସନ୍ଧ୍ୟା ଧୂପ ସାଢେ ୫ଟାରୁ ସନ୍ଧ୍ୟା ୭ଟା, ୩ୟ ଭୋଗମଣ୍ଡପ ୫ଟା୪୫ ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ ରାତି ୮ଟା, ମଇଲମ ୮ଟା ୧୫, ଚନ୍ଦନ ଲାଗି ୮ଟା ୩୦, ବଡସିଂହାର ବେଶ ରାତ୍ର ୯ଟା, ବଡସିଂହାର ଭୋଗ ୯ଟା ୩୦, ପହୁଡ ଆଳତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧୦ଟା ୧୫, ବାହୁଟ କଣ୍ଟ ୧୦ଟା ୩୦, ଚାରବନ୍ଧା ରାତି ୧୧ଟାରୁ ୨ଟା ଏବଂ କୁସୁମିଲାଗି ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ବୋଲି ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri