Posted inଖେଳ

ଗୁରୁକୁଳ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଚାମ୍ପିୟନ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ସର୍ବଭାରତୀୟ ର଼୍ୟାଙ୍କ୍‌ର ୨୪ତମ ସ୍ଥାନରେ ଥିବା ଟପ୍‌ ସିଡ୍‌ ଅଂଶୁ ୬୫ତମ ର଼୍ୟାଙ୍କ୍‌ପ୍ରାପ୍ତ ତଥା ୨ ନମ୍ବର ଖେଳାଳି ତାମିଲନାଡ଼ୁର ଦୀପକ ସେନ୍ଥିଲ କୁମାରଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଗୁରୁକୁଳ ଟେନିସ ଟୁର୍ନାମେଣ୍ଟରେ ଅଂଶୁଙ୍କର ଏହା କ୍ରମାଗତ ଦ୍ୱିତୀୟ ସିଙ୍ଗଲ୍ସ ଟାଇଟଲ ବିଜୟ। ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୩ ରାଜ୍ୟରୁ ୪୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀ ଯଥାକ୍ରମେ ୨୦ ଓ ୧୫ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ପାଇବା ସହ ୧୨,୦୦୦ ଓ ୮,୫୦୦ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ପ୍ରଦୀପ ପ୍ରଧାନ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଗୁରକୁଳ ରିସର୍ଟ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ଓ ଓଟିଏ ମ୍ୟାନେଜର ପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri