ଗୁରୁଙ୍କ ଗୁରୁ ଥିଲେ କେଳୁଚରଣ

ଭୁବନେଶ୍ୱର ୧୨।୯(ବ୍ୟୁରୋ): ଗୁରୁ କେଳୁଚରଣ ମହାପାତ୍ର କେବଳ ଓଡ଼ିଶାର ନୁହେଁ, ଭାରତର ସାଂସ୍କୃତିକ ପରିମଣ୍ଡଳର ଜଣେ ପ୍ରଭାବବନ୍ତ ବ୍ୟକ୍ତିତ୍ୱ ଥିଲେ। ସେ ଗୁରୁ ନଥିଲେ, ସେ ଥିଲେ ଗୁରୁମାନଙ୍କ ଗୁରୁ। ଗୁରୁଜୀ ନିଜର ଯେତିକି ଶିଷ୍ୟ ସୃଷ୍ଟି କରିଯାଇଛନ୍ତି ଆଜି ସେମାନେ ସମସ୍ତେ ଜଣେ ଜଣେ ଗୁରୁ। ବିଶ୍ୱ ଦରବାରରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଓଡ଼ିଶାରୁ ଯଦି ଭାରତରତ୍ନ ପାଇବାକୁ ଦୁଇଜଣ ଯୋଗ୍ୟ ବ୍ୟକ୍ତିତ୍ୱ ଥାନ୍ତି ସେମାନଙ୍କ ମଧ୍ୟରୁ ଗୁରୁ କେଳୁଚରଣ ଅନ୍ୟତମ। ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ସେ ଯେଉଁ ପରମ୍ପରା ସୃଷ୍ଟି କରିଯାଇଛନ୍ତି ତାହା ଆମ ସହ ସର୍ବଦା ରହିଛି ଓ ରହିବ। ନୃତ୍ୟ କ୍ଷେତ୍ରରେ ସେ ଯେଉଁ ମହନୀୟତା ଛାଡ଼ି ଯାଇଛନ୍ତି ତାହା ତାଙ୍କର ଉତ୍ତରାଧିକାରୀ। ଦୀର୍ଘ ୭ଦିନ ବ୍ୟାପୀ ରବୀନ୍ଦ୍ରମଣ୍ଡପଠାରେ ଚାଲିଥିବା ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଉଦ୍‌ଯାପନୀ ସମାରୋହରେ ଯୋଗଦେଇଥିବା ଅତିଥିମାନେ ଏହା କହିଛନ୍ତି।
ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ଗୁରୁଜୀଙ୍କ ଅବଦାନକୁ ସମ୍ମାନ ଜଣାଇ ବିଭାଗ ପକ୍ଷରୁ ତାଙ୍କ ଜନ୍ମସ୍ଥାନ ରଘୁରାଜପୁରରେ ଏକ ମୃଣ୍ମୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିବା କହିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ରାଜସ୍ବ ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠୀ ଯୋଗଦେଇ କହିଥିଲେ, ଓଡ଼ିଶୀ ନୃତ୍ୟ ଗୁରୁଜୀଙ୍କ ଜୀବନର ଏକ ଅଂଶ ନ ଥିଲା। ବରଂ ତାଙ୍କର ସମ୍ପୂର୍ଣ୍ଣ ଜୀବନ ହିଁ ନୃତ୍ୟ ଥିଲା। ଏ ଭଳି ଜଣେ ଗୁରୁଙ୍କୁ ଭାରତରତ୍ନ ଦେବା ପାଇଁ ଓଡ଼ିଆମାନେ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ। ମଞ୍ଚରେ ଅନ୍ୟତମ ଅତିଥି ଭାବେ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିବାବେଳେ ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଏହି କାର୍ଯ୍ୟକ୍ରମର ମିଡିିଆ ପାର୍ଟନର ରହିଥିଲା।

୧୦ଜଣଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ
ଉତ୍ସବର ଉଦ୍‌ଯାପନୀ ସମାରୋହରେ ଓଡ଼ିଶାର କଳା କ୍ଷେତ୍ରରେ ଗୁରୁଜୀଙ୍କ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କଳା ପାଇଁ ଆଜୀବନ ସମର୍ପିତ ୫ଜଣ ପ୍ରତିଭାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ନୃତ୍ୟ ସମାଲୋଚକ ତଥା ଲେଖକ ପଦ୍ମ୍ମଶ୍ରୀ ଡ. ସୁନୀଲ କୋଠାରୀ, ନୃତ୍ୟ ସମୀକ୍ଷିକା ଲୀଲା ଭେଙ୍କଟରମଣ ଏବଂ ଖ୍ୟାତନାମା ଆର୍ଟ ଫଟୋଗ୍ରାଫର ଅବିନାଶ ପଶ୍ରିଚାଙ୍କୁ ୨୦୧୯ମସିହା ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ପୁୁରସ୍କାର ସ୍ବରୂପ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ସେହିଭଳି ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ବପ୍ନକଳ୍ପା ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ ଓ ରାଜଶ୍ରୀ ପ୍ରହରାଜ, ସତ୍ରୀୟା ନୃତ୍ୟଶିଳ୍ପୀ ଅନ୍ବେଷା ମହାନ୍ତ ଏବଂ ଓଡ଼ିଶୀ ସଙ୍ଗୀତଶିଳ୍ପୀ ସତ୍ୟବ୍ରତ କାଠଙ୍କୁ ଚଳିତବର୍ଷ ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଯୁବ ପ୍ରତିଭା ସମ୍ମାନ ବାବଦରେ ସୃଜନ ପକ୍ଷରୁ ପ୍ରତ୍ୟେକ କଳାକାରଙ୍କୁ ୨୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

‘ନମାମୀ ଗଙ୍ଗେ’ରେ ଗଙ୍ଗା ପ୍ରଦୂଷଣ
ଶେଷ ସନ୍ଧ୍ୟାରେ ଗଙ୍ଗା ପ୍ରଦୂଷଣକୁ ଆଧାର କରି ‘ସୃଜନ’ ତରଫରୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ନମାମୀ ଗଙ୍ଗେ’ ପରିବେଷିତ ହୋଇଥିଲା। ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଲିଖିତ ଏହି ନୃତ୍ୟନାଟିକାରେ ସ୍ବର ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ। ଭଗବାନ ଶିବଙ୍କ ମସ୍ତକରୁ ପବିତ୍ର ଗଙ୍ଗାଙ୍କ ଉପତ୍ତି, ଏହାର ଗତିପଥ ଓ ଧୀରେ ଧୀରେ କିଭଳି ମାନବ ସମାଜ ଦ୍ୱାରା ଏହି ପବିତ୍ର ଜଳଧାରା ନିଜର ଅସ୍ତିତ୍ୱ ହରାଉଛି ତାହାକୁ ଏଥିରେ ଦର୍ଶାଯାଇଥିଲା। ଓଡ଼ଶୀର ନୂତନ ଶାସ୍ତ୍ରୀୟ ଶୈଳୀରେ ପରିବେଷିତ ଏହି ନୃତ୍ୟନାଟିକା ମା’ ଗଙ୍ଗାଙ୍କୁ ସମ୍ମାନ ଦେବା ସହିତ ତାହାର ଶୁଦ୍ଧ ରୂପକୁ ଫେରାଇ ଆଣିବା ପାଇଁ ବାର୍ତ୍ତା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri