ଗୁରୁଙ୍କ ଗୁରୁ ଥିଲେ କେଳୁଚରଣ

ଭୁବନେଶ୍ୱର ୧୨।୯(ବ୍ୟୁରୋ): ଗୁରୁ କେଳୁଚରଣ ମହାପାତ୍ର କେବଳ ଓଡ଼ିଶାର ନୁହେଁ, ଭାରତର ସାଂସ୍କୃତିକ ପରିମଣ୍ଡଳର ଜଣେ ପ୍ରଭାବବନ୍ତ ବ୍ୟକ୍ତିତ୍ୱ ଥିଲେ। ସେ ଗୁରୁ ନଥିଲେ, ସେ ଥିଲେ ଗୁରୁମାନଙ୍କ ଗୁରୁ। ଗୁରୁଜୀ ନିଜର ଯେତିକି ଶିଷ୍ୟ ସୃଷ୍ଟି କରିଯାଇଛନ୍ତି ଆଜି ସେମାନେ ସମସ୍ତେ ଜଣେ ଜଣେ ଗୁରୁ। ବିଶ୍ୱ ଦରବାରରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଓଡ଼ିଶାରୁ ଯଦି ଭାରତରତ୍ନ ପାଇବାକୁ ଦୁଇଜଣ ଯୋଗ୍ୟ ବ୍ୟକ୍ତିତ୍ୱ ଥାନ୍ତି ସେମାନଙ୍କ ମଧ୍ୟରୁ ଗୁରୁ କେଳୁଚରଣ ଅନ୍ୟତମ। ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ସେ ଯେଉଁ ପରମ୍ପରା ସୃଷ୍ଟି କରିଯାଇଛନ୍ତି ତାହା ଆମ ସହ ସର୍ବଦା ରହିଛି ଓ ରହିବ। ନୃତ୍ୟ କ୍ଷେତ୍ରରେ ସେ ଯେଉଁ ମହନୀୟତା ଛାଡ଼ି ଯାଇଛନ୍ତି ତାହା ତାଙ୍କର ଉତ୍ତରାଧିକାରୀ। ଦୀର୍ଘ ୭ଦିନ ବ୍ୟାପୀ ରବୀନ୍ଦ୍ରମଣ୍ଡପଠାରେ ଚାଲିଥିବା ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଉଦ୍‌ଯାପନୀ ସମାରୋହରେ ଯୋଗଦେଇଥିବା ଅତିଥିମାନେ ଏହା କହିଛନ୍ତି।
ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ଗୁରୁଜୀଙ୍କ ଅବଦାନକୁ ସମ୍ମାନ ଜଣାଇ ବିଭାଗ ପକ୍ଷରୁ ତାଙ୍କ ଜନ୍ମସ୍ଥାନ ରଘୁରାଜପୁରରେ ଏକ ମୃଣ୍ମୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିବା କହିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ରାଜସ୍ବ ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠୀ ଯୋଗଦେଇ କହିଥିଲେ, ଓଡ଼ିଶୀ ନୃତ୍ୟ ଗୁରୁଜୀଙ୍କ ଜୀବନର ଏକ ଅଂଶ ନ ଥିଲା। ବରଂ ତାଙ୍କର ସମ୍ପୂର୍ଣ୍ଣ ଜୀବନ ହିଁ ନୃତ୍ୟ ଥିଲା। ଏ ଭଳି ଜଣେ ଗୁରୁଙ୍କୁ ଭାରତରତ୍ନ ଦେବା ପାଇଁ ଓଡ଼ିଆମାନେ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ। ମଞ୍ଚରେ ଅନ୍ୟତମ ଅତିଥି ଭାବେ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିବାବେଳେ ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଏହି କାର୍ଯ୍ୟକ୍ରମର ମିଡିିଆ ପାର୍ଟନର ରହିଥିଲା।

୧୦ଜଣଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ
ଉତ୍ସବର ଉଦ୍‌ଯାପନୀ ସମାରୋହରେ ଓଡ଼ିଶାର କଳା କ୍ଷେତ୍ରରେ ଗୁରୁଜୀଙ୍କ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କଳା ପାଇଁ ଆଜୀବନ ସମର୍ପିତ ୫ଜଣ ପ୍ରତିଭାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ନୃତ୍ୟ ସମାଲୋଚକ ତଥା ଲେଖକ ପଦ୍ମ୍ମଶ୍ରୀ ଡ. ସୁନୀଲ କୋଠାରୀ, ନୃତ୍ୟ ସମୀକ୍ଷିକା ଲୀଲା ଭେଙ୍କଟରମଣ ଏବଂ ଖ୍ୟାତନାମା ଆର୍ଟ ଫଟୋଗ୍ରାଫର ଅବିନାଶ ପଶ୍ରିଚାଙ୍କୁ ୨୦୧୯ମସିହା ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ପୁୁରସ୍କାର ସ୍ବରୂପ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ସେହିଭଳି ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ବପ୍ନକଳ୍ପା ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ ଓ ରାଜଶ୍ରୀ ପ୍ରହରାଜ, ସତ୍ରୀୟା ନୃତ୍ୟଶିଳ୍ପୀ ଅନ୍ବେଷା ମହାନ୍ତ ଏବଂ ଓଡ଼ିଶୀ ସଙ୍ଗୀତଶିଳ୍ପୀ ସତ୍ୟବ୍ରତ କାଠଙ୍କୁ ଚଳିତବର୍ଷ ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଯୁବ ପ୍ରତିଭା ସମ୍ମାନ ବାବଦରେ ସୃଜନ ପକ୍ଷରୁ ପ୍ରତ୍ୟେକ କଳାକାରଙ୍କୁ ୨୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

‘ନମାମୀ ଗଙ୍ଗେ’ରେ ଗଙ୍ଗା ପ୍ରଦୂଷଣ
ଶେଷ ସନ୍ଧ୍ୟାରେ ଗଙ୍ଗା ପ୍ରଦୂଷଣକୁ ଆଧାର କରି ‘ସୃଜନ’ ତରଫରୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ନମାମୀ ଗଙ୍ଗେ’ ପରିବେଷିତ ହୋଇଥିଲା। ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଲିଖିତ ଏହି ନୃତ୍ୟନାଟିକାରେ ସ୍ବର ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ। ଭଗବାନ ଶିବଙ୍କ ମସ୍ତକରୁ ପବିତ୍ର ଗଙ୍ଗାଙ୍କ ଉପତ୍ତି, ଏହାର ଗତିପଥ ଓ ଧୀରେ ଧୀରେ କିଭଳି ମାନବ ସମାଜ ଦ୍ୱାରା ଏହି ପବିତ୍ର ଜଳଧାରା ନିଜର ଅସ୍ତିତ୍ୱ ହରାଉଛି ତାହାକୁ ଏଥିରେ ଦର୍ଶାଯାଇଥିଲା। ଓଡ଼ଶୀର ନୂତନ ଶାସ୍ତ୍ରୀୟ ଶୈଳୀରେ ପରିବେଷିତ ଏହି ନୃତ୍ୟନାଟିକା ମା’ ଗଙ୍ଗାଙ୍କୁ ସମ୍ମାନ ଦେବା ସହିତ ତାହାର ଶୁଦ୍ଧ ରୂପକୁ ଫେରାଇ ଆଣିବା ପାଇଁ ବାର୍ତ୍ତା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri